Get Updates
Get notified of breaking news, exclusive insights, and must-see stories!

'ଗରିବ ଲୋକଙ୍କ ଟଙ୍କା ଲୁଟିଛି' କହି ବରଖାସ୍ତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ଫିଙ୍ଗିଲେ ମହିଳା

ମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମହିଳା ଜଣକ କହିଛନ୍ତି ଯେ ମୁଁ ତାଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଆସିଥିଲି । ସେ ଗରିବ ଲୋକଙ୍କ ଠାରୁ ଟଙ୍କା ନେଇଛନ୍ତି । ଯଦି ଜୋତା ତାଙ୍କ ମୁଣ୍ଡରେ ବାଜିଥାନ୍ତା ତେବେ ମୁଁ ଖୁସି ହୋଇଥା'ନ୍ତ

କୋଲକାତା : ମଙ୍ଗଳବାର ଦିନ ଜଣେ ମହିଳା ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପଶ୍ଚିମବଙ୍ଗର ବହିଷ୍କୃତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି । ବଙ୍ଗଳାର ମହିଳା ପାର୍ଥ ଚାଟାର୍ଜୀ ଉପରକୁ ଚପଲ ଫିଙ୍ଗି କହିଛନ୍ତି ଯେ ଏହି ନେତାମାନେ ଗରିବ ଲୋକଙ୍କ ଟଙ୍କା ଲୁଟୁଛନ୍ତି ।

ପାର୍ଥ ଚାଟାର୍ଜୀଙ୍କୁ ଚେକଅପ୍ ପାଇଁ ESI ଡାକ୍ତରଖାନାକୁ ନେବାବେଳେ ମହିଳା ଚପଲ ଫିଙ୍ଗିଥିଲେ । ଆପଣଙ୍କୁ କହି ରଖୁଛୁ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଦୁଇଟି ଫ୍ଲାଟରୁ ଏପର୍ଯ୍ୟନ୍ତ 50 କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି ।

partha chatterjee

ମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମହିଳା ଜଣକ କହିଛନ୍ତି ଯେ ମୁଁ ତାଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଆସିଥିଲି । ସେ ଗରିବ ଲୋକଙ୍କ ଠାରୁ ଟଙ୍କା ନେଇଛନ୍ତି । ଯଦି ଜୋତା ତାଙ୍କ ମୁଣ୍ଡରେ ବାଜିଥାନ୍ତା ତେବେ ମୁଁ ଖୁସି ହୋଇଥା'ନ୍ତି ।

ଅପରପକ୍ଷରେ ପାର୍ଥ ଚାଟାର୍ଜୀଙ୍କ ସହାୟକ ଅର୍ପିତା ମୁଖାର୍ଜୀ ମଙ୍ଗଳବାର କହିଛନ୍ତି ଯେ ଟଙ୍କା ମୋର ନୁହେଁ, ମୋ ଅନୁପସ୍ଥିତିରେ ଏହାକୁ ଫ୍ଲାଟରେ ରଖାଯାଇଥିଲା । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୂର୍ବରୁ କୋଲକାତାରେ ଥିବା ତାଙ୍କ ବାସଭବନରୁ 52 କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି। ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ 03 ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଯାଇଛି ।

ସୂଚନାଯୋଗ୍ୟ, ପାର୍ଥ ଚାଟାର୍ଜୀ ଗ୍ରୁପ୍ 'ସି' ଏବଂ 'ଡି' କର୍ମଚାରୀ, IX-XII ଶ୍ରେଣୀର ସହକାରୀ ଶିକ୍ଷକ ଏବଂ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ସ୍କାମରେ ଜଡିତ ଥିବା ଅଭିଯୋଗ ହୋଇଛି । ସେପଟେ, ଶିକ୍ଷକ ନିଯୁକ୍ତି ସ୍କାମ ସଂପର୍କରେ ଅନୁସନ୍ଧାନକାରୀ ସଂସ୍ଥା ଚାରିଟି ସ୍ଥାନରେ ଚଢାଉ କରୁଛି । ସୂଚନାନୁସାରେ, ଅର୍ପିତା ମୁଖାର୍ଜୀଙ୍କ ପଚରାଉଚରା ସମୟରେ ଫ୍ଲାଟ ବିଷୟରେ ଡକ୍ୟୁମେଣ୍ଟ ଏବଂ ସୂଚନା ପାଇବା ପରେ ଇଡି ଫୋର୍ଟ ଓସିସ୍ ହାଉସିଂ କମ୍ପ୍ଲେକ୍ସରେ ଏକ ଫ୍ଲାଟ ଉପରେ ଚଢାଉ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+