ନ୍ୟୁଜିଲାଣ୍ଡ ବିପକ୍ଷରେ ହାରିଲା ଭାରତ
ରାଜକୋଟ ଗ୍ରାଉଣ୍ଡ ପୁଣିଥରେ ଟିମ୍ ଇଣ୍ଡିଆ ପାଇଁ ଦୁର୍ଭାଗ୍ୟଜନକ ସାବ୍ୟସ୍ତ ହେଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ଏକ ବଡ଼ ପରାଜୟ ହୋଇଛି । ୨୮୪ ରନ୍ କରିଥିବା ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ଏକପାଖିଆ ଭାବରେ ୭ ୱିକେଟରେ ପରାସ୍ତ ହେଲା। ଚମତ୍କାର ଶତକ ଖେଳିଥିବା ଡାରିଲ୍ ମିଚେଲ୍ ନ୍ୟୁଜିଲ୍ୟାଣ୍ଡର ବିଜୟ ଏବଂ ଭାରତର ପରାଜୟର ଏକ ପ୍ରମୁଖ କାରଣ । ତାଙ୍କ ବ୍ୟତୀତ ୱିଲ୍ ୟଙ୍ଗ୍ ମଧ୍ୟ ୮୭ ରନ୍ କରି ତାଙ୍କ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ଭାରତ ପାଇଁ କେଏଲ୍ ରାହୁଲ ଅପରାଜିତ ୧୧୨ ରନ୍ କରିଥିଲେ, କିନ୍ତୁ ତାଙ୍କର ଶତକ ବ୍ୟର୍ଥ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ବୁଧବାର ଭାରତୀୟ କ୍ରିକେଟ୍ ଦଳ ରାହୁଲଙ୍କ ଲଢ଼ୁଆ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୪ ରନ୍ କରିଥିଲା। ଜବାବରେ ମାତ୍ର ୪୬ ରନ୍ରେ ଉଭୟ ଓପନର୍ଙ୍କୁ ହରାଇ ନ୍ୟୁଜିଲାଣ୍ଡ ସଂଘର୍ଷ କରିଥିଲା। ହେଲେ ନିର୍ଭରଯୋଗ୍ୟ ମିଚେଲ (୧୩୧*) ଓ ୱିଲ ୟଙ୍ଗ (୮୭) ତୃତୀୟ ୱିକେଟ୍ରେ ୧୬୨ ରନ୍ର ଭାଗୀଦାର ଗଢ଼ି ଭାରତ ହାତରୁ ଏକପ୍ରକାର ମ୍ୟାଚ୍ ଛାଡ଼ାଇ ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ ୪୭.୩ ଓଭରରେ-୨୮୬/୩ (ଡାରିଲ ମିଚେଲ ୧୩୧*, ୱିଲ ୟଙ୍ଗ୍ ୮୭, ଗ୍ଲେନ୍ ଫିଲିପ୍ସ ୩୨*, ପ୍ରସିଦ୍ଧ କ୍ରିଷ୍ଣା ୧/୪୯, ହର୍ଷିତ ରାଣା ୧/୫୨, କୁଲଦୀପ ଯାଦବ ୧/୮୨)।












Click it and Unblock the Notifications