ଯୋଗୀ ସରକାରଙ୍କ ନିଷ୍ପତ୍ତି : ବଢିଲା ବିଜେପି ନେତାଙ୍କ ଟେନସନ !

ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିନୟ ବିହାରୀଙ୍କ ପରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ନାରାୟଣ ପ୍ରସାଦ ବିହାର ଓ ଉତ୍ତର ପ୍ରଦେଶ ସୀମାରେ ବ୍ୟାରେଜ ନିର୍ମାଣ କରି ନଦୀର ମୁଖ୍ୟଧାରାକୁ ବଦଳାଇବା ୟୁପି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

ପାଟନା: କରୋନା ଭାଇରସ୍ ସଂକ୍ରମଣ କାରଣରୁ ଗଙ୍ଗାରେ ପଡୁଥିବା ମୃତଦେହକୁ ନେଇ ଯୋଗୀ ସରକାର ଓ ବିହାରର ନୀତିଶ ସରକାର ପୂର୍ବରୁ ମୁହାଁମୁହିଁ ହୋଇ ସାରିଛନ୍ତି । ଏହି ଘଟଣାରେ ଦୁଇ ରାଜ୍ୟ ସରକାରର ପ୍ରଶାସନ ପରସ୍ପର ଉପରେ ଦୋଷ ଲଦିବାକୁ କୌଣସି ସୁଯୋଗ ହାତଛଡା କରି ନାହାନ୍ତି । ପୁଣି ଥରେ ଯୋଗୀ ଆଦିତ୍ୟନାଥଙ୍କ ଏକ ନିଷ୍ପତ୍ତି ବିରୋଧରେ ବିହାରରେ ରାଜନେତାଙ୍କଠୁ ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷର ସ୍ୱର ଉଠିିଛି । ଏବେ ମାମଲା କରୋନାକୁ ନେଇ ନୁହେଁ ବରଂ ନଦୀ ଉପରେ ବ୍ୟାରେଜ୍ ନିର୍ମାଣକୁ ନେଇ ରହିଛି ।

yogi-nitish

ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିନୟ ବିହାରୀଙ୍କ ପରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ନାରାୟଣ ପ୍ରସାଦ ବିହାର ଓ ଉତ୍ତର ପ୍ରଦେଶ ସୀମାରେ ବ୍ୟାରେଜ ନିର୍ମାଣ କରି ନଦୀର ମୁଖ୍ୟଧାରାକୁ ବଦଳାଇବା ୟୁପି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଏହାକୁ ନେଇ ବିଧାୟକ ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କଠାରେ ଫେରାଦ ହୋଇଛନ୍ତି । ଏପରିକି ଜଳ ସମ୍ବଳ ମନ୍ତ୍ରୀ ସଞ୍ଜୟ ଝା ବିଭାଗର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ବ୍ୟାରେଜ୍ ନିର୍ମାଣ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।

ପର୍ଯ୍ୟଟନ ମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ଉତ୍ତର ପ୍ରଦେଶ ଦ୍ୱାରା ଦୁଇ ରାଜ୍ୟ ସୀମାରେ ନଦୀ ଉପରେ ବ୍ୟାରେଜ ନିର୍ମାଣ କରାଯାଉଛି । ଏଥିରେ ଉତ୍ତର ପ୍ରଦେଶ ନଦୀଗୁଡିକର ମୁଖ୍ୟଧାରା ବିହାରର ଗଣ୍ଡକ ନଦୀରେ ମିଶିଯିବ । ଫଳରେ ଚମ୍ପାଚରଣ ଡ୍ୟାମ ଉପରେ ଚାପ ପଡିବ । ଏହାର ପ୍ରଭାବ ଯୋଗାପଟ୍ଟି, ବୋରିଆ ଓ ନୌତନ ଉପଖଣ୍ଡ ଉପରେ ପଡିବ । ନଦୀରେ ବନ୍ୟା ଆସିଲେ ଏହି ସବୁ ଅଞ୍ଚଳ ଗୁରୁତର ଭାବେ ପ୍ରଭାବିତ ହେବେ ବୋଲି ପର୍ଯ୍ୟଟନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଲେଖିିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+