ବଢୁଛି ଫଡନାଭିସ୍ - ନବାବଙ୍କ ବିବାଦ : ନୀଲୋଫରଙ୍କ ଟାର୍ଗେଟ୍ ପରେ ନବାବଙ୍କୁ ମାନହାନୀ ନୋଟିସ ପଠାଇଲେ ଦେବେନ୍ଦ୍ରଙ୍କ ପତ୍ନୀ ଅମୃତା
ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଅନେକ ସମ୍ବେଦନଶୀଳ ଅଭିଯୋଗ ଆଣିଥିବା ମହାରାଷ୍ଟ୍ର ସରକାରୀ ମନ୍ତ୍ରୀ ନବାବ ମଲିକଙ୍କୁ ବର୍ତ୍ତମାନ ଫଡନାଭିସଙ୍କ ପତ୍ନୀ ଅମୃତା ମାନହାନୀ ନୋଟିସ ପଠାଇଛନ୍ତି ।
ମୁମ୍ବାଇ : ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଅନେକ ସମ୍ବେଦନଶୀଳ ଅଭିଯୋଗ ଆଣିଥିବା ମହାରାଷ୍ଟ୍ର ସରକାରୀ ମନ୍ତ୍ରୀ ନବାବ ମଲିକଙ୍କୁ ବର୍ତ୍ତମାନ ଫଡନାଭିସଙ୍କ ପତ୍ନୀ ଅମୃତା ମାନହାନୀ ନୋଟିସ ପଠାଇଛନ୍ତି । ଏହି ନୋଟିସରେ ଅମୃତା ମଲିକଙ୍କ ବିରୋଧରେ ତାଙ୍କ ପରିବାରକୁ ବଦନାମ କରିଥିବା ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ନବାବ ମଲିକ ନିକଟରେ ଅମୃତା ଫଡନାଭିସଙ୍କ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଡ୍ରଗ୍ସ ବେପାରୀ ଜୟଦୀପ ରାଣାଙ୍କ ସହ ନଜର ଆସିଥିଲେ । ଏହି ଫଟୋ ସେୟାର କରି ଦେବେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ ଯେ, 'ଜଣେ ଡ୍ରଗ୍ସ ବ୍ୟବସାୟୀ ଆପଣଙ୍କ ପତ୍ନୀଙ୍କର ଫାଇନାନ୍ସର କିପରି ହେଲେ ?'
Amruta Devendra Fadnavis, the wife of former Maharashtra CM Devendra Fadnavis, sends legal notice to Maharashtra minister Nawab Malik for 'tarnishing the image of her family' through his alleged defamatory tweets
— ANI (@ANI) November 11, 2021
ଉଲ୍ଲେଖଯୋଗ୍ୟ, ଗୁରୁବାର ସକାଳେ ନବାବ ମଲିକଙ୍କ ଝିଅ ନୀଲୋଫର ମଲିକ ଖାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ 5 କୋଟି ଟଙ୍କାର ମାନହାନୀ ନୋଟିସ ପଠାଇଛନ୍ତି । ନୀଲୋଫର ଦେବେନ୍ଦ୍ର ଫଡନାଭିସଙ୍କୁ କ୍ଷମା ମାଗିବାକୁ କହିଛନ୍ତି ଏବଂ କହିଛନ୍ତି ଯେ ଯଦି ଦେବେନ୍ଦ୍ର ଫଡନାଭିସ କ୍ଷମା ମାଗନ୍ତି ନାହିଁ, ତା'ହେଲେ ତାଙ୍କ ବିରୋଧରେ କୋର୍ଟରେ ମାନହାନୀ ମକଦ୍ଦମା ଦାୟର କରାଯିବ । ଦେବେନ୍ଦ୍ର ଫଡନାଭିସ୍ ତାଙ୍କ ସାମ୍ବାଦିକ ସମ୍ମିଳନୀରେ ନବାବ ମଲିକଙ୍କ ଜ୍ୱାଇଁଙ୍କ ଘରୁ ଡ୍ରଗ୍ସ ଜବତ ହେବା ବିଷୟରେ କହିଛନ୍ତି ଏବଂ ମୁମ୍ବାଇ ବିସ୍ଫୋରଣରେ ସମ୍ପୃକ୍ତ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ସହ ନବାବ ମଲିକଙ୍କ ପରିବାରର ସମ୍ପର୍କ ଅଛି ବୋଲି ମଧ୍ୟ ଦାବି କରିଛନ୍ତି ।












Click it and Unblock the Notifications