ବ୍ୟାଟିଂ କରିବ ଭାରତ
ଅହମ୍ମଦାବାଦରେ ଅନୁଷ୍ଠିତ ୫ମ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଦକ୍ଷିଣ ଆଫ୍ରିକା ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ୪ର୍ଥ ମ୍ୟାଚ ଘନ କୁହୁଡ଼ି ଯୋଗୁ ବାତିଲ ହୋଇଯାଇଥିଲା। ଯାହାଫଳରେ ୫ମ ମ୍ୟାଚଟି ନିର୍ଣ୍ଣାୟକ ହେବ। ଭାରତ ଏହି ମ୍ୟାଚରେ ବିଜୟୀ ହେଲେ ସିରିଜ କବଜା କରିବ। ଦକ୍ଷିଣ ଆଫ୍ରିକା ବିଜୟୀ ହେଲେ ସିରିଜ ଡ୍ର' ରହିବ।
ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ବଡ଼ ସ୍କୋର କରିବାକୁ ପଡ଼ିବ। କାରଣ କାକର ଯୋଗୁ ୨ୟ ଇନିଂସରେ ବୋଲିଂ ଏବଂ ଫିଲ୍ଡିଂରେ ସାମାନ୍ୟ ସମସ୍ୟା ହେବାର ସମ୍ଭାବନା ଥିବାରୁ ଦକ୍ଷିଣ ଆଫ୍ରିକା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।













Click it and Unblock the Notifications