ଆଜିଠୁ ମହିଳା ପ୍ରିମିୟର ଲିଗ୍, ମୁମ୍ବାଇ ବନାମ ବେଙ୍ଗାଲୁରୁ ଉଦ୍ଘାଟନୀ ଲଢେଇ
ପ୍ରଥମ ଦିନିକିଆ ବିଶ୍ୱକପରେ ଐତିହାସିକ ବିଜୟର ଉତ୍ସବ ପାଳନ କରୁଥିବା ଭାରତୀୟ ମହିଳା ଦଳ ଏବେ ପରସ୍ପର ବିପକ୍ଷରେ ଖେଳିବେ । ମହିଳା ପ୍ରିମିୟର ଲିଗର ଚତୁର୍ଥ ସିଜିନ ଆଜି ନାଭି ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି । ଫ୍ରାଞ୍ଚାଇଜ ଭିତ୍ତିକ ଟି-ଟ୍ୱେଣ୍ଟି ଲିଗ୍ରେ ୫ ଦଳ ମଧ୍ୟରେ ହେବ ଟକ୍କର । ଉଦଘାଟନୀ ମ୍ୟାଚ୍ ବେଶ୍ ଉତ୍ସାହପୂର୍ଣ୍ଣ ହେବ । ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ପ୍ରଥମ ମୁକାବିଲା । ମୁମ୍ବାଇର ନେତୃତ୍ୱ ନେବେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର । RCBର ନେତୃତ୍ୱ ନେବେ ଷ୍ଟାର ଓପନର ସ୍ମୃତି ମନ୍ଧାନା । ଉଭୟ ଟାଇଟଲ ବିଜୟୀ ଦଳ, ଯେଉଁଥିରେ ମୁମ୍ବାଇ ୨ଥର ଏବଂ ଆରସିବି ଥରେ ଟ୍ରଫି ଉଠାଇଛି । ରାତି ୭ଟା ୩୦ରୁ ଆରମ୍ଭ ହେବ ମ୍ୟାଚ ।

ହରମନପ୍ରୀତ-ମନ୍ଧାନା ହେବେ ମୁହାଁମୁହିଁ- ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏଥର ଏକ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ମନେ ହେଉଛି । ହରମନପ୍ରୀତଙ୍କ ବ୍ୟତୀତ, ଇଂଲଣ୍ଡ ଅଧିନାୟକ ନାଟ୍ ସାଇଭର-ବ୍ରଣ୍ଟ ଏବଂ ୱେଷ୍ଟଇଣ୍ଡିଜ୍ ଅଧିନାୟକ ହେଲି ମାଥ୍ୟୁସ୍ ଭଳି ଅଭିଜ୍ଞ ଖେଳାଳିମାନେ ଦଳର ଶକ୍ତି । ନ୍ୟୁଜିଲ୍ୟାଣ୍ଡର ଆମେଲିଆ କେର, ଅଷ୍ଟ୍ରେଲିଆର ଯୁବ ଦ୍ରୁତ ବୋଲର ମିଲି ଇଲିଙ୍ଗୱର୍ଥ ଏବଂ ଭାରତର ନିର୍ଭରଯୋଗ୍ୟ ଅମନଜୋତ କୌର ବ୍ୟାଟିଂରେ ପ୍ରଭାବ ଦେଖାଇବେ । ଦକ୍ଷିଣ ଆଫ୍ରିକାର ଶବନିମ୍ ଇସମାଇଲ୍ ସାଇକା ଇସାକଙ୍କ ଭଳି ସ୍ପିନରଙ୍କ ସହିତ ବୋଲିଂ ଆକ୍ରମଣର ନେତୃତ୍ୱ ନେବେ । ଅନ୍ୟପକ୍ଷରେ ଆରସିବି ବି କିଛି କମ ନୁହେଁ । ସ୍ମୃତି ମନ୍ଧାନାଙ୍କ ଉପରେ ଦଳ ପାଇଁ ଏକ ଦୃଢ଼ ଆରମ୍ଭ ପ୍ରଦାନ କରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିବ । ଅଷ୍ଟ୍ରେଲିଆର ଜର୍ଜିଆ ୱାରେହାମ, ଗ୍ରେସ ହାରିସ୍ ଏବଂ ଦକ୍ଷିଣ ଆଫ୍ରିକାର ନାଡିନ୍ ଡି କ୍ଲାର୍କ ମଧ୍ୟକ୍ରମ ସମ୍ଭାଳିବେ । ରିଚା ଘୋଷ ୱିକେଟକିପର-ଫିନିଶର ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଅରୁନ୍ଧତୀ ରେଡ୍ଡୀ, ପୂଜା ବସ୍ତାକର ଏବଂ ଇଂଲଣ୍ଡର ଲରେନ୍ ବେଲ୍ ପେସ୍ ଆକ୍ରମଣର ନେତୃତ୍ୱ ନେବେ, ଯେତେବେଳେ ଲିନ୍ସେ ସ୍ମିଥ୍, ରାଧା ଯାଦବ ଏବଂ ଶ୍ରେୟଙ୍କା ପାଟିଲ୍ ସ୍ପିନ୍ ବିଭାଗ ସମ୍ଭା ।
୫ ନୂଆମୁହଁଙ୍କ ଉପରେ ନଜର- ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ଯୁବ ପ୍ରତିଭାଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇ ଦେବା ସହ ସେମାନଙ୍କୁ ଲୋକଲୋଚନକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । ଗତ ୩ଟି ସିଜନ ଭଳି ଏଥର ମଧ୍ୟ କିଛି ଅନାଲୋଚିତ ଓ ଅପରିଚିତ ଯୁବ ପ୍ରତିଭାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଚଳିତ ଡବ୍ଲ୍ୟୁପିଏଲର ଚତୁର୍ଥ ସଂସ୍କରଣରେ ୫ଜଣ ନୂଆମୁହଁ ଦେଖିବାକୁ ମିଳିବ । ସେମାନେ ହେଲେ ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବା ବ୍ୟାଟର ଦିୟା ଯାଦବ । ଯିଏକି ସର୍ବକନିଷ୍ଠା ଖେଳାଳି । ଦିଲ୍ଲୀ ତାଙ୍କୁ ୧୦ ଲକ୍ଷ ଟଙ୍କାରେ କିଣିଥିଲା । ସେହିପରି ୟୁପି ୱାରିୟର୍ସର ଗଙ୍ଗୋଦି ତ୍ରିଶା । ଦୁର୍ଦ୍ଧର୍ଷ ବ୍ୟାଟିଂ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗଙ୍ଗୋଦି । ରୟାଲ ଚ୍ୟାଲେଞ୍ଜର୍ସର ଗୌତମୀ ନାଏକ ଜଣେ ଅଲରାଉଣ୍ଡର । ତାଙ୍କୁ ଆରସିବି ୧୦ ଲକ୍ଷ ଟଙ୍କାରେ କିଣିଥିଲା । ସେ ଜଣେ ପାୱାର ହିଟର । ଗୁଜରାଟ ଜାଏନ୍ସର ୨୨ ବର୍ଷୀୟ ଅନୁଷ୍କା ଶର୍ମା ୪୫ ଲକ୍ଷ ଟଙ୍କାରେ କିଣା ହୋଇଥିଲେ । ବିସିସିଆଇ ଅନ୍ତଃଜୋନ ଟୁର୍ଣ୍ଣାମେଣ୍ଟରେ ସେ ୫ଟି ଇନିଂସ୍ ଖେଳି ୧୫୫ରନ୍ ସଂଗ୍ରହ କରିଥିଲେ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସର ଅଷ୍ଟ୍ରେଲିଆର ଯୁବ ଅଲରାଉଣ୍ଡର ମିଲି ଇଲିଂୱର୍ଥଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମୁମ୍ବାଇ ଇଣ୍ଡିଆନ୍ସ ଶେଷରେ ତାଙ୍କୁ ୧୦ ଲକ୍ଷ ଟଙ୍କାରେ ଚୁକ୍ତି କରିଥିଲା । ସେ ମହିଳା ବିଗ୍ ବାସ୍ ଲିଗ୍ରେ ୨ଟି ଦଳ ପକ୍ଷରୁ ୩୦ଟି ମ୍ୟାଚ୍ ଖେଳି ୧୮ଟି ୱିକେଟ୍ ନେଇଛନ୍ତି । ସେ ଘଣ୍ଟା ପ୍ରତି ୧୧୫କି.ମି. ବେଗରେ ବୋଲିଂ କରିପାରୁଛନ୍ତି ।












Click it and Unblock the Notifications