ରାହୁଲ ଗାନ୍ଧୀଙ୍କୁ ଦଣ୍ଡ ଦେଇଥିବା ଜଜ୍ ଙ୍କ ଜିଭ କାଟିଦେବାକୁ ଧମକ, କଂଗ୍ରେସ ନେତାଙ୍କ ବୟାନରୁ ବିବାଦ
ଚେନ୍ନାଇ : ରାହୁଲ ଗାନ୍ଧୀ 2019 ମୋଦୀ ସରନେମ୍ ମାନହାନୀ ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦ୍ୟସତା ପଦ ହରାଇଛନ୍ତି । ଏହାକୁ ବିରୋଧ କରି କଂଗ୍ରେସ ଲଗାତାର ପ୍ରଦର୍ଶନ କରୁଛି । ଏହି ସମୟରେ ତାମିଲନାଡୁର କଂଗ୍ରେସ ନେତା ମଣିକନ୍ଦନ ରାହୁଲଙ୍କୁ ଦଣ୍ଡ ଦେଇଥିବା ବିଚାରପତିଙ୍କୁ ଧମକ ଦେବାକୁ ନେଇ ବିବାଦ ଦେଖାଦେଇଛି ।

ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ସୁରଟ ସିଜେଏମ କୋର୍ଟର ବିଚାରପତିଙ୍କ ଜିଭ କାଟିଦେବାକୁ କଂଗ୍ରେସ ନେତା ଧମକ ଦେଇଛନ୍ତି ।
ତାମିଲନାଡୁ କଂଗ୍ରେସର ଦିଣ୍ଡିଗୁଲ ୟୁନିଟର ଜିଲ୍ଲା ସଭାପତି ମଣିକନ୍ଦନ କହିଛନ୍ତି ଯେ, "ଆମେ କ୍ଷମତାକୁ ଆସିବା ପରେ ଆମ ନେତା ରାହୁଲ ଗାନ୍ଧୀଙ୍କୁ ଜେଲକୁ ପଠାଇବା ପାଇଁ ରାୟ ଦେଇଥିବା ଜଜ୍ ଙ୍କ ଜିଭ କାଟିଦେବୁ ।
ମଣିକନ୍ଦନ 6 ଅପ୍ରେଲରେ ପାର୍ଟିର ବିରୋଧ ପ୍ରଦର୍ଶନ ସମୟରେ ଜଜ୍ ଙ୍କୁ ଧମକ ଦେଇ ଏହି ବିବୃତ୍ତି ଦେଇଛନ୍ତି । ସୂଚନା ଥାଉକି, ମାର୍ଚ୍ଚ 23 ରେ ରାହୁଲ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କ ଆବେଦନରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
#WATCH | Tamil Nadu: "When we will come to power, we will chop off the tongue of the judge who delivered the verdict to send our leader Rahul Gandhi to jail," said Manikandan, Congress Dindigul district president during a protest organised by the party on April 6, 2023 pic.twitter.com/a2cO2jt4fm
— ANI (@ANI) April 8, 2023
ମଣିକନ୍ଦନଙ୍କ ଏଭଳଇ ବୟାନ ପାଇଁ ତାଙ୍କ ବିରୋଧରେ ତିନୋଟି ବିଭାଗ ଅଧୀନରେ ଏକ ମାମଲା ଦାୟର କରାଯାଇଛି । ଦିଣ୍ଡିଗୁଲ ପୋଲିସ ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications