ଝରାଫୁଲ ମୃତ୍ୟୁ ମାମଲା: ରାକେଶ କହୁଛି ସେଦିନ ହୋଟେଲ ରାତି କାହଣୀ
ଆରଡି ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଯାଇଛି ଅଭିଯୁକ୍ତ ରାକେଶ ସ୍ବାଇଁ।
ଯାଜପୁର: ଆରଡି ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଯାଇଛି ଅଭିଯୁକ୍ତ ରାକେଶ ସ୍ବାଇଁ। ରାକେଶକୁ ଯାଜପୁର କୁଆଖିଆ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ।
ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଯାଜପୁର ପୋଲିସ ୩ ଦିନିଆ ରିମାଣ୍ଡରେ ନେଇ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରିବ ବୋଲି ପୂର୍ବରୁ ସୂଚନା ଥିଲା। ଏଥିପାଇଁ ଜିଲ୍ଲା ଓ ଦୌରାଜଜ୍ ଯାଜପୁର ପୋଲିସକୁ ଅନୁମତି ବି ଦେଇଥିଲେ।

ପୂର୍ବରୁ ଝରାଫୁଲ ନାୟକ ମୃତ୍ୟୁ ମାମଲାକୁ ନେଇ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ମିଳିଥିବା ସୂଚନା ଅନୁସାରେ, ଘଟଣା ଦିନ ରାତିରେ ଝରାଫୁଲ ଖଣ୍ଡଗିରିର ଏକ ଗେଷ୍ଟ ହାଉସରେ ଥିଲେ। ଏହି ଗେଷ୍ଟ ହାଉସ୍ ଖଣ୍ଡଗିରି ଧର୍ମବିହାର ଲେନ୍-୬ରେ ବୋଲି ଜଣାଯାଇଥିଲା। ଗେଷ୍ଟହାଉସରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାଯାଇଛି, ସେହି ରାତିରେ ଝରା ଫୁଲଙ୍କ ସହ ବନ୍ଧୁ ରାକେଶ ସ୍ୱାଇଁ ମଧ୍ୟ ଗେଷ୍ଟ ହାଉସରେ ରହିଥିଲେ। ତେବେ ଏନେଇ ଅଧିକ ପଚାରଉଚରା କରୁଛି ଯାଜପୁର ଥାନ ପୋଲିସ ।












Click it and Unblock the Notifications