‘ବିଜେପି ଶାସିତ କର୍ଣ୍ଣାଟକରେ ସରକାରୀ ଚାକିରୀ ପାଇବା ପାଇଁ ମହିଳାଙ୍କୁ ଅନ୍ୟ ସହ ଶୋଇବାକୁ ପଡୁଛି' - କଂଗ୍ରେସର ଦାବି

କଂଗ୍ରେସ ନେତା ପ୍ରିୟାଙ୍କ ଖାଡ଼ଗେ କହିଛନ୍ତି ଯେ ରାଜ୍ୟରେ ସରକାରୀ ଚାକିରୀ ପାଇବା ପାଇଁ ପୁରୁଷମାନଙ୍କୁ ଲାଞ୍ଚ ଦେବାକୁ ପଡୁଥିବାବେଳେ ମହିଳାଙ୍କୁ ଅନ୍ୟ ସହ ଶୋଇବାକୁ ପଡୁଚି ।

କାଲବୁର୍ଗୀ (କର୍ଣ୍ଣାଟକ) : କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ବିଧାୟକ ପ୍ରିୟାଙ୍କା ଖାଡ଼ଗେ ଶୁକ୍ରବାର ଦିନ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । କଂଗ୍ରେସ ନେତା ପ୍ରିୟାଙ୍କ ଖାଡ଼ଗେ କହିଛନ୍ତି ଯେ ରାଜ୍ୟରେ ସରକାରୀ ଚାକିରୀ ପାଇବା ପାଇଁ ପୁରୁଷମାନଙ୍କୁ ଲାଞ୍ଚ ଦେବାକୁ ପଡୁଥିବାବେଳେ ମହିଳାଙ୍କୁ ଅନ୍ୟ ସହ ଶୋଇବାକୁ ପଡୁଚି । ଖାଡ଼ଗେ ନିଯୁକ୍ତି ସ୍କାମରେ ନ୍ୟାୟିକ ଅନୁସନ୍ଧାନ କିମ୍ବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଦ୍ୱାରା ଯାଞ୍ଚ କରାଇବାକୁ ଦାବି କରିବା ସହ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

priyank Kharge

ବିଭିନ୍ନ ପଦବୀରେ ନିଯୁକ୍ତିରେ ବ୍ୟାପକ ଦୁର୍ନୀତିରେ ବିଜେପିର ସମ୍ପୃକ୍ତି ସମ୍ପର୍କରେ ପ୍ରଶ୍ନ କରି ବିଧାୟକ ପ୍ରିୟାଙ୍କ ଖାଡ଼େ କହିଛନ୍ତି, "ସରକାର ଏହି ପଦବୀ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦି ଯୁବତୀମାନେ ସରକାରୀ ଚାକିରୀ ଚାହୁଁଛନ୍ତି, ତେବେ ସେମାନଙ୍କୁ କାହା ସହ ଶୋଇବାକୁ ପଡୁଛି । ଯେଉଁଠାରେ ପୁରୁଷମାନଙ୍କୁ ସରକାରୀ ଚାକିରି ପାଇଁ ଲାଞ୍ଚ ଦେବାକୁ ପଡୁଛି । ଚାକିରୀ ପାଇଁ ଜଣେ ମନ୍ତ୍ରୀ ଯୁବତୀଙ୍କୁ ତାଙ୍କ ସହ ଶୋଇବାକୁ କହିଥିଲେ । ଏହି ଘୋଟାଲା ଜଣାପଡିବା ପରେ ସେ ଇସ୍ତଫା ଦେଇଛନ୍ତି ଏବଂ ମୁଁ ଯାହା କହିଛି ଏହା ତାହାର ପ୍ରମାଣ ।"

ସେ କହିଛନ୍ତି ଯେ କର୍ଣ୍ଣାଟକ ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (କେପିଟିସିଏଲ୍) ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର ଏବଂ ସିଭିଲ୍ ଇଞ୍ଜିନିୟରଙ୍କ ସମେତ ମୋଟ 1,492 ଟି ପଦବୀ ନିଯୁକ୍ତ କରିଛି । କଂଗ୍ରେସ ନେତା ପ୍ରିୟାଙ୍କ ଆହୁରି କହିଛନ୍ତି, "ବ୍ଲୁଟୁଥ୍ ବ୍ୟବହାର କରି ପରୀକ୍ଷା ଲେଖିଥିବା ଜଣେ ପ୍ରାର୍ଥୀଙ୍କୁ ଗୋକାକରେ ଗିରଫ କରାଯାଇଥିଲା । ମୋ ନିକଟରେ ଥିବା ସୂଚନା ଅନୁଯାୟୀ, ମୋଟ 600 ପଦବୀ ପାଇଁ ଏହି ଡିଲ୍ ହୋଇଥିଲା । ସନ୍ଦେହ କରାଯାଉଛି ଯେ ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦ ପାଇଁ ଲାଞ୍ଚ ଭାବରେ 50 ଲକ୍ଷ ଟଙ୍କା ପାଇଛନ୍ତି । ଜୁନିଅର ଇଞ୍ଜିନିୟର ପଦ ପାଇଁ 30 ଲକ୍ଷ ଟଙ୍କା ଲାଞ୍ଚ ଦିଆଯାଇଛି । କେବଳ ଏହି ନିଯୁକ୍ତିରେ 300 କୋଟି ଟଙ୍କା ଲୁଟି ନେଇଥିବାର ସମ୍ଭାବନା ରହିଛି ।

କଂଗ୍ରେସ ବିଧାୟକ କହିଛନ୍ତି, "ପ୍ରତ୍ୟେକ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ହେଲେ ଗରିବ ଏବଂ ଦକ୍ଷ ଛାତ୍ରମାନେ କୁଆଡେ ଯିବେ ? ଅପରାଧୀ ଏବଂ ମଧ୍ୟସ୍ଥିମାନେ ଜାଣନ୍ତି ଯେ ଏକ ଘୋଟାଲା ସାମ୍ନାକୁ ଆସିଲେ ମଧ୍ୟ ସେମାନଙ୍କ ସହ କିଛି ହେବ ନାହିଁ । ସରକାର ପ୍ରାୟ 3 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି । ଏମାନେ KPTCL ପଦ ପାଇଁ ଆବେଦନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+