‘ଅଧ୍ୟକ୍ଷ ନିର୍ବାଚନରେ କାହାର ପକ୍ଷ ନେବି ନାହିଁ' - ଗେହଲଟଙ୍କ ସାକ୍ଷାତ ସମୟରେ କହିଲେ ସୋନିଆ ଗାନ୍ଧୀ

ବୈଠକରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କହିଛନ୍ତି ଯେ ଦଳର ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଟନର୍ ସେ କାହାର ପକ୍ଷ ନେବେ ନାହିଁ ।

ନୂଆଦିଲ୍ଲୀ : କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚକୁ ନେଇ ଦଳ ଭିତରେ ରାଜନୀତି ସରଗରମ ହେବାରେ ଲାଗିଛି । ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ କେରଳରୁ ସାସଂଦ ଶଶି ଥରୁର ଦୌଡ଼ରେ ଅଛନ୍ତି । ଏହି ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୁଧବାର କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ବୈଠକରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କହିଛନ୍ତି ଯେ ଦଳର ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଟନର୍ ସେ କାହାର ପକ୍ଷ ନେବେ ନାହିଁ ।

Sonia - ashok

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଶୋକ ଗେହଲଟଙ୍କ ସହ ସାକ୍ଷାତ ସମୟରେ ସୋନିଆ ଗାନ୍ଧୀ ନିଜର ମତ ସ୍ପଷ୍ଟ କରିଛନ୍ତି ଏବଂ ଦଳର ଆଗାମୀ ଅଧ୍ୟକ୍ଷ ପାଇଁ ହେବାକୁ ଥିବା ନିର୍ବାଚନରେ ସେ କାହାର ପକ୍ଷ ନେବେ ନାହିଁ ବୋଲି କହିଛନ୍ତି । ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ଜିତିବା ପରେ ଜଣେ ବ୍ୟକ୍ତିଙ୍କ ଗୋଟିଏ ପଦର ନୀତି ସାମ୍ନାକୁ ଆସିବ । ସେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ମଧ୍ୟ ସମାନ କଥା କହିଥିଲେ ।

ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ଗେହଲଟ୍ ବୁଧବାର ସକାଳେ ଜାତୀୟ ରାଜଧାନୀରେ ପହଞ୍ଚିଥିଲେ । ମଙ୍ଗଳବାର ଦିନ ସେ ଜୟପୁରରେ ବିଧାୟକଙ୍କ ସହ ବିଳମ୍ବିତ ରାତିରେ ବୈଠକ କରିବା ପରେ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ ହୋଇଥିଲା । ସେ କହିଥିଲେ ଯେ ଯଦି ସେ ତାଙ୍କ ନାମାଙ୍କନ ଦାଖଲ କରନ୍ତି ତେବେ ସମସ୍ତ ବିଧାୟକଙ୍କୁ ଦିଲ୍ଲୀ ପହଞ୍ଚିବାକୁ କୁହାଯିବ ।

ଦଳର ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ମନାଇବା ପାଇଁ ସେ ଶେଷ ଉଦ୍ୟମ କରିବେ ବୋଲି ମଧ୍ୟ ସେ କହିଛନ୍ତି । ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅଶୋକ ଗେହଲଟ୍ ଦିଲ୍ଲୀରୁ ମୁମ୍ବାଇ ଯିବେ । ଏହା ପରେ ଗୁରୁବାର ସକାଳେ ମୁମ୍ବାଇରୁ କୋଚିରେ ପହଞ୍ଚିବେ । ଦକ୍ଷିଣ ରାଜ୍ୟରେ ସେ 'ଭାରତ ଯୋଡୋ ଯାତ୍ରା' ରେ ଥିବା ରାହୁଲଙ୍କୁ ଭେଟିବେ ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର 22 ରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ନାମାଙ୍କନ ଦାଖଲ ପ୍ରକ୍ରିୟା ସେପ୍ଟେମ୍ବର 24 ରୁ 30 ପର୍ଯ୍ୟନ୍ତ ଚାଲିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର 8 । ଗୋଟିଏରୁ ଅଧିକ ପ୍ରାର୍ଥୀ ହେଲେ ଅକ୍ଟୋବର 17 ରେ ମତଦାନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର 19 ରେ ଫଳାଫଳ ଘୋଷଣା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+