Get Updates
Get notified of breaking news, exclusive insights, and must-see stories!

୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲ୍ ମୁକାବିଲା, ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ୟୁଏଇରେ ଚାଲିଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ଭାରତ ଓ ପାକିସ୍ତାନ ପହଞ୍ଚିଛନ୍ତି। ଆଜି ଦୁବାଇରେ ଫାଇନାଲ ଖେଳାଯିବ। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲରେ ଭାରତ ଓ ପାକିସ୍ତାନ ବିଜୟ ସହ ଫାଇନାଲରେ ପହଞ୍ଚିଛନ୍ତି। ଆଇସିସି କ୍ରିକେଟ ଏକାଡ଼େମୀ ଗ୍ରାଉଣ୍ଡ ଦୁବାଇରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ପ୍ରଥମ ସେମିଫାଇନାଲରେ ଭାରତ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଶ୍ରୀଲଙ୍କା ବିଜୟ ପାଇଁ ଭାରତ ସମ୍ମୁଖରେ ୧୩୯ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଭାରତ ୧୮ ଓଭର ଖେଳି ଦୁଇ ୱିକେଟ ବିନିମୟରେ ୧୩୯ରନ କରି ବିଜୟୀ ହୋଇଥିଲା।

Under-19 Asia Cup

ଆୟୁଷ ମାହାତ୍ରେ ୭ ଓ ବୈଭବ ସୂର୍ଯ୍ୟବଂଶୀ ୯ରନ କରି ଆଉଟ୍‌ ହୋଇଥିବାବେଳେ ଆରୋନ ଗର୍ଗ ୫୮ ଓ ଭିହାନ ମାଲହୋତ୍ରା ୬୧ରନ କରି ଅପରାଜିତ ରହିଥିଲେ। ବର୍ଷା ପାଇଁ ମ୍ୟାଚ ୨୦ ଓଭର ବିଶିଷ୍ଟ ଖେଳାଯାଇଥିଲା। ଭାରତ ଟସ୍‌ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଶ୍ରୀଲଙ୍କା ନିୟମିତ ୱିକେଟ ହରାଇବା ସହ ବଡ ସ୍କୋର କରିବାରେ ବିଫଳ ହୋଇଥିଲା। ଦଳ ୮ ୱିକେଟରେ ୧୩୮ରନ କରିଥିଲା।

ଚାମିକା ହିନାଟିଗାଲା ସର୍ବାଧିକ ୪୨ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭିମାନ ଧିନସାରା ୩୨, ଷ୍ଟିମିକା ସେନିଭିରତ୍ନେ ୩୦, ବୀରେନ ଚାମୁଣ୍ଡିତା ୧୯ରନ କରିଥିଲେ। ଭାରତ ପକ୍ଷରୁ ହିନିଲ ପଟେଲ ଓ କନିଷ୍କ ଚୌହ୍ବାନ ଦୁଇଟି ଲେଖାଏଁ, କିଷାନ ସିଂହ, ଦୀପେଶ ଦେବେନ୍ଦ୍ର ଓ ଖିଲାନ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଭିହାନ ମାଲହୋତ୍ରା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦ୍ବିତୀୟ ସେମିଫାଇନାଲରେ ପାକିସ୍ତାନ ୮ ୱିକେଟରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+