Get Updates
Get notified of breaking news, exclusive insights, and must-see stories!

ଜହ୍ନିଓଷା: କାହିଁକି ଓ କେମିତି ପାଳନ ହୁଏ ଏହି ପର୍ବ ?

ଆମେ ବାର ମାସରେ ତେର ପର୍ବ ପାଳନ କରୁ । ସେହିପରି ପ୍ରତି ଓଡ଼ିଆ ଘରେ ଜହ୍ନି ଓଷା ପାଳନ କରାଯାଏ । ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ ଜହ୍ନି ଓଷା । ଜହ୍ନି ଓଷା ଓଡ଼ିଶାରେ କୁଆଁରୀ ଝିଅ ମାନଙ୍କ ଦ୍ୱାରା ପାଳିତ ଏକ ଓଷା। ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ। ମାସ ସାରା ପ୍ରତି ଦିନ ଅପରାହ୍ନ ସମୟରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନି ଫୁଲକୁ ନେଇ ତୁଳସୀ ଚଉରା ମୂଳେ କୁମାରୀ ମାନେ ବୃନ୍ଦାବତୀଙ୍କୁ ପୂଜା କରନ୍ତି। ଏଥିରେ ଲିଆ, ଉଖୁଡ଼ା, କଦଳୀ, କାକୁଡ଼ି ଆଦି ଭୋଗ କରନ୍ତି।

ଗୀତ ବୋଲି, ହୁଳହୁଳି ଦେଇ ଝିଅମାନେ ସଞ୍ଜ ବେଳେ ଏହି ଓଷା ପାଳନ କରିଥାଆନ୍ତି। ଚଉରା ମୂଳରେ ଜହ୍ନିଫୁଲ ତଥା ଅନ୍ୟାନ୍ୟ ଫୁଲରେ କୋଠି ତିଆରି କରି କଳସ ସ୍ଥାପନା କରନ୍ତି ଏବଂ ଜହ୍ନିଓଷା ବହି ପଢ଼ି ପୂଜା କରନ୍ତି। ଗୀତ ଗାଇଗାଇ ବୃନ୍ଦାବତୀଙ୍କୁ ଜହ୍ନି ଫୁଲର ଆଞ୍ଜୁଳି ଦିଅନ୍ତି। କୁଷ୍ଠ ରୋଗରୁ ମୁକ୍ତି, ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଜହ୍ନିଓଷା କରାଯିବା କଥିତ ଅଛି। ମାସସାରା ଓଷା ନ'କରି କେତେ ଜଣ କୁମାର ପୂର୍ଣ୍ଣିମା ପୂର୍ବରୁ ୧୫ ଦିନ ଅଥବା ୫ ଦିନ ମଧ୍ୟ ଏହି ଓଷା ପାଳନ କରନ୍ତି। ଓଷା ବିଧି ଓ ପରମ୍ପରା ସହ ଗୀତ ଗାଇ ପୁଚି ଖେଳିବା ଏବଂ ଆନନ୍ଦ ଉଲ୍ଲାସରେ କିଛି ସମୟ କାଟନ୍ତି।

କେମିତି ହୁଏ ପାଳନ ?

ମାସସାରା ପ୍ରତି ଅପରାହ୍ନରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନିଫୁଲକୁ ନେଇ ତୁଳସୀ ଚଉରା ମୂଳେ କୁମାରୀମାନେ ବୃନ୍ଦାବତୀଙ୍କୁ ପୂଜା କରନ୍ତି ।ଏଥିରେ ଲିଆ, ଉଖୁଡ଼ା, କଦଳୀ, କାକୁଡ଼ି ଆଦି ଭୋଗ କରନ୍ତି । ଗୀତ ବୋଲି, ହୁଳହୁଳି ଦେଇ ଝିଅମାନେ ସଞ୍ଜ ବେଳେ ଏହି ଓଷା ପାଳନ କରିଥାନ୍ତି । ଘର ଆଖପାଖ ଅଞ୍ଚଳର କୁମାରୀମାନେ ଏକାଠି ହୋଇ ଜହ୍ନି ଓଷା ପାଳନ କରନ୍ତି ।

ଗୀତ ଗାଇ ଗାଇ ବୃନ୍ଦାବତୀଙ୍କୁ ଜହ୍ନି ଫୁଲର ଆଞ୍ଜୁଳି ଦିଅନ୍ତି । କୁଷ୍ଠ ରୋଗରୁ ମୁକ୍ତି, ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଜହ୍ନିଓଷା କରାଯିବାର କଥିତ ଅଛି । ମାସସାରା ଓଷା ନକରିପାରିଲେ କୁମାର ପୂର୍ଣ୍ଣିମା ପୂର୍ବରୁ ୧୫ଦିନ ଅଥବା ୫ଦିନ ମଧ୍ୟ ଏହି ଓଷା କରାଯାଏ । କେହି କେହି ଦଶହରାଠୁ ଏହି ଓଷା ପାଳନ୍ତି ।

ଏହି ଓଷା ପାଳନ ବେଳେ ଦୀନକୃଷ୍ଣ ଦାସଙ୍କର ରଚିତ "ଜହ୍ନିଓଷା କଥା" ବୋଲାଯାଏ । ଏଥିରେ ବିଭିନ୍ନ ଛାନ୍ଦରେ ଭିନ୍ନ ଭିନ୍ନ କିମ୍ବଦନ୍ତୀ ବଖଣାଯାଇଛି । ଏହି କାବ୍ୟ ଏକାଦଶ ଅକ୍ଷରୀ ପଦ୍ୟରେ ପାଞ୍ଚ ଛାନ୍ଦରେ ବିଭକ୍ତ । ଏଥିରେ ମହାରାଷ୍ଟ୍ର, ଉଡ୍ରରାଷ୍ଟ୍ର (ଓଡ଼ିଶା), କର୍ଣ୍ଣାଟ (କର୍ଣ୍ଣାଟକ), ବିରାଟ ଦେଶ, ସୌରାଷ୍ଟ୍ର ଦେଶ ଆଦି ପାଞ୍ଚ ଦେଶରେ ଓଷାର ମହିମା ପାଳନର ବିଧି ଓ ସୁଫଳର କାହାଣୀ ବର୍ଣ୍ଣିତ ହୋଇଛି ।

JANHI OSHA

ଜହ୍ନିଓଷା କିମ୍ବଦନ୍ତୀ

ତୁଳସୀ ଚଉରା ମୂଳରେ ଜହ୍ନି ଫୁଲରେ କୋଠି କାଟି ଓଷା କରନ୍ତି । ଲିଆ ଉଖୁଡା ଆଦି ଭୋଗ ଲଗାନ୍ତି । ଦିନେ ମହାରାଷ୍ଟ୍ରଦେଶରେ ଜମ୍ବୁବତୀ ବୋଲି ଜଣେ ନାରୀ ଏହି ଓଷାକୁ ଥଟ୍ଟାକଲା । ଝିଅମାନେ ମୁଢ଼ି ଖାଇବାକୁ ଏହି ଓଷା କରୁଛନ୍ତି ବୋଲି କହିଲା । ଫଳରେ ବୃନ୍ଦାବତୀ ରାଗିଲେ । ସର୍ପ ଜମ୍ବୁବତୀର ସୁପ୍ତ ପୁତ୍ରକୁ ଦଂଶନ କଲା । ମୃତ ପୁତ୍ରକୁ ଧରି ବାହୁନୁଥିବା ସମୟରେ ତା'ର ସ୍ୱାମୀ ମହେଶ୍ୱର ଆସି ପହଞ୍ଚିଲା । ଓଷା ନିନ୍ଦାର ପରିଣତି ସ୍ୱରୂପ ଏପରି ଘଟିଥିବାର ଜାଣି ସେମାନେ ବୃନ୍ଦାବତୀଙ୍କୁ ଯାଇ ପ୍ରାର୍ଥନା କଲେ । ନାନା କାକୁତି ମିନତି ହେବା ପରେ ବୃନ୍ଦାବତୀ ସନ୍ତୁଷ୍ଟ ହେଲେ ଏବଂ ତା'ର ମୃତ ପୁତ୍ରକୁ ଜୀବନ୍ୟାସ ଦେଲେ ।

ସେହିପରି ଦ୍ୱିତୀୟ ଛାନ୍ଦରେ ଏକ ସାଧବ ପରିବାରର କାହାଣୀ ବର୍ଣ୍ଣିତ । ଓଡ୍ର ରାଷ୍ଟ୍ରପୁରରେ ଭଗୀରଥୀ ନାମକ ଜଣେ ସାଧବ ତା'ର ପାଞ୍ଚପୁଅ ଓ ଗୋଟିଏ ଝିଅକୁ ନେଇ ସଂସାର କରିଥିଲେ। ତାହାଙ୍କ ଝିଅ ରାଧୀକି କୁଷ୍ଠରୋଗ ହେଲା । ତା'ମାଆ ସୁକାନ୍ତୀ ଦିନେ ପିଲାଏ ଚଉରା ମୂଳେ ଜହ୍ନିଓଷା ପୂଜୁଥିବାର ଦେଖିଲା । ଏହି ଓଷା କଲେ ରୋଗ ନାଶ ହୁଏ ବୋଲି ସେ ସେଠାରୁ ଶୁଣିଲା। ତା'ଝିଅର ବ୍ୟାଧି ନାଶ ହେଲେ ପାଞ୍ଚବର୍ଷ ଯାଏ ଜହ୍ନିଓଷା ପୂଜିବ ବୋଲି ମାନସିକ କଲା । ଓଷେଇତି ଝିଅମାନେ ତା'ନାଁରେ ହୁଳହୁଳି ଦେଲେ । ପରବର୍ତ୍ତୀ ଜହ୍ନିଓଷା ବେଳେ ରାଧୀ ତା'ମାଆକୁ ଓଷା ପାଇଁ 'ଭୂଜା'(ମୁଢ଼ି) ମାଗିଲା । ମାଆ ବିରକ୍ତ ହୋଇ ଓଷା ପୂଜିବାକୁ ମନା କରିଦେଲା । ଫଳରେ ବୃନ୍ଦାବତୀ ରାଗି ତା'ର ପାଞ୍ଚ ପୁଅକୁ ନେଇ କୋରଡ଼ ଭିତରେ ଲୁଚାଇ ଦେଲେ । ସୁକାନ୍ତୀ ବାହୁନି କାନ୍ଦିଲା । ପୁଅକୁ ପାଇଲେ ପାଞ୍ଚଟି କାକରା ଭୋଗ କରିବ ବୋଲି ବୃନ୍ଦାବତୀଙ୍କ ପାଖରେ ମାନସିକ କଲା । ଝିଅ ଓଷା କରୁ ବୋଲି ସ୍ୱପ୍ନରେ କହିଲେ । ରାଧୀ ପାଞ୍ଚଟି କାକରା ଦେଇ ଓଷା ପୂଜିଲା । ପାଞ୍ଚପୁଅ ଫେରି ଆସିଲେ ।

ତୃତୀୟ ଛାନ୍ଦରେ କର୍ଣ୍ଣାଟ ଦେଶର ପୀତାମ୍ବର ତା'ର ପତ୍ନୀ ପ୍ରିୟବତୀ କଥା କୁହାହୋଇଛି । ସେମାନଙ୍କର ସାତପୁଅରେ ଗୋଟିଏ ଝିଅ । ଗେଲବସରର ସେହି ଝିଅ ତା' ମାଆକୁ ପୂଜା କରିବାକୁ କହିଲା । ପ୍ରିୟବତୀ ଖୁସି ହୋଇ ତା'ପାଇଁ ଭୁଜା ଉଖୁଡ଼ା ଆଦି ପୂଜା ଜିନିଷ ଯୋଗାଡ଼ କରିଦେବାରୁ ସେ ପୂଜା କଲା ।

ଚତୁର୍ଥ ଛାନ୍ଦରେ ବିରାଟ ଦେଶର କଥା ବଖାଣ ହୋଇଛି। ବିରାଟ ଦେଶର ଧନେଶ୍ୱର ଓ ତା'ର ସ୍ତ୍ରୀ ପଦ୍ମାବତୀଙ୍କର ଗୋଟିଏ ପୁଅ ଓ ତିନିଝିଅ । ଝିଅମାନେ ଓଷା ପୂଜିବାକୁ ମନ କଲେ । ମା' କହିଲେ ତୁମର ଏ ଓଷା କରିବା ବିହିତ ନୁହେଁ । ବୃନ୍ଦାବତୀ ସ୍ୱପ୍ନରେ ପଦ୍ମାବତୀକୁ କହିଲେ ତୋ ଝିଅମାନଙ୍କୁ କାହିଁକି ଓଷା ପୂଜିବାକୁ ମନା କଲୁ ? ସେମାନେ ଯଦି ଏ ଓଷା ନ କରିବେ ତେବେ ସାତଦିନ ଭିତରେ ତୋ ପୁଅ ମରିବ । ସେ ନିଦରୁ ଉଠି ଝିଅମାନଙ୍କୁ ଏ ଓଷା ପୂଜା କରିବାକୁ କହିଲା ।

।ପଞ୍ଚମ ଛାନ୍ଦରେ ସୌରାଷ୍ଟ୍ର ଦେଶର କଥା ବଖଣା ହୋଇଛି । ଏଥିରେ ଜହ୍ନିଫୁଲ ଛିଣ୍ଡାଇବା ମନା । କିନ୍ତୁ ସେ ଦେଶର ରାଜଜେମା ଜହ୍ନିଫୁଲ ଛିଣ୍ଡାଇବାରୁ ତା' ହାତ ଖଣ୍ଡ ଖଣ୍ଡ ହୋଇଗଲା । ମାଆକୁ କାନ୍ଦି କାନ୍ଦି ଆସି ସେ କଥା କହିଲା । ମାଆ କାନ୍ଦି କାନ୍ଦି କେଉଁ ବିଧାତା ଏହାକଲେ ବୋଲି ବିକଳ ହେଲା । ବୃନ୍ଦାବତୀ ତା' ମନକଥା ଜାଣିଲେ । ରାଣ୍ଡୀ ବ୍ରାହ୍ମଣୀ ରୂପରେ ତା'ପୁରକୁ ଆସିଲେ । ସେ ଜହ୍ନି ଛିଣ୍ଡାଇବା କଥା ଶୁଣି ଓଷଦ ଦେଇଗଲେ ଓ ଝିଅ ଜହ୍ନିଓଷା କରୁବୋଲି ପରାମର୍ଶ ଦେଲେ । ସେ ଓଷଦ ବାଟି ବୋଳି ଦେବାରୁ ହାତ କଅଁଳିଲା । ଆଶ୍ୱିନମାସ ହେଲାରୁ ଝିଅ ଓଷା କରିବାକୁ କହିଲା । ସେଥିରେ ବୃନ୍ଦାବତୀ ସବୁ ପୂଜା ସଜ ଯୋଗାଇଲେ । ସେ ବାଳଝିଅମାନଙ୍କ ସହିତ ମିଶି ପୂଜାକଲା ।

ଜହ୍ନିଓଷାରେ ଉଭୟ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପୂଜା କରାଯାଇଥାଏ । ସଞ୍ଜରେ ସେମାନେ ତୁଳସୀ ଚଉରା ମୂଳ ଜହ୍ନିଫୁଲରେ ସଜାଇ ଲିଆ ଭୋଗ କରିଥାନ୍ତି । ଏହି ମାସ ସାରା ଓଷାକାରିଣୀ ଝିଅମାନେ ଜହ୍ନି ଖାଇନଥାନ୍ତି । ସଞ୍ଜ ବେଳେ ଝିଅମାନେ ଜହ୍ନିଓଷା ଗୀତ ବୋଲିଥାନ୍ତି ।

ଜହ୍ନିଓଷାରେ "ଜହ୍ନିଓଷା କଥା" ପଢ଼ାଯାଏ। ଯେଉଁଥିରେ ବିଭିନ୍ନ ଛାନ୍ଦରେ ଭିନ୍ନ ଭିନ୍ନ କିମ୍ବଦନ୍ତୀ ବଖଣାଯାଇଛି। ଏହି କାବ୍ୟ ଏକାଦଶ ଅକ୍ଷରୀ ପଦ୍ୟରେ ପାଞ୍ଚ ଛାନ୍ଦରେ ବିଭକ୍ତ।ଏଥିରେ ମହାରାଷ୍ଟ୍ର, ଉଡ୍ରରାଷ୍ଟ୍ର (ଓଡ଼ିଶା), କର୍ଣ୍ଣାଟ (କର୍ଣ୍ଣାଟକ), ବିରାଟ ଦେଶ, ସୌରାଷ୍ଟ୍ର ଦେଶ ଇତ୍ୟାଦି ପାଞ୍ଚ ଦେଶରେ ଓଷାର ମହିମା ପାଳନର ବିଧି ଓ ସୁଫଳର କାହାଣୀ ବର୍ଣ୍ଣିତ ହୋଇଛି। ପ୍ରଥମ ଛନ୍ଦରେ ଓଷା ନିନ୍ଦାର କୁପରିଣତି ବଖଣାଯାଇଛି। ଆଶ୍ୱିନ ମାସ ତିରିଶ ଦିନ ଯାଏ ବାଳୁତ ଝିଅମାନେ ଏକମେଳ ହୋଇ ତୁଳସୀ ଚଉରା ମୂଳରେ ଜହ୍ନି ଫୁଲରେ କୋଠି କାଟି ଓଷା କରନ୍ତି। ଲିଆ ଉଖୁଡା ଆଦି ଭୋଗ ଲଗାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+