Advertisement

ପୁଣି ଚର୍ଚ୍ଚାରେ ସୋନୁ, ଉତ୍ତରାଖଣ୍ଡ ପ୍ରଳୟରେ ବାପ ଛେଉଣ୍ଡ 4 ଝିଅଙ୍କ ନେଲେ ଦାୟିତ୍ବ


ଡେରାଡୁନ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ । ଗରିବଙ୍କ ମସିହା ବନିଥିବା ସୋନୁଙ୍କୁ ନେଇ ଏବେ ପୁଣି ଚର୍ଚ୍ଚ ଜୋର ଧରିଛି । ଫେବୃଆରୀ 7 ରେ ଉତ୍ତରାଖଣ୍ଡରେ ଘଟିଥିବା ପ୍ରଳୟଙ୍କାରୀ ହିମସ୍ଖଳନରେ ଅନାଥ ହୋଇଯାଇଥିବା 4 ଝିଅଙ୍କ ଦାୟିତ୍ବ ନେଇଛନ୍ତି ସୋନୁ ସୁଦ ।

ତାପୋଭାନ୍ ଜଳ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଆଲାମ ସିଂ ପୁଣ୍ଡିର (45) ନିଜ ପତ୍ନୀ ଏବଂ ଚାରି ଝିଅଙ୍କୁ ତେହେରୀ ଜିଲ୍ଲାର ଲୋୟାଲ୍ ​​ଗ୍ରାମରେ ଛାଡି ଜୀବନ ହରାଇଛନ୍ତି। ମୃତକଙ୍କ ଚାରି ଝିଅ ଅଭିନେତା ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisement
Advertisement

ମୃତ ଆଲମ୍‌ ସିଂହଙ୍କ ୪ ଝିଅ ହେଉଛନ୍ତି ଆଞ୍ଚଲ୍‌(୧୪), ଅନ୍ତରା(୧୧), କାଜଲ(୮) ଏବଂ ଅନନ୍ୟା(୨)। ସୋନୁଙ୍କ ଏହି ମହତ୍‌କାର୍ଯ୍ୟ ପାଇଁ ମୃତ ଆଲାମ୍‌ଙ୍କ ପରିବାର ଲୋକ ତାଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଇଛନ୍ତି। ଆଲମ୍‌ ସିଂହ ପତ୍ନୀ ସରୋଜିନୀ ଦେବୀ କହିଛନ୍ତି ଯେ, 'ବନ୍ୟା ଆମଠାରୁ ସବୁ କିଛି ଛଡ଼ାଇ ନେଲା। ମୋ ପିଲାମାନଙ୍କୁ ବାପ ଛେଉଣ୍ଡ କରିଦେଲା। ସୋନୁ ଭାଇ ଆସି ଆମକୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଆମେ ତାଙ୍କ ନିକଟରେ ଚିର ଋଣୀ ରହିବୁ।' ସୋନୁ ଟ୍ୱିଟ୍‌ କରି ଲେଖିଛନ୍ତି କି 'ସେ ପରିବାର ଏବେ ଠାରୁ ମୋ ନିଜର।'

English Summary

Actor Sonu Sood adopts four daughters of uttarakhand glacier bursts victim
Have a great day!
Read more...