କାହାଣୀ: ଯେତେବେଳେ ଗୋପୀଙ୍କୁ କହିଲେ; "ମୁ ବ୍ରହ୍ମଚାରୀ"

ଗୋପପୁରରେ ଥରେ ଗୋପୀମାନେ ଶ୍ରୀକୃଷ୍ଣ ଙ୍କୁ କହିଲେ କି, ହେ କୃଷ୍ଣ ! ଆମ୍ଭେମାନେ ଯମୁନା ଆର ପାରିକୁ ଯିବୁ ! ମହର୍ଷି ଅଗସ୍ତି ଙ୍କୁ ଭୋଗ ଲଗାଇ ଆସିବୁ ! ବର୍ଷା କାଳ! ଯମୁନା ଭରା ଉଛୁଳା ଘାଟ ବାଟରେ କେହି ନାହିଁ ! ଆମ୍ଭଙ୍କୁ ଯିବାର ଉପାୟ ବତାଇଦିଅ ! ଶ୍ରୀକୃଷ୍ଣ କହିଲେ, ତୁମେମାନେ ଯମୁନା ନିକଟକୁ ଯାଅ, କୁହ ! 'କୃଷ୍ଣ ବ୍ରହ୍ମଚାରୀ', ଏତିକି କହିଲେ ଯମୁନା ତୁମକୁ ବାଟ ଛାଡ଼ିଦେବ ! ଗୋପୀମାନେ ଆଶ୍ଚର୍ଯ୍ୟ ହେଲେ, ଭାବିଲେ କୃଷ୍ଣ ବ୍ରହ୍ମଚାରୀ କେବେଠୁଁ ହେଲା !

sri krishna with Gopi

ଏତ ସବୁବେଳେ ଲୀଳା କରୁଛି । କେତେବେଳେ ବସ୍ତ୍ର ଚୋରୀ କରୁଛି ତ, କେତେବେଳେ ଲହୁଣୀ ଚୋରୀ କରୁଛି, ପୁଣି କେବେ କେବେ ଆମ ମାଠିଆ ଭାଙ୍ଗୁଛି, ଏ ପୁଣି ବ୍ରହ୍ମଚାରୀ !! ହଉ,ଦେଖିବା, ଏହା ଭାବି ଭାବି ଗୋପୀମାନେ ଭୋଗ ସାମଗ୍ରୀ ଧରି ଯମୁନା କୂଳକୁ ଗଲେ, କହିଲେ, ହେ ଯମୁନେ! "କୃଷ୍ଣ ବ୍ରହ୍ମଚାରୀ"; ଏତିକି କହୁ କହୁ ଯମୁନା ଦୁଇ ଭାଗ ହୋଇଗଲା। ଗୋପୀଙ୍କୁ ବାଟ ଛାଡ଼ି ଦେଲା। ସେମାନେ ବିନା ବାଧା ରେ ଯମୁନା ପାରହୋଇଗଲେ। ମହର୍ଷି ଅଗସ୍ତି ଙ୍କ ଆଶ୍ରମ କୁ ଯାଇ ତାଙ୍କୁ ପୂଜା କଲେ ଓ ଭୋଗ ଲଗାଇଲେ। ମହର୍ଷି ଅଗସ୍ତି ପୂଜା ଗ୍ରହଣ କରି ସମସ୍ତ ଭୋଗ ପଦାର୍ଥକୁ ଆକଣ୍ଠ ଭୋଜନ କଲେ। ଫେରିବା ବେଳକୁ ଗୋପୀମାନଙ୍କର ଚିନ୍ତା ବଢିଲା। ସେମାନେ ମହର୍ଷି ଅଗସ୍ତି ଙ୍କୁ କହିଲେ, ଆମେମାନେ ଗୋପପୁର କୁ ଫେରିଯିବୁ Iଯମୁନା ତ ଭରା ନଈ, ଆମେ ଯିବୁ କିପରି ?

ଅଗସ୍ତି କହିଲେ, ତୁମେ ଯମୁନା କୂଳକୁ ଯାଅ ଏବଂ ଯମୁନାକୁ କୁହ ! 'ଅଗସ୍ତି ନିରାହାରୀ' । ସେ ତୁମକୁ ବାଟ ଛାଡ଼ି ଦେବ ! ଗୋପୀମାନେ ପୁଣି ଆଶ୍ଚର୍ଯ୍ୟ ହେଲେ। ଋଷିଙ୍କୁ ପୂଜା କଲୁ, ଭୋଗ ବାଢିଲୁ। ସବୁତକ ଭୋଗ ଋଷି ଆମ ଆଖି ଆଗରେ ଭୋଜନ କଲେ। ଅଥଚ ଋଷି ସାରାଜୀବନ ଅଭୁକ୍ତ, କିଛି ଖାଆନ୍ତି ନାହିଁ,"ନିରାହାରୀ" !! ହଉ ! ମନେ ମନେ ଭାବି ଭାବି ଯମୁନା କୂଳରେ ପହଞ୍ଚିଲେ। କହିଲେ, ହେ ଯମୁନେ ! "ମହର୍ଷି ଅଗସ୍ତି ନିରାହାରୀ" ।
ଏହା କହୁ କହୁ ଯମୁନା ତାଙ୍କୁ ପୂର୍ବ ପରି ବାଟ ଛାଡ଼ି ଦେଲା। ସେମାନେ ଭଲରେ ଭଲରେ ପାର ହୋଇ ଗଲେ। କିନ୍ତୁ ଏକଥା ତାଙ୍କ ମନରେ ଆନ୍ଦୋଳିତ କଲା। ସେମାନେ ମଉକା ଦେଖି କୃଷ୍ଣ ଙ୍କୁ ତାଙ୍କ ସନ୍ଦେହ ମୋଚନ ପାଇଁ ପଚାରିଲେ। ହେ କୃଷ୍ଣ ! ତୁମେ କିପରି 'ବ୍ରହ୍ମଚାରୀ' ଓ ମହର୍ଷି ଅଗସ୍ତି କିପରି 'ନିରାହାରୀ' !! ଭଗବାନ କୃଷ୍ଣ ଉତ୍ତର ଦେଲେ, ମୁଁ ତୁମ ପଛେ ପଛେ ଥାଏ ସତ, କିନ୍ତୁ ତୁମ ଦେହକୁ ଚାହେଁ ନାହିଁ। ମୋର କାମ ବାସନା ନାହିଁ।
ତୁମ ଶରୀର ରୂପ ପ୍ରତି ଆକର୍ଷିତ ନୁହେଁ। ମୁଁ ତୁମ ଭାବରେ ଓ ପ୍ରେମରେ ବନ୍ଧା ବୋଲି ପଛେ ପଛେ ଧାଉଁଛି।

ମୋ ଅନ୍ତଃ ଚେତନା ରେ ତୁମ ରୂପ ଲାବଣ୍ୟ ନାହିଁ, କେବଳ ତୁମର ଅମଳିନ ପ୍ରୀତି ଅଛି। ଏଣୁ ମୁଁ 'ବ୍ରହ୍ମଚାରୀ'। ଜଗତରେ କାହାର ଧନ ଓ ରୂପ କାମରେ ମୁଁ ଆକର୍ଷିତ ହୁଏ ନାହିଁ। ମୁଁ ନିରାକାର, ନିର୍ମୋହୀ । ଏଣୁ ଯମୁନା ତୁମକୁ ବାଟ ଛାଡିଦେଲା। ଭକ୍ତର ଭାବ ଡୋରିରେ ମୁଁ ବାନ୍ଧି ହୋଇଯାଏ।ଆଉ ମହର୍ଷି ଅଗସ୍ତି ଭୋଜନ କରିବା ପୂର୍ବରୁ ମୋତେ ସମର୍ପଣ କରନ୍ତି। ହୃଦୟ ଭିତରେ ତାଙ୍କର ଖାଦ୍ୟ ପ୍ରତି ରୁଚି ନାହିଁ କି ଲୋଭ ନାହିଁ। ସମୁଦାୟ ଭାବରେ ସେ ନିଜେ ଖାଉଛନ୍ତି ଏକଥା ଭାବନ୍ତି ନାହିଁ। ମୋତେ ଖୁଆଉଛନ୍ତି ବୋଲି ଭାବନ୍ତି। ତାଙ୍କ ଅନ୍ତଃଚେତନା ଶୁଦ୍ଧ, ନିର୍ମଳ ଓ ପବିତ୍ର। ଏଣୁ ସେ ସାରାଜୀବନ 'ନିରାହାରୀ'। ମୋତେ ପ୍ରେମ କରୁଥିବାରୁ ମୁଁ ତାଙ୍କ ନିକଟରେ ଋଣୀ। ଭାବାର୍ଥ ଏହାକି, ଆମେ ସଂସାର ରେ ରହି ଭଗବାନଙ୍କୁ ଭଲ ପାଇବା, ପ୍ରେମ କରିବା, କିନ୍ତୁ ସଂସାର ଛାଡି ନୁହେଁ। ଗୃହସ୍ଥ ଆଶ୍ରମ ସବୁଠାରୁ ବଡ଼ ଆଶ୍ରମ। ମଠ, ପୂଜା, ଆଶ୍ରମ, ତୀର୍ଥ ଅପେକ୍ଷା ଘର ହିଁ ଶ୍ରେଷ୍ଠ। ଏହି ଘର ସଂସାର ମଧ୍ୟ ରେ ରହି ନିଜର ଅନ୍ତଃ ଚେତନାକୁ ଶୁଦ୍ଧ, ପବିତ୍ର, ନିର୍ମଳ, ଜାଗ୍ରତ କରିପାରିଲେ ବିଭୂ ଦର୍ଶନ ଅସମ୍ଭବ ନୁହେଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+