Get Updates
Get notified of breaking news, exclusive insights, and must-see stories!

ବିରୋଧୀ ଦଳର ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଇଚ୍ଛୁକ ଯଶବନ୍ତ ସିହ୍ନା ! ଟ୍ୱିଟ୍ କରି ଦେଲେ ଏମିତି ସୂଚନା

ବର୍ତ୍ତମାନ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଏକ ନୂଆ ଚେହେରା ସାମ୍ନାକୁ ଆସୁଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବିରୋଧୀ ଦଳ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପଦ ପାଇଁ ମିଳିତ ପ୍ରାର୍ଥୀ କରି ପାରନ୍ତି ।

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ କାହାକୁ ପ୍ରାର୍ଥୀ କରିବେ ସେ ନେଇ ମିଳିତ ବିରୋଧୀ ନିରନ୍ତର ଚିନ୍ତନମନ୍ଥନ କରିବାରେ ଲାଗିଛନ୍ତି । ଆଜି ଏନସିପି ମୁଖ୍ୟ ଶରଦ ପାୱାର ବିରୋଧୀ ଦଳର ଏକ ବୈଠକ ଡାକିଛନ୍ତି ଯେଉଁଥିରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଉପରେ ଆଲୋଚନା ହେବ । ଆଜି ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହୋଇପାରେ ବୋଲି କୁହାଯାଉଛି ।

yashwant sinha

ଗତ କିଛି ଦିନ ହେବ ବିରୋଧୀ ବିଭିନ୍ନ ନାମ ଉପରେ ଆଲୋଚନା କରିଥିଲେ । ପୂର୍ବରୁ ଫାରୁକ୍ ଅବଦୁଲ୍ଲାଙ୍କ ନାମ ଆସୁଥିଲା କିନ୍ତୁ ସେ ନିଜେ ନାମ ପ୍ରତ୍ୟାହାର କରି ନେଇଥିଲେ । ଫାରୁକ୍ ଅବଦୁଲ୍ଲାଙ୍କ ବ୍ୟତୀତ ଶରଦ ପାୱାର ଏବଂ ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାମ ଉପରେ ମଧ୍ୟ ବିରୋଧୀ ଦଳ ପ୍ରସ୍ତାବ ଦେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ ଏହି ଦୌଡ଼ରୁ ଓହରି ଯାଇଥିଲେ । କିନ୍ତୁ ବର୍ତ୍ତମାନ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଏକ ନୂଆ ଚେହେରା ସାମ୍ନାକୁ ଆସୁଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବିରୋଧୀ ଦଳ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପଦ ପାଇଁ ମିଳିତ ପ୍ରାର୍ଥୀ କରି ପାରନ୍ତି ।

ଯଶୋବନ୍ତ ସିହ୍ନା ନିଜେ ଏକ ଟ୍ୱିଟ୍ ରେ ଏହା ସୂଚିତ କରିଛନ୍ତି । ଯଶବନ୍ତ ସିହ୍ନା ଟ୍ୱିଟ୍ କରି ଲେଖିଛନ୍ତି, "ତୃଣମୂଳ କଂଗ୍ରେସରେ ମୋତେ ସମ୍ମାନ ଓ ପ୍ରତିଷ୍ଠା ଦେଇଥିବାରୁ ମୁଁ ମମତା ବାନାର୍ଜୀ ଜୀଙ୍କ ଠାରେ କୃତଜ୍ଞ । ବର୍ତ୍ତମାନ ସମୟ ଆସିଛି ଯେ ଦଳରୁ ଦୂରେଇ ଯାଇ ଏକ ବୃହତ ଜାତୀୟ କାର୍ଯ୍ୟ ପାଇଁ ବିରୋଧୀ ଏକତା ପାଇଁ କାର୍ଯ୍ୟ କରିବି । ମୁଁ ନିଶ୍ଚିତ ଯେ ମମତା ବାନାର୍ଜୀ ମୋର ପଦକ୍ଷେପ ଗ୍ରହଣ କରିବେ ।"

ରିପୋର୍ଟ ଅନୁଯାୟୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଟିଏମସି ଉପାଧ୍ୟକ୍ଷ ଯଶବନ୍ତ ସିହ୍ନାଙ୍କୁ ବିରୋଧୀଦଳର ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇପାରେ । ଖବର ଅନୁଯାୟୀ, ଟିଏମସିର ଜଣେ ବରିଷ୍ଠ ନେତା ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ବା ଯେ ଯଶବନ୍ତ ସିହ୍ନା ଗତ ବର୍ଷ ଟିଏମସିରେ ଯୋଗ ଦେଇଛନ୍ତି । ଟିଏମସି ନେତା କହିଛନ୍ତି ଯେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ କିଛି ବିରୋଧୀ ଦଳ ଯଶବନ୍ତ ସିହ୍ନାଙ୍କ ନାମକୁ ସାମ୍ନାକୁ ଆଣିଥିଲେ, ଯାହାକୁ 3-4 ଦଳ ମଧ୍ୟ ସମର୍ଥନ କରିଥିଲେ । ଯଶବନ୍ତ ସିହ୍ନାଙ୍କ ନାମକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଫୋନ୍ କଲ୍ ଆସିଛି ଏବଂ ମମତା ବାନାର୍ଜୀ ମଧ୍ୟ ଯଶବନ୍ତ ସିହ୍ନାଙ୍କ ନାମକୁ ସମର୍ଥନ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+