Get Updates
Get notified of breaking news, exclusive insights, and must-see stories!

ଏନଡିଏ ରାଷ୍ଚ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ z+ ସୁରକ୍ଷା, କାରକେଡରେ ସାମିଲ ହେବ 5 ବୁଲେଟ ପ୍ରୁଫ୍ କାର

ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ଆଜି ସକାଳୁ ବିଭିନ୍ନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ଦ୍ରୌପଦୀ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଦ୍ରୌପଦୀ ମୁର୍ମୁଙ୍କୁ Z+ ସିକ୍ୟୁରିଟି ପ୍ରଦାନ କରାଯାଇଛି ।

ଭୁବନେଶ୍ୱର : ଆାଗମୀ ରାଷ୍ଚ୍ରପତି ନିର୍ବାଚନ ପାଇଁ ଏନଡିଏ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ଗତକାଲି ଏନଡିଏ ସଂସଦୀୟ ବୋର୍ଡର ବୈଠକ ଏନେଇ ନିଷ୍ପତ୍ତି ନେବା ପରେ ଘୋଷଣା କରିଛି । ଦ୍ରୌପଦୀ ମୁର୍ମୁଙ୍କ ନାମକୁ ନେଇ ଗତ କିଛି ଦିନ ହେବ ଆଲୋଚା ହେଉଥିଲା ।

draupadi murmu

ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ଆଜି ସକାଳୁ ବିଭିନ୍ନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ଦ୍ରୌପଦୀ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଦ୍ରୌପଦୀ ମୁର୍ମୁଙ୍କୁ Z+ ସିକ୍ୟୁରିଟି ପ୍ରଦାନ କରାଯାଇଛି । ଏବେ ତାଙ୍କୁ ସଶସ୍ତ୍ର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀଙ୍କ ଦ୍ୱାରା ଦିନରାତି Z + ବର୍ଗର ସୁରକ୍ଷା ମିଳିବ । ଯେଉଁଥିରେ 10 ରୁ ଅଧିକ ଏନ୍ଏସଜି ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି ।
ଆଜି ରାଇରଙ୍ଗପୁର ବାସଭବନରୁ ନିକଟସ୍ଥ ମନ୍ଦିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଦ୍ରୌପଦୀଙ୍କ ସହ ଏହି ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା । କମାଣ୍ଡୋମାନେ କର୍ଡନ୍ କରି ଦ୍ରୋପଦୀଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଯାଇଥିଲେ । ଏହି ସୁରକ୍ଷା ବ୍ୟବସ୍ଥା 24 ଘଣ୍ଟିଆ ଭାବେ ତାଙ୍କ ସହ ରହିବ । ରାଇରଙ୍ଗପୁରରୁ ଭୁବନେଶ୍ୱର ଓ ପରେ ଦିଲ୍ଲୀ ଯାଏଁ କମାଣ୍ଡୋମାନେ ତାଙ୍କୁ ସୁରକ୍ଷା ଯୋଗାଇବେ ।

Z ପ୍ଲସ୍ ସୁରକ୍ଷାରେ 10 ଜଣ କମାଣ୍ଡୋଙ୍କୁ ମିଶାଇ ମୋଟ୍ 150 ଜଣ ସୁରକ୍ଷାକର୍ମୀ ଥାନ୍ତି । 5 ଟି ବୁଲେଟ୍ ପ୍ରୁଫ୍ କାର୍ ବି ସୁରକ୍ଷାରେ ମୁତୟନ ହୋଇଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+