୧୭ରୁ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗ
ଆସନ୍ତା ୧୭ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ପୁରୁଷ ହକି ଇଣ୍ଡିଆ ଲିଗ୍ର (ଏଚ୍ଆଇଏଲ) ଶେଷ ପର୍ଯ୍ୟାୟ । ଶୀତୁଆ ସନ୍ଧ୍ୟାରେ ହକିର ଚମକ, ଦର୍ଶକ ହେବେ ମତୁଆଲା । ପ୍ରସ୍ତୁତି ଶେଷ ହୋଇଛି । ଦଳ ବି ପହଞ୍ଚିବା ଆରମ୍ଭ କରିଛନ୍ତି, ତେବେ ସେହି ମୁହୂର୍ତ୍ତକୁ ଅପେକ୍ଷା.. କେତେବେଳେ ଗଡ଼ିବ ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମ୍ୟାଚର ବଲ୍ । ଆସନ୍ତା ୧୭ ତାରିଖରେ ୨ଟି ମ୍ୟାଚ ରହିଛି । ପ୍ରଥମ ମ୍ୟାଚ୍ ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ କଳିଙ୍ଗ ଲାନସର୍ସ ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ଖେଳାଯିବ ।

ଚେନ୍ନାଇ ପରେ ଏବେ ରାଞ୍ଚିରେ ଏଚ୍ଆଇଏଲର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଉଛି । ୧୬ ତାରିଖରେ ରାଞ୍ଚି ରୟାଲ୍ସ ଓ ସୁରମା ହକି କ୍ଲବ ମଧ୍ୟରେ ଶେଷ ମ୍ୟାଚ୍ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ, ୨୩ରୁ ୨୫ ନକ୍ ଆଉଟ୍ ଏବଂ ୨୬ ତାରିଖରେ ଫାଇନାଲ ମ୍ୟାଚ ରହିଛି । ଗତ ବର୍ଷ ଭୁବନେଶ୍ୱର ପରିବର୍ତ୍ତେ ରାଉରକେଲାରେ (ବିର୍ସା ମୁଣ୍ଡା ଷ୍ଟାଡିୟମ) ଏଚ୍ଆଇଏଲର ମ୍ୟାଚ ଗୁଡ଼ିକ ଖେଳାଯାଇଥିଲା । କିନ୍ତୁ ଏଥର କେବଳ ଭୁବନେଶ୍ୱରରେ ଖେଳାଯିବ । ଓଡ଼ିଶାରୁ କଳିଙ୍ଗ ଲାନସର୍ସ ପୂର୍ବ ସଂସ୍କରଣରେ ଓଡ଼ିଶାରୁ ୨ଟି ଦଳର ମାଲିକ ଥିଲେ । କିନ୍ତୁ ଏଥର କେବଳ ବେଦାନ୍ତ କଳିଙ୍ଗ ଲାନସର୍ସ ଖେଳୁଛି । କଳିଙ୍ଗ ଲାନସର୍ସ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୧୧ ପଏଣ୍ଟ ପାଇ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି ।
ଏଚ୍ଆଇଏଲର ପ୍ରଥମ ପର୍ଯ୍ୟାୟ ୨୦୧୪ରୁ ୨୦୧୭ ସଂସ୍କରଣ ପର୍ଯ୍ୟନ୍ତ ଖେଳାଯାଇଥିଲା । ୨୦୧୭ରେ ଦଳ ଚାମ୍ପିଅନ ହୋଇଥିଲା । ଏହାପରେ ଏଚଆଇଏଲ୍ ସ୍ଥଗିତ ରହିଥିଲା । ପୁଣି ଗତ ବର୍ଷଠୁ ନୂଆ ରୂପରେ ଆରମ୍ଭ ହୋଇଛି । କିନ୍ତୁ ଲାନସର୍ସ ପୂର୍ବ ମାଲିକାନାରେ ନାହିଁ । ବେଦାନ୍ତ କିଣିବା ପରେ ଏହାର ନୂଆ ନାମ ବେଦାନ୍ତ କଳିଙ୍ଗ ଲାନସର୍ସ ନାମରେ ଖେଳୁଛି । ଭୁବନେଶ୍ୱରରେ ପୂର୍ବରୁ ହକି ଇଣ୍ଡିଆ ଲିଗ୍ ଏବଂ ଅନ୍ୟାନ୍ୟ ଇଭେଣ୍ଟକୁ ନେଇ ଯେଉଁ ଉତ୍ସାହ ରହିଥିଲା, ଏଥର ମଧ୍ୟ ସମାନ ଉତ୍ସାହ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ମାଗଣା ଟିକେଟ୍ ସଂପୂର୍ଣ୍ଣ ମାଗଣାରେ ଦର୍ଶକ କଳିଙ୍ଗ ଷ୍ଟାଡିୟମରେ ଏଚ୍ଆଇଏଲର ମ୍ୟାଚ ଗୁଡ଼ିକ ଦେଖିବାକୁ ପାଇବେ । ଷ୍ଟାଡିୟମରେ ପ୍ରବେଶ ପାଇଁ କିନ୍ତୁ ଦର୍ଶକଙ୍କୁ ଗ୍ଧସମଳରଗ୍ଧଶରଦ୍ଭସରରେ ଟିକେଟ୍ ବୁକ କରିବାକୁ ହେବ । ଷ୍ଟାଡିୟମରେ ପ୍ରବେଶ ସମୟରେ ଏହାକୁ ଦେଖାଇବାକୁ ପଡ଼ିବ ।












Click it and Unblock the Notifications