Get Updates
Get notified of breaking news, exclusive insights, and must-see stories!

ଜାତୀୟ କ୍ରୀଡ଼ା ଦିବସ: କାହିଁକି ପାଳନ ହୁଏ ଏହି ଦିବସ, ଆଧୁନିକ ଭାରତରେ କ୍ରୀଡ଼ାର ଭୂମିକା କଣ ?

National Sports Day 2024 : କ୍ରୀଡା ଦୁଇ ଅକ୍ଷର ଶବ୍ଦଟିଏ, କିନ୍ତୁ ତାର ମହତ୍ୱ ଏତେ ବ୍ୟାପକ ଯେ ସମସ୍ତଙ୍କୁ ନିଜର କରିନିଏ । ବ୍ୟକ୍ତି ଭିତରେ ଶକ୍ତି ଓ ଉନ୍ମାଦନର ଆଶାକୁ କରିଦିଏ ଜାଗ୍ରତ। ଏହି ହାଡ, ମାଂସର ଶରୀର ଭିତରେ ଢାଳିଦିଏ ଅସରନ୍ତି ଆନନ୍ଦ ଓ ଉଲ୍ଲାସ । ମନୁଷ୍ୟ ଶରୀରକୁ ସୁସ୍ଥ, ଫୁର୍ତି ତଥା ସ୍ୱାସ୍ଥ୍ୟବାନ ରଖିବା ନିମନ୍ତେ କରାଯାଉଥିବା ଖେଳକୁଦ ଓ କସରତକୁ କ୍ରୀଡା କୁହାଯାଏ । ଶରୀରର ଅଙ୍ଗପ୍ରତ୍ୟଙ୍ଗଙ୍କ ସୁସ୍ଥ ରହିବା ପାଇଁ ନିତ୍ୟାନ୍ତ ଆବଶ୍ୟକ ହେଉଛି କ୍ରୀଡା । କ୍ରୀଡା ମାନବ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ଏବଂ ଜୀବନର ସମସ୍ତ କ୍ଷେତ୍ରରେ ଏହାର ମହତ୍ୱ ଅଛି । ଜଣେ ବ୍ୟକ୍ତିର ଚରିତ୍ର ଓ ବ୍ୟକ୍ତିତ୍ୱ ଗଠରେ ଏହା ସହାୟକ। ରାଜ୍ୟ ରାଜ୍ୟ ଓ ଦେଶ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବାର ମାଧ୍ୟମ ହେଇଛି କ୍ରୀଡା ।

ଜାତୀୟ କ୍ରୀଡ଼ା ଦିବସ

ଆବହମାନ କାଳରୁ ଏକବିଂଶ ଭାରତରେ କ୍ରୀଡା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରତିବର୍ଷ ଅଗଷ୍ଟ ମାସ ୨୯ ତାରିଖରେ କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସରେ ସାରା ଭାରତରେ ଜାତୀୟ କ୍ରୀଡା ଦିବସ ପାଳିତ ହୁଏ । ତାଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୨ ଏବଂ ୧୯୩୬ ମସିହାରେ ତିନୋଟି ଅଲମ୍ଫିକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ବିଭିନ୍ନ ଖେଳରେ କୃତିତ୍ୱ ଲାଭ କରି ଦେଶକୁ ଗର୍ବିତ କରିଥିବା ଖେଳାଳି ମାନଙ୍କ ସମ୍ମାନର୍ଥେ ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଦିନ ସେମାନଙ୍କୁ ପୁରଷ୍କୃତ କରାଯାଏ। ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଦ୍ୱାରା ପ୍ରତିବର୍ଷ ଏହାର ଆୟୋଯନ କରାଯାଏ ।

ବିଭିନ୍ନ ଖେଳ ନିମନ୍ତେ ମଧ୍ୟ ଅଲଗା ଅଲଗା ପୁରସ୍କାର ଦିଆଯାଏ। ଭାରତ ବର୍ଷରେ କ୍ରୀଡାର ସ୍ଥାନ ଶିଖରରେ, କ୍ରୀଡାବିତଙ୍କ ଅବଦାନ ଭାରତକୁ ମଧ୍ୟ ଏକ ନୂତନ ପରିଚୟ ଦେଇଛି। ବର୍ତମାନ ଭାରତ କ୍ରୀଡା କ୍ଷେତ୍ରରେ ଏତେ ସଫଳତା ନପାଇଲେ ସୁଦ୍ଧା ସଫଳତା ଆଡକୁ ଆସ୍ତେ ଆସ୍ତେ ଅଗ୍ରଗତି କରୁଛି।

ଜାତୀୟ କ୍ରୀଡା ଦିବସ କେବେ ଓ କାହିଁକି ପାଳନ ହୁଏ ?

ମେଜର ଧ୍ୟାନଚାନ୍ଦ ବା ହକିର ଯାଦୁଗର, ଦେଶ ପ୍ରତି ବର୍ଷ ତାଙ୍କର ଜୟନ୍ତୀକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିଥାଏ । ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ଉତ୍ତରପ୍ରଦେଶର ଇଲାହାବାଦ ଜିଲ୍ଲାରେ ହୋଇଥିଲା । ହକି ଦୁନିଆରେ ମେଜର ଧ୍ୟନଚାନ୍ଦ ଯେଉଁ ରୂପରେଖ ପ୍ରସ୍ତୁତ କରିଥିଲେ ତାହା ସମସ୍ତେ ଜାଣିଛନ୍ତି । ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୧୨ରେ ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନିଆଯାଇଛି । କିନ୍ତୁ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଦେବା ପାଇଁ ଅନେକ ବିଳମ୍ବ ହୋଇ ଯାଇଥିଲା ବୋଲି । କିନ୍ତୁ ସେବେଠାରୁ ପର୍ୟ୍ୟନ୍ତ ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଉଛି ।

ଭାରତ ଆସ୍ତେ ଆସ୍ତେ ଉନ୍ନତିର ଶିଖର ଆଡକୁ ଅଗ୍ରଗତି କରୁଛି। ସବୁକ୍ଷେତ୍ରରେ ବିଶ୍ୱର ବଳି ନେତୃତ୍ୱ ନେଉଥିବା ରାଷ୍ଟ୍ରଙ୍କ ସହ ପାଦରେ ପାଦ ମିଶାଇ ନିଜର ଶ୍ରେ ତ୍ୱକୁ ପ୍ରତିପାଦନ କରୁଛି। ମାତ୍ର କିଛି ହାତ ଗଣତି ଖେଳକୁ ଛାଡି ଅନ୍ୟ ମାନଙ୍କରେ ନିଜର ଆଧିପତ୍ୟ ବିସ୍ତାର କରିପାରୁ ନାହିଁ। କ୍ରିକେଟ ଏକମାତ୍ର ଖେଳ ଯାହା ଏବେ ଆମ ଦେଶର ଘରେ ଘରେ ପ୍ରତି କୋଣରେ ପହଚିଂଛି। ଭାରତ କ୍ରିକରଟର ସବୁ ଫର୍ମାଟରେ ବିଶ୍ୱ ବିଜେତା ହୋଇପାରିଛି। ମାତ୍ର ଅନ୍ୟ ସମସ୍ତ ଖେଳ ଏତେମାତ୍ରରେ ପ୍ରଭାବ ପକାଇ ପାରିନାହିଁ। କ୍ରିକେଟକୁ ଛାଡି ଅନ୍ୟସବୁ ଖେଳ କଥା ଜନସାଧାରଣଙ୍କ ପାଖରେ ପହଚିଂ ପାରୁ ନାହିଁ। କ୍ରିକେଟ ଯେପରି ଲୋକପ୍ରିୟ ହୋଇ ଲୋକଙ୍କ ହୃଦୟରେ ଘର କରିଛି ସେହିପରି ଅନ୍ୟ ଖେଳ ମଧ୍ୟ କିପରି ବିକଶିତ ହେବ ସେ ଉପରେ ଯଥାଶୀଘ୍ର ଧ୍ୟାନ ଦେବା ହକି ଆମର ଜାତୀୟ ଖେଳ ହେଲେ ସୁଦ୍ଧା ଏତେ ପ୍ରଭାବ ପକାଇ ପାରୁନାହିଁ। କ୍ରିକେଟ ବ୍ୟତୀତ ଅନ୍ୟାନ୍ୟ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଖେଳରେ ଭାରତ ଏତେ ପରିଚିତ ନୁହେଁ। ଏହାର ମୁଖ୍ୟ କାରଣ ହେଇଛି, ଅନ୍ୟ ଖେଳ ଗୁଡିକରେ ବୃତିଗତ ଖେଳାଳିଙ୍କ ପାଇଁ ସ୍ଥାୟୀ ଭବିଷ୍ୟତ ନାହିଁ। ପୁଟବଲ , ହକି ଆଦି ଖେଳ କଣ ପାଇଁ ଲୋକପ୍ରିୟ ହୋଇ ପାରୁନାହିଁ ସେଥିପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।

ଖେଲୋ ଇଣ୍ଡିଆ

ତେବେ ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ଭାରତୀୟ କ୍ରୀଡାରେ ଏକ ନୂତନ ଭୁମିକା ଗ୍ରହଣ କରି ଛି। ଆମ ଦେଶରେ ଖେଳାଯାଉଥିବା ସମସ୍ତ ଖେଳକୁ ଏହା ପୁନଃଜୀବିତ କରିଛି । ତୃଣମୂଳ ସ୍ତରରୁ ଏହା ଭାରତୀୟ କ୍ରୀଡାକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ପ୍ରୟାସ କରିଛି। ଏହା ଗ୍ରାମୀଣ ସ୍ତରରୁ ପ୍ରତିଭା ମାନଙ୍କୁ ସମ୍ମାନ ଦେବା ସହ, ସ୍ଥାନୀୟ ତଥା ଜାତୀୟ ସ୍ତରରେ ଭିତିଭୂମିକୁ ସୁଦୃଢ କରିବ । କ୍ରୀଡାର ବ୍ୟାପକତା ପ୍ରତି ଏହାର ଦୃଷ୍ଟି ରହିଛି। କ୍ରୀଡା କେବଳ ଆଉ ପ୍ରତିଦୋନ୍ଦୀ ଭାବରେ ସିମୀତ ନାହିଁ, ସମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଦେଶ ପାଇଁ ଏହାର ଅବଦାନ ଅଛି। ଭାରତୀୟ କ୍ରୀଡାର ଉନ୍ନତିରେ ଖେଲୋ ଇଣ୍ଡିଆ ନିଶ୍ଚିତ ଭାବେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ। ବିଭିନ୍ନ ଖେଳାଳି ଖେଲୋ ଉଣ୍ଡିଆରୁ ଆସି ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାରେ ସଫଳତା ହାସଲ କଲେଣି। ଆସାମର ହିମା ଦାସ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଅନେକ କୃତିତ୍ୱ ହାସଲ କରିଛନ୍ତୀ । ଖେଲୋ ଇଣ୍ଡିଆର ଭାରତ ପାଇଁ କ୍ରୀଡା କ୍ଷେତ୍ରରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ। ତେବେ ଏହା କିପରି ଭାରତର ସବୁଆଡେ ପହଂଚି ପାରିବ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ। ଏହା କିପରି ବିକଶିତ ହେଇ ପାରିବ ସେଥିପ୍ରତି ତୁରନ୍ତ ପଦେକ୍ଷପ ନେବା ଦରକାର ।

ଖେଲୋ ଇଣ୍ଡିଆର ଆଇ ଏକ ଅବଦାନ ହେଉଛି, ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍‌। ଏହା ଦ୍ୱାରା ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ପିଲାମାନେ ଏକାଠି ହୋଇ ଖେଳିବା ସହ ନିଜର ପ୍ରତିଭାକୁ ଲୋକଲୋଚନକୁ ଆଣି ପାରୁଛନ୍ତି। ପ୍ରତିଭାବାନ ଖେଳାଳିଙ୍କ ପାଇଁ ଏହା ନୂତନ ଆଶାର କିରଣ। ନିଜ ବିଶ୍ୱବିଦ୍ୟାଳୟକୁ ସେମାନେ ଉପସ୍ଥାପିତ କରିବା ସହ ଭାରତର କ୍ରିଡା ଭବିଷ୍ୟତ ପାଇଁ ପଥ ତିଆରି କରୁଛନ୍ତି। ତେବେ ଏହି ଖେଳ ବିଶ୍ୱବିଦ୍ୟାଳୟର ସମସ୍ତ ପିଲାଙ୍କ ପାଖରେ ପହଂଚି ପାରିଛୁ କି ନାହିଁ ସେଥିପାଇଁ ପ୍ରତି ବିଶ୍ୱବିଦ୍ୟାଳୟରେ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ରଖିବା ଦରକାର। ଆମ ରାଜ୍ୟରେ ହାତ ଗଣତି ମହାବିଦ୍ୟାଳୟକୁ ଓ ବିଶ୍ୱବିଦ୍ୟାଳୟକୁ ଛାଡି ଅନ୍ୟ ମାନଙ୍କରେ କ୍ରୀଡା ପ୍ରଶିକ୍ଷକ ନାହାନ୍ତି, ସେଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ଜରୁରୀ। ଯଦି ସମ୍ବବ ଖେଲୋ ଇଣ୍ଡିଆ ଏଥିରେ ହସ୍ତେକ୍ଷପ କରିବା ଦରକାର। ବିଦ୍ୟାଳୟ ମାନଙ୍କରେ ମଧ୍ୟ କ୍ରୀଡା ପ୍ରଶିକ୍ଷକଙ୍କ ଅଭାବ, ଯାହା ଦ୍ୱାରା କ୍ରୀଡା ସମସ୍ୟା ଦେଖାଯାଇଛି। ପିଲାଦିନୁ କ୍ରୀଡା ପ୍ରତି ଆତ୍ମୀୟତାକୁ ଛାତ୍ରଛାତ୍ରୀଙ୍କ ମନରେ ଜାଗ୍ରତ ହୋଇ ପାରୁନାହିଁ, ଯାହା ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି।
କେତେକାଂଶରେ କ୍ରୀଡା ପ୍ରଶିକ୍ଷକ ଥାଇ ମଧ୍ୟ ଅଭିଭାବକ ମାନେ କେବଳ ପାଠ ପଢିବା ହେତୁ ପିଲାଙ୍କ ଉପରେ ଚାପ ପକାଇ ପାରୁଛନ୍ତି। ଏସବୁ ସମସ୍ୟାର ସମାଧାନ ଯଥାଶିଘ୍ର କରିବା ଆବଶ୍ୟକ।
ସରକାର ଏବେ ଆମ ଦେଶରେ କ୍ରୀଡାକୁ ଅଗ୍ରାଧିକାର ଦେବାକୁ ଏବେ ଫିଟ ଇଣ୍ଡିଆ ମୁଭମେଂଟ ମଧ୍ୟ ନେଇଛନ୍ତ। ଏହାର ଅର୍ଥ ହେଇଛି କ୍ରୀଡାକୁ ପ୍ରୋତ୍ସାହିତ କରିବା ଏବଂ ସୁସ୍ଥ ଜୀବନଶୈଳୀରେ ବଂଚିବା। ଏହା ଆମକୁ ସୁସ୍ଥ ରହିବାକୁ ସାହାଯ୍ୟ କରିବ। ଶାରୀରିକ ପରିଶ୍ରମ ହେତୁ ଆମ ଶରୀରର ନମନୀୟତା ବୃଦ୍ଦି ପାଇବ। ଶରୀରକୁ ଫିଟ ରଖିବା ପାଇଁ ଏହା ଏକ ଉକୃôଷ୍ଟ ଉପକରଣ। କ୍ରୀଡା ଆମ ହୃଦୟକୁ ଶକ୍ତିଶାଳି କରେ। ହୃଦରୋଗ ଜନିତ ରୋଗକୁ ଏହା ଦୂରୀକରଣ କରେ। ଶରୀରରେ କୋଲେଷ୍ଟ୍ରଲ ଓ ଚର୍ବିର ପରିମାଣକୁ କମାଇଥାଏ। ଫୁସଫୁସର କ୍ଷମତା ଏବଂ ଦକ୍ଷତା ମଧ୍ୟ ବୃଦ୍ଦି କରିଥାଏ। କ୍ରୀଡା ବ୍ୟକ୍ତିକୁ ସମ୍ପୁର୍ଣ୍ଣ ଫିଟ କରିଥାଏ। କ୍ରୀଡା ବ୍ୟକ୍ତିର ସାମାଜିକ ଜୀବନକୁ ସୁଦୃଢ କରେ। ଅନେକ ରୋଗର ପ୍ରତିରୋଧକ ହେଇଛି କ୍ରୀଡା । ଆମ ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏହାର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ। ତେବେ ଫିଟ ଇଣ୍ଡିଆ ମୁଭମେଂଟ ଆମକୁ ସୁସ୍ଥ ରଖିବା ସହ ଭାରତକୁ ଏକ ନୂତନ ଦିଗନ୍ତ ଦେବ।
ତେବେ ମହିଳା ମାନଙ୍କ କ୍ଷେତ୍ରରେ ଅନେକ ଚ୍ୟାଲେଂଜ ଦେଖାଯାଏ। ଆମ ରହୁଥିବା ପରିବେଶରେ ଲିଙ୍ଗଗତ ଦୃଷ୍ଟିକୋଣରୁ ସେମାନେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପୁରୁଷ ପ୍ରାଧାନ୍ୟ ସମାଜରେ ଖେଳ ପ୍ରତି ରୁଚି ରଖୁଥିବା ଝିଅଟିକୁ କୁତ୍ସିତ ମନୋଭାବ ରଖୁଥିବା ପରିବାରୁ ନିନ୍ଦା ଅପମାନ ସହିବାକୁ ପଡୁଛି। ଗ୍ରାମୀଣ ବାଳିକା ମାନେ ପାରମ୍ପାରିକ ଖେଳ କବାଡି ଆଦି ଖେଳନ୍ତି, ମାତ୍ର ଏତେ ସୁଯୋଗ ପାଇପରନ୍ତି ନାହିଁ। ସେହିପରି ସହାରଚଂଳରେ ମଧ୍ୟ ହାତ ଗଣତି ଖେଳ ଖେଳିବାର ସୁଯୋଗ ମହିଳା ମାନଙ୍କୁ ମିଳେ। ଆମେ ରହୁଥିବା ସମାଜ ପୁରୁଷ କେନ୍ଦ୍ରିକ ହୋଇଥିବାରୁ ମହିଳା ମାନେ ବିଭନ୍ନ ଖେଳରେ ନିଜର ପାରିଦର୍ଶିତା ଦେଖାଇ ପାରନ୍ତି ନାହିଁ। ତେବେ ସେଥିପାଇଁ ମହିଳା ମାନଙ୍କର ଏକ ସ୍ୱତ୍‌ନ୍ତ୍ର ବ୍ୟବସ୍ଥା କରିବାକୁ ପଡିବ। ଭାରତର ଅନେକ ମହିଳା କ୍ରୀଡାବିତ ଆମ ଦେଶକୁ ଗୌରାବନ୍ୱିତ କରିଛନ୍ତି। ପି.ଭି ସିନ୍ଧୁ, ପିଟି ଉଷା, ମେରୀ କମ୍‌, ମିଥାଲି ରାଜ ଆଦି ଆମ ଦେଶକୁ ବିଶ୍ୱ ଦରବାରରେ ଉଚ୍ଚାସ୍ଥାନରେ ରଖିଛନ୍ତ। ଅଲମ୍ପିକ୍ , ରାଜ୍ୟଗୋଷ୍ଟି କ୍ରୀଡା ଆଦିରେ ସେମାନେ ନିଜର ପାରିଦର୍ଶିତା ଦେଖାଇଛନ୍ତି। ବ୍ୟାଟ ମିଂଟନ, ବକ୍ସିଂ. କ୍ରିକେଟ, କବାଡି , ଭାର ଉତୋଳନ ଆଦିରେ ଭାରତର ମହିଳା କ୍ରୀଡାବିତ ମାନଙ୍କ ସ୍ଥାନ ବହୁ ଉଚ୍ଚରେ। ତେବେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଦ୍ୱାରା ସେମାନେ ଆହୁରୁ ଉନ୍ନତି କରିପାରିବେ।

ଜନଜାତି ସମ୍ପ୍ରଦାୟର ପିଲାମାନେ ଉନ୍ନତ ମାନର ଖେଳ ପଦର୍ଶନ କରନ୍ତି, ମାତ୍ର ପ୍ରୋତ୍ସାହନର ଅଭାବ ତାଙ୍କୁ ଏ ଦିଗରେ ସଫଳ କରିପାରେ ନାହିଁ। ଜନଜାତି ଛାତ୍ରବାସ ମାନଙ୍କରେ ପିଲାଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବା ନିହାତି ଆବଶ୍ୟକ। ବିଭିନ୍ନ ସ୍ଥାନରେ ସ୍ପୋଟର୍ସ ହଷ୍ଟେଲ ମାନ ମଧ୍ୟ ଅଛି, ମାତ୍ର ସେଗୁଡିକ ସୁପରିଚାଳନା ହେଇ ପାରୁନାହିଁ। ତୃଣମୂଳ ସ୍ତରରୁ କିପରି କ୍ରୀଡାର ଉନ୍ନତି ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଅଛି।

ଏକବିଂଶ ଶତାଦ୍ଧୀର ଭାରତରେ କ୍ରୀଡାର ସ୍ଥାନ ଶିଖରରେ ପହଂଚିଛି। ତେବେ ଏହାକୁ ଆହୁରି ଅଗ୍ରଗତି କରିବା ନିହାତି ଆବଶ୍ୟକ। କ୍ରୀଡାର ବ୍ୟାପକତା ବୃଦ୍ଦି କରିବା ଉଦେଶ୍ୟରେ ହେଉଥିବା ପ୍ଲାଟଫର୍ମ ଯେମିତିକି ଖେଲୋ ଇଣ୍ଡିଆ. ଫିଟ ଇଣ୍ଡିଆ ଆଦିରେ କିପରି ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆସିବ ସେଥିପ୍ରତି ତୁରନ୍ତ ପଦକ୍ଷେପ ନେବା ଜରୁରୀ। ତା ସହ ମହିଳା କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହନ କରିବା ଦରକାର। ଭାରତ ସମସ୍ତ କ୍ଷେତ୍ରରେ ଏବେ ଅଗ୍ରଗତି କରୁଛି, କ୍ରୀଡା ମଧ୍ୟ ଆମ ଦେଶର ଉନ୍ନତିରେ ନୂତନ ଅଧ୍ୟାୟ ସୃଷ୍ଟି କରିବ। ନୂତନତାର ବାର୍ତା ଦେବା ସବିକଶିତ ଭାରତର ମେରୁଦଣ୍ଡ ହୋଇ ମଥା ଟେକି ଠିଆ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+