West Bengal Assembly Election 2021 : ଶୁଭେନ୍ଦୁ ଅଧିକାରୀଙ୍କ ରୋଡ୍ ସୋ' ରେ ବିଜେପି କର୍ମୀଙ୍କୁ ପଥର ମାଡ଼

ସଭାରେ ଯୋଗଦେବାକୁ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀର ଜଣାଶୁଣା ରାଜନେତା ଶୁଭେନ୍ଦୁ ଅଧିକାରୀ ରୋଡ୍ ସୋ କରି ଯାଉଥିବା ସମୟରେ ତାଙ୍କ ସମର୍ଥକଙ୍କ ଉପରକୁ ପଥର ମାଡ଼ ।

କୋଲକାତା : ଚଳିତ ବର୍ଷ ମଧ୍ୟ ଭାଗରେ ଅର୍ଥାତ୍ ମେ ମାସରେ ହୋଇପାରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ଏନେଇ ରାଜ୍ୟରେ ରାଜନୈତିକ ଦଳ ମାନେ ନିଜ ନିଜର ପ୍ରଚାର ଆରମ୍ଭ କରି ଶକ୍ତି ପ୍ରଦର୍ଶନ କରିବା ସହ ଦଳ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲଗାଇବା ଆରମ୍ଭ କରିଦେଲେଣି । ଖାସ୍ କରି ବଙ୍ଗଳାରେ ଶାସନାଧୀନ ଟିଏମିସ୍ ଏବଂ ବିଜେପି ମଧ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି ।

BJP-Rally-Kolkata

ଏଥି ମଧ୍ୟରେ ସୋମବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ହୋଇଥିଲା ଏକ ନିର୍ବାଚନୀ ସଭା । ଏହି ସଭାରେ ଯୋଗଦେବାକୁ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀର ଜଣାଶୁଣା ରାଜନେତା ଶୁଭେନ୍ଦୁ ଅଧିକାରୀ ରୋଡ୍ ସୋ କରି ଯାଉଥିବା ସମୟରେ ତାଙ୍କ ସମର୍ଥକଙ୍କ ଉପରକୁ ପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା । ବିଜେପି କର୍ମୀଙ୍କ ଉପରେ ଏହି ପଥରମାଡ଼ ତୃଣମୂଳ କଂଗ୍ରେସ ପକ୍ଷରୁ କରାଯାଇଥିବା ନେଇ ବିଜେପି ଅଭିଯୋଗ କରିଛି ।

ମମତାକୁ ନହରାଇଲେ ରାଜନୀତି ଛାଡ଼ିଦେବି : ଶୁଭେନ୍ଦୁ ଅଧିକାରୀ

ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ବିଜେପିର ଆଜିର ଏହି ସଭାରେ ଶୁଭେନ୍ଦୁ ମମତାଙ୍କୁ ନେଇ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ନିର୍ବାଚନରେ ମମତାଙ୍କୁ ହରାଇବି । ଯଦି ନହରାଇ ପାରିବି ତେବେ ରାଜନୀତି ଛାଡ଼ିଦେବି । ସେ ଆହୁରି ମଧ୍ୟ କହିଛନ୍ତି ମମତାଙ୍କୁ 50 ହଜାରରୁ ଅଧିକ ଭୋଟରେ ହରାଇବେ ।

ରାଲିରେ ସାମିଲ ଥିଲେ ଶୁଭେନ୍ଦୁ ଅଧିକାରୀ

ଶୁଭେନ୍ଦୁ ଅଧିକାରୀଙ୍କ ରାଲିରେ ବିଜେପି କର୍ମୀଙ୍କ ଉପରକୁ ପଥରମାଡ଼ କରାଯାଉଥିବାର ଏକ ଭିଡ଼ିଓ ଖବର ସରବରାହ ସଂସ୍ଥା ଏଏନ୍ଆଇ ଟ୍ୱିଟ୍ କରିଛି । ପଥର ମାଡ଼ କରୁଥିବା ଲୋକଙ୍କ ହାତରେ ଟିଏମସି ଦଳର ପତାକା ଥିବା ଦେଖିବାକୁ ମିଳିଥିଲା ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆଜିର ଏହି ରାଲିରେ କେନ୍ଦ୍ର ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ରାଜ୍ୟ ବିଜେପି ପ୍ରମୁଖ ଦିଲ୍ଲୀପ ଘୋଷ ଏବଂ ମମତାଙ୍କ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଚର୍ଚ୍ଚିତ ନେତା ଶୁଭେନ୍ଦୁ ଅଧିକାରୀ ସାମିଲ ଥିଲେ । ଏହି ରାଲି କୋଲକାତାର ଚଲିଗଞ୍ଜରେ ଆୟୋଜନ କରାଯାଇଥିଲା ।

ସୂଚନାୟୋଗ୍ୟ, କିଛି ଦିନ ପୂର୍ବରୁ ଶୁଭେନ୍ଦୁଙ୍କ ସମେତ 10 ଜଣ ନେତା ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଯେଉଁଥିପାଇଁ ଟିଏମସି ତାଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+