ଗୁଜୁରାଟ ନିର୍ବାଚନରେ ରେକର୍ଡ ବିଜୟ ପରେ ବିଶ୍ୱ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା
ବ୍ରିଟେନରୁ ପ୍ରକାଶିତ ଖବରକାଗଜ ଗାର୍ଡିଆନ ଲେଖିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦଳ ବିଜେପିକୁ ଏକ ନୂତନ ଉଚ୍ଚତାକୁ ନେଇଛନ୍ତି । ପିଏମ ମୋଦୀ ଏବଂ ବିଜେପିର ଏହି ବିଜୟ 2024 ସାଧାରଣ ନିର୍ବାଚନ ପୂର୍ବରୁ ଦଳର ଚିରସ୍ଥାୟୀ ଲୋକପ୍ରିୟତାର ସଙ୍କେତକୁ ଦର୍ଶାଉଛି ।
ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନରେ 27ବର୍ଷ ଧରି ରାଜ୍ୟରେ ଶାସନ ଗାଦିରେ ବସିଥିବା ବିଜେପି ପୁଣି ସରକାର ଗଠନ କରିବ । ଗୁଜୁରାଟ ଜନାଦେଶ ବିଜେପିକୁ ପ୍ରଚଣ୍ଡ ବହୁମତ ଦେଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି ଗୁଜୁରାଟରେ 156 ଟି ଆସନ ହାସଲ କରି ଇତିହାସ ରଚିଛି । 1960 ରେ ଗୁଜୁରାଟ ଗଠନ ପରଠାରୁ ଏହା ହେଉଛି ବିଜେପିର କ୍ରମାଗତ ସପ୍ତମ ବିଜୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହ ରାଜ୍ୟ ଗୁଜୁରାଟରେ ବିଜେପିର ଏହି ବିଜୟ ପରେ ବିଶ୍ୱ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ଲାଗି ରହିଛି ।

ନିକ୍କେଇ ଏସିଆ, ଅଲ ଜଜିରା, ଦ ଷ୍ଟ୍ରେଟସ୍, ଟାଇମ୍ସ ଅଫ୍ ସିଙ୍ଗାପୁର, ଇଣ୍ଡିପେଣ୍ଡେଣ୍ଟ, ଏବିସି ନ୍ୟୁଜ୍ ଇତ୍ୟାଦି ଗୁଜୁରାଟରେ ବିଜେପିର ବିଜୟ ଉତ୍ସବକୁ ନିଜ ଖବରରେ ସ୍ଥାନ ଦେଇଛନ୍ତି । ବ୍ରିଟେନରୁ ପ୍ରକାଶିତ ଖବରକାଗଜ ଗାର୍ଡିଆନ ଲେଖିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦଳ ବିଜେପିକୁ ଏକ ନୂତନ ଉଚ୍ଚତାକୁ ନେଇଛନ୍ତି । ପିଏମ ମୋଦୀ ଏବଂ ବିଜେପିର ଏହି ବିଜୟ 2024 ସାଧାରଣ ନିର୍ବାଚନ ପୂର୍ବରୁ ଦଳର ଚିରସ୍ଥାୟୀ ଲୋକପ୍ରିୟତାର ସଙ୍କେତକୁ ଦର୍ଶାଉଛି ।
ଭୋଟରମାନେ ନରେନ୍ଦ୍ର ମୋଦୀଙ୍କ ପାଇଁ ଗର୍ବିତ
ଜାପାନର ପ୍ରସିଦ୍ଧ ଖବରକାଗଜ ଦି ନିକ୍କେଇ ଏସିଆ ମଧ୍ୟ ଏହି ବିଜୟର ଶ୍ରେୟ ପିଏମ ମୋଦୀଙ୍କ ଲୋକପ୍ରିୟତାକୁ ଦେଇଛି । ଖବରକାଗଜ ଲେଖିଛି ଯେ 1995 ମସିହାରୁ ଗୁଜୁରାଟରେ ବିଜେପି ବିଧାନସଭା ନିର୍ବାଚନରେ ହାରି ନାହିଁ । ନରେନ୍ଦ୍ର ମୋଦୀ ତାଙ୍କ ନିଜ ରାଜ୍ୟରେ ବେଶ୍ ଲୋକପ୍ରିୟ, ଯେଉଁଠାରେ ସେ 2014 ରେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ପ୍ରାୟ 13 ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଜାପାନୀ ଦୈନିକ ଲେଖିଛି ଯେ ମୋଦୀ ରାଜ୍ୟରେ ଅନେକ ନିର୍ବାଚନ ରାଲି କରିଥିଲେ ଏବଂ ବିଜେପିର ଅଭିଯାନ ପାଇଁ ଏହା ଆହୁରି ଶକ୍ତି ଯୋଗାଇଥିଲା । ଖବରକାଗଜରେ କୁହାଯାଇଛି ଯେ ଗୁଜୁରାଟର ଭୋଟରମାନେ ଗର୍ବିତ ଯେ ନରେନ୍ଦ୍ର ମୋଦୀ ସେମାନଙ୍କ ରାଜ୍ୟରୁ ଆସିଛନ୍ତି ଏବଂ ସେ ବିଶ୍ୱ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ।
ଗୁଜୁରାଟ ବିଜୟ 2024 ପାଇଁ ବିଜେପିର ଉତ୍ସାହ
ବ୍ରିଟେନରେ ଅବସ୍ଥିତ ଦି ଇଣ୍ଡିପେଣ୍ଡେଣ୍ଟ ଲେଖିଛି ଯେ 2024 ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ରେକର୍ଡ ବିଜୟ ବିଜେପି ପାଇଁ ଏକ ବଡ ଉତ୍ସାହ । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଜୟ ଗୁଡ଼ୱର୍ଥୀ କତାର ଆଉଟଲେଟ୍ ଅଲ ଜଜିରାରେ ଲେଖିଛନ୍ତି ଯେ ଗୁଜୁରାଟରେ ବିଜେପିର ସହଜ ବିଜୟ ହିନ୍ଦୁ ଭୋଟରଙ୍କ ଏକତାକୁ ପ୍ରତିଫଳିତ କରୁଛି । ପାକିସ୍ତାନର ଖବରକାଗଜ ଦୈନିକ ଟ୍ରିବ୍ୟୁନ୍ ଲେଖିଛି ଯେ ମୋଦୀଙ୍କ ସହରରେ ବିଜେପିର ବିଜୟ 2024 ସାଧାରଣ ନିର୍ବାଚନ ପୂର୍ବରୁ ହିନ୍ଦୁ ରାଷ୍ଟ୍ରବାଦୀ ଦଳ ପାଇଁ ଏକ ବଡ଼ ଉତ୍ସାହ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications