ସୁନାକୁ ପଛରେ ଛାଡିଲା ରୂପା; ଛୁଇଁଲା ୩ ଲକ୍ଷ
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୫,୬୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୩,୫୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୫,୬୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୩,୫୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୪୫,୬୯୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୩୩,୫୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୪୫,୮୪୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୩୩,୭୦୦ ଟଙ୍କା ରହିଛି ।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୪୬,୭୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୩୪,୫୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୪୫,୬୯୦ ଓ ୧,୩୩,୫୫୦ ଟଙ୍କା ରହିଛି । ଅନ୍ୟପଟେ ସୁନା ତୁଳନାରେ ରୁପା ଦର ଦ୍ରୁତମାତ୍ରାରେ ବୃଦ୍ଧି ପାଉଛି। ସୋମବାର ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ୍ ପିଛା ୮୦୦୦ ଟଙ୍କା ବୃଦ୍ଧି ପାଇ ନୂଆ ରେକର୍ଡ ୩,୧୮,୦୦୦ ଟଙ୍କା ଛୁଇଁଛି।

୨୦୨୬ ମସିହାର ପ୍ରଥମ ୧୯ ଦିନରେ ରୁପା ଦର ୨୪.୨୨ ପ୍ରତିଶତ ବୃଦ୍ଧି ପାଇଲାଣି। ଜାନୁଆରି ପହିଲାରେ ରୁପା ଦର କିଲୋଗ୍ରାମ ପିଛା ୨,୫୬,୦୦୦ ଟଙ୍କା ରହିଥିଲା। ତେଣୁ ଇତିମଧ୍ୟରେ ରୁପା ଦରରେ ୬୨ ହଜାର ଟଙ୍କା ବୃଦ୍ଧି ଘଟିଲାଣି। ଅନ୍ତର୍ଜାତୀୟସ୍ତରରେ ଦେଖାଦେଇଥିବା ଭୂରାଜନୈତିକ କାରଣ ପାଇଁ ନିବେଶକମାନେ ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ଏଥିସହିତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ଧାତୁର ବ୍ୟବହାର ବୃଦ୍ଧି ପାଇଥିବାରୁ ଚାହିଦା ବଢ଼ିଯାଇଛି। ଏହାର ପ୍ରଭାବ ଦର ଉପରେ ପଡ଼ିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications