ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବା ପରେ କ'ଣ କହିଲେ ଯୋଗୀ ?
ମୁଖ୍ୟମନ୍ତ୍ରୀ ଯୋଗୀ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଆଲୋଚନା ଚାଲିଥିଲା ।
ଲକ୍ଷ୍ନୌ : ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ଉତ୍ତପପ୍ରଦେଶ କ୍ୟାବିନେଟ ଅଦଳବଦଳ ନେଇ ଚର୍ଚ୍ଚା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ଯୋଗ ଦେଇଛନ୍ତି । ଏହା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହଠାତ୍ ଦିଲ୍ଲୀରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଆଲୋଚନା ଚାଲିଥିଲା । ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜେପି ନଡ୍ଡାଙ୍କୁ ଭେଟିବା ପରେ ଟ୍ୱିଟ୍ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ସିଏମ ଯୋଗୀ ଟ୍ୱିଟ୍ କରି କହିଛନ୍ତି, "ଆଜି ନୂଆଦିଲ୍ଲୀରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସୌଜନ୍ୟମୂଳକ ପରିଦର୍ଶନ ଏବଂ ମାର୍ଗଦର୍ଶନ ପାଇବାର ସୌଭାଗ୍ୟ ପାଇଛି । ନିଜର ବ୍ୟସ୍ତବହୁଳ କାର୍ଯ୍ୟ ମଧ୍ୟରେ ସାକ୍ଷାତ କରିବାକୁ ସମୟ ଦେବା ଏବଂ ମାର୍ଗଦର୍ଶନ ଦେଇଥିବାରୁ ସମ୍ମାନିତ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ।"
आज आदरणीय प्रधानमंत्री श्री @narendramodi जी से नई दिल्ली में शिष्टाचार भेंट एवं मार्गदर्शन प्राप्ति का सौभाग्य प्राप्त हुआ।
अपनी व्यस्ततम दिनचर्या से भेंट के लिए समय प्रदान करने व आत्मीय मार्गदर्शन करने हेतु आदरणीय प्रधानमंत्री जी का हृदयतल से आभार। pic.twitter.com/0pAmYVA44q
— Yogi Adityanath (@myogiadityanath) June 11, 2021
ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିବା ପରେ ସିଏମ ଯୋଗୀ ଏକ ଆଉ ଟ୍ୱିଟରେ ଲେଖିଛନ୍ତି, " ଆଜି ନୂଆଦିଲ୍ଲୀରେ ଆଦରଣୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡା ଜୀଙ୍କୁ ଭେଟି ବିଭିନ୍ନ ବିଷୟ ଉପରେ ତାଙ୍କ ମାର୍ଗଦର୍ଶନ ଗ୍ରହଣ କରିଛି । ବ୍ୟସ୍ତ ରୁଟିନ୍ ରୁ ମୋତେ ସମୟ ଦେଇଥିବାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ।"
आज आदरणीय राष्ट्रीय अध्यक्ष श्री @JPNadda जी से नई दिल्ली में शिष्टाचार भेंट कर विभिन्न विषयों पर उनका मार्गदर्शन प्राप्त किया।
अपनी व्यस्त दिनचर्या से मुझे समय प्रदान करने के लिए आदरणीय अध्यक्ष जी का कोटिशः आभार। pic.twitter.com/tK2cqVTGIQ
— Yogi Adityanath (@myogiadityanath) June 11, 2021
ସୂଚନାଯୋଗ୍ୟ, ଉତ୍ତପପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଗୁରୁବାର ଦିଲ୍ଲୀ ପହଞ୍ଚି ପ୍ରଥମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ସମୟରେ ଅନେକ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଶାହାଙ୍କୁ ଭେଟିବା ପରେ ଯୋଗୀ ଟ୍ୱିଟ୍ କରି କହି।ଥିଲେ, ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନୂଆଦିଲ୍ଲୀରେ ଭେଟି ତାଙ୍କ ମାର୍ଗଦର୍ଶନ ଗ୍ରହଣ କରିଛନ୍ତି । ଏହି ଗସ୍ତ ପାଇଁ ତାଙ୍କର ମୂଲ୍ୟବାନ ସମୟ ପ୍ରଦାନ କରିଥିବାରୁ ଗୃହମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଏହା ବ୍ୟତୀତ ନିକଟରେ କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦଙ୍କୁ ମଧ୍ୟ ଭେଟିଛନ୍ତି ।












Click it and Unblock the Notifications