Get Updates
Get notified of breaking news, exclusive insights, and must-see stories!

ରାଜଧାନୀରେ ଗର୍ଜିଲା ଯୁବ କଂଗ୍ରେସ, ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜ୍ୟରେ ଯୁବକଂଗ୍ରେସର ରଣହୁଙ୍କାର । ସରକାରଙ୍କ ବିଫଳତାକୁ ମୁଦ୍ଦା କରି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛି ଯୁବ କଂଗ୍ରେସ । ଏହି ସମୟରେ ପୁଲିସ-ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଯୁବ କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିରିଛନ୍ତି ।

youth congress protest

ରାଜ୍ୟରେ ବେକାରୀ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିକ୍ଷୋଭ କରିବା ସହ ନବୀନ ନିବାସ ଅଭିମୁଖେ ଯାଉଥିଲେ । ବ୍ୟାରିକେଡ ଭାଙ୍ଗି ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ରାଜଭବନ ନିକଟରେ ଅଟକାଇଥିଲା ପୁଲିସ । ଏହି ସମୟରେ ପୁଲିସ-ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଭାରତୀୟ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଯୁବ କଂଗ୍ରେସ । ଉଭୟଙ୍କ ମଧ୍ୟରେ ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡ ସମ୍ପର୍କ ବୋଲି କହିଛନ୍ତି । ଉଭୟ ସରକାର ଯୁବକଙ୍କୁ ଠକିଛନ୍ତି । ନିଯୁକ୍ତି ଦେଉନାହାଁନ୍ତି, ଦର ହୁ ହୁ ହୋଇ ବଢୁଛି । ଉଭୟ ସରକାର ମିଳିତ ଭାବେ ଓଡ଼ିଶାକୁ ଲୁଟ୍ କରୁଛନ୍ତି ବୋଲି କହିଛନ୍ତି ବି.ଭି ଶ୍ରୀନିବାସ ।

24 ବର୍ଷ ମଧ୍ୟରେ ରାଜ୍ୟରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବଢିଚାଲିଛି । ରାଜ୍ୟ ସରକାର ଯୁବକମାନଙ୍କୁ ପ୍ରତାରଣା କରି ଚାଲିଛନ୍ତି । ସେହିଭଳି ପ୍ରତିବର୍ଷ 2 ଲକ୍ଷ ଚାକିରୀ ଦେବାକୁ ସରକାର କହିଥିଲେ । ସେହି ଅନୁଯାୟୀ ଦୀର୍ଘ 24 ବର୍ଷ ମଧ୍ୟରେ 48 ଲକ୍ଷ ଯୁବକ ଏବଂ ଯୁବତୀ ରୋଜଗାରକ୍ଷମ ହେବା କଥା କିନ୍ତୁ ଦୁଃଖର କଥା ଏବେ ରାଜ୍ୟରେ 2 ଲକ୍ଷ 36 ହଜାର ସରକାରୀ ପଦ ଖାଲି ପଡ଼ିଛି । ଏହାସହ ସରକାର କୋଟି କୋଟି ଟଙ୍କା ଖର୍ଚ କରି ବିଜୁ ଯୁବ ବାହିନୀ ନିର୍ମାଣ କରିଥିଲା । ତାହା ଏବେ କାଯ୍ୟକ୍ଷମ ନାହିଁ । ସରକାରଙ୍କ ଏଭଳି ଅନେକ ବିଫଳତାକୁ ପ୍ରସଙ୍ଗ କରି ଯୁବ କଂଗ୍ରେସ ନବୀନ ନିବାସ ଘେରାଉ ଡାକରା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+