କ୍ରମାଗତ ତୃତୀୟ ମାସ ପାଇଁ ଜାନୁଆରିରେ ୧.୮୧ ପ୍ରତିଶତ ବୃଦ୍ଧି ପାଇକାରୀ ମୁଦ୍ରାସ୍ଫୀତି
ଦେଶରେ ପାଇକାରୀ ମୁଦ୍ରାସ୍ଫୀତି କ୍ରମାଗତ ତୃତୀୟ ମାସ ପାଇଁ ବୃଦ୍ଧି ଘଟି ଜାନୁଆରିରେ ୧.୮୧ ପ୍ରତିଶତ ଛୁଇଁଛି। ମୁଖ୍ୟତଃ ଖାଦ୍ୟ, ଅଣଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ଦରବୃଦ୍ଧି କାରଣରୁ ଏପରି ହୋଇଛି ବୋଲି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଦେଶର ପାଇକାରୀ ମୁଦ୍ରାସ୍ଫୀତି ୨୦୨୫ ଡିସେମ୍ବରରେ ୦.୮୩ ପ୍ରତିଶତ ଏବଂ ନଭେମ୍ବରରେ ବିଯୁକ୍ତ ୦.୧୩ ପ୍ରତିଶତ ରହିଥିଲା। କିନ୍ତୁ ଗତବର୍ଷ ଜାନୁଆରିରେ ପାଇକାରୀ ମୁଦ୍ରାସ୍ଫୀତି ୨.୫୧ ପ୍ରତିଶତରେ ରହିଥିଲା।
ଖାଦ୍ୟ ସାମଗ୍ରୀର ପାଇକାରୀ ମୁଦ୍ରାସ୍ଫୀତି ଚଳିତବର୍ଷ ଜାନୁଆରିରେ ୧.୫୫ ପ୍ରତିଶତକୁ ବୃଦ୍ଧି ଘଟିଛି, ଡିସେମ୍ବରରେ ଏହା ୦.୪୩ ପ୍ରତିଶତ ସଂକୁଚିତ ହୋଇଥିଲା। ସେହିଭଳି ଜାନୁଆରିରେ ପନିପରିବା ମୁଦ୍ରାସ୍ଫୀତି ୬.୭୮ ପ୍ରତିଶତକୁ ବୃଦ୍ଧି ପାଇଛି, ଡିସେମ୍ବରରେ ଏହା ୩.୫୦ ପ୍ରତିଶତ ରହିଥିଲା। ବିନିର୍ମାଣ ସାମଗ୍ରୀର ମୁଦ୍ରାସ୍ଫୀତି ଗତ ଡିସେମ୍ବରରେ ୧.୮୨ ପ୍ରତିଶତ ଥିବାବେଳେ ଜାନୁଆରିରେ ୨.୮୬ ପ୍ରତିଶତକୁ ବୃଦ୍ଧି ପାଇଛି।

ଗତ ସପ୍ତାହରେ କେନ୍ଦ୍ର ସରକାର ନୂଆ ସିରିଜ୍ର ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ କରିଥିଲେ। ସେଥିରେ ଜାନୁଆରି ମାସର ଖୁଚୁରା ମୁଦ୍ରାସ୍ଫୀତି ୨.୭୨ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ଦରଦାମ ନିୟନ୍ତ୍ରଣରେ ଥିବାରୁ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅତୀତରେ ରେପୋ ହାରରେ ୧.୨୫ ପ୍ରତିଶତ ହ୍ରାସ ଘୋଷଣା କରିସାରିଛି। ତେବେ ନିକଟରେ ଘୋଷଣା ହୋଇଥିବା ମୁଦ୍ରା ନୀତି ସମୀକ୍ଷାରେ ରେପୋ ହାରକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications