Get Updates
Get notified of breaking news, exclusive insights, and must-see stories!

ରାଷ୍ଟ୍ରପତି ନିର୍ବାଚନରେ କାହିଁକି ବ୍ୟବହାର ହୁଏନି ଇଭିଏମ୍ ? ଜାଣନ୍ତୁ, ଏହାର କାରଣ

ଆନୁପାତିକ ପ୍ରତିନିଧୀ ପ୍ରଣାଳୀ ଆଧାରରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି । ଇଭିଏମ୍ ମେସିନକୁ ଏହି ଅନୁପାତିକ ପ୍ରଣାଳୀ ପାଇଁ ଡିଜାଇନ୍ କରାଯାଇ ନାହିଁ । ତେଣୁ ରାଷ୍ଚ୍ରପତି ନିର୍ବାଚନରେ କେବଳ ବାଲାଟ୍ ବକ୍ସ ବ୍ୟବହାର କରାଯାଏ ।

ନୂଆଦିଲ୍ଲୀ : ଆଜି ଦେଶର ନୂତନ ରାଷ୍ଟ୍ରପତି ନିର୍ବାଚିତ ହେଉଛନ୍ତି, କିନ୍ତୁ ଆପଣ କେବେ ଭାବିଛନ୍ତି କି ଗୋଟିଏ ପଟେ ଯେଉଁଠାରେ ସବୁ ନିର୍ବାଚନରେ ପ୍ରାୟତଃ ଇଭିଏମ୍ ମେସିନ୍ ମାଧ୍ୟମରେ ନିର୍ବାଚନ ହୁଏ, ତେବେ ରାଷ୍ଟ୍ରପତି ନିର୍ବାଚନ କାହିଁକି ବାଲାଟ୍ ବକ୍ସ ବ୍ୟବହାର କରାଯାଏ । 2004 ମସିହାରୁ ଚାରିଟି ଲୋକସଭା ନିର୍ବାଚନ, 127 ବିଧାନସଭା ନିର୍ବାଚନ ଇଭିଏମ୍ ମାଧ୍ୟମରେ ହୋଇଛି । କିନ୍ତୁ ରାଷ୍ଚ୍ରପତି ନିର୍ବାଚନରେ ଏବେବି ବାଲାଟ ବକ୍ସ ବ୍ୟବହାର କରାଯାଉଛି । କେବଳ ରାଷ୍ଟ୍ରପତି ନିର୍ବାଚନ ନୁହେଁ, ଉପ-ରାଷ୍ଟ୍ରପତି, ରାଜ୍ୟସଭା ସଦସ୍ୟ ଏବଂ ବିଧାନ ପରିଷଦର ସଦସ୍ୟମାନଙ୍କ ନିର୍ବାଚନ ମଧ୍ୟ ଇଭିଏମ୍ ମାଧ୍ୟମରେ ନ ହୋଇ ବାଲାଟ୍ ବକ୍ସ ବ୍ୟବହାର ହୁଏ ।

EVM - Ballot paper

ବାସ୍ତବରେ ଇଭିଏମ୍ ହେଉଛି ଏପରି ଏକ ପ୍ରଯୁକ୍ତିବିଦ୍ୟା ଯେଉଁଠାରେ ଭୋଟରମାନେ ନିଜ ପ୍ରାର୍ଥୀଙ୍କୁ ସିଧାସଳଖ ଚୟନ କରନ୍ତି । ଇଭିଏମ୍ ଭୋଟର ସାମୁହିକ ତଥା ଏଗ୍ରିଗେଟର ଭାବରେ କାର୍ଯ୍ୟ କରେ । ଇଭିଏମ୍ ମାଧ୍ୟମରେ ନିର୍ବାଚନ ସମୟରେ, ଭୋଟରମାନେ ବଟନ୍ ଦବାଇ ସେମାନଙ୍କ ପ୍ରାର୍ଥୀ ଚୟନ କରନ୍ତି, ସର୍ବାଧିକ ଭୋଟ୍ ପାଇଥିବା ପ୍ରାର୍ଥୀ ବିଜେତା ଘୋଷିତ ହୁଅନ୍ତି ।

କିନ୍ତୁ , ଆନୁପାତିକ ପ୍ରତିନିଧୀ ପ୍ରଣାଳୀ ଆଧାରରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି । ଏହି ବ୍ୟବସ୍ଥା ଅନୁଯାୟୀ, ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ସାଂସଦ, ବିଧାୟକ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥାନ୍ତି । ଇଭିଏମ୍ ମେସିନକୁ ଏହି ଅନୁପାତିକ ପ୍ରଣାଳୀ ପାଇଁ ଡିଜାଇନ୍ କରାଯାଇ ନାହିଁ । ତେଣୁ ରାଷ୍ଚ୍ରପତି ନିର୍ବାଚନରେ କେବଳ ବାଲାଟ୍ ବକ୍ସ ବ୍ୟବହାର କରାଯାଏ ।

ଅଧିକାରୀ କହିଛନ୍ତି ଯେ ଏକକ ସ୍ଥାନାନ୍ତରଯୋଗ୍ୟ ଭୋଟ୍ ପାଇଁ ଇଭିଏମ୍ ପ୍ରସ୍ତୁତ ହୋଇନାହିଁ । ଏହି କାରଣରୁ ରାଷ୍ଟ୍ରପତି ନିର୍ବାଚନରେ ଏହା ବ୍ୟବହୃତ ହୁଏ ନାହିଁ । ନିର୍ବାଚନ ଆୟୋଗର ତ୍ରୟମାସିକ ପତ୍ରିକା 'ମାଇଁ ଭୋଟ୍ ମ୍ୟାଟର୍ସ' ଅଗଷ୍ଟ 2021 ଅନୁଯାୟୀ, ଏପର୍ଯ୍ୟନ୍ତ ଇଭିଏମ୍ ମାଧ୍ୟମରେ ଦେଶରେ ଚାରିଟି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ 127 ଟି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇସରିଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, 1977 ରେ ଇଲେକ୍ଟ୍ରୋନିକ୍ ଭୋଟ୍ ପ୍ରଥମେ କଳ୍ପନା କରାଯାଇଥିଲା, ଏହା ପରେ ହାଇଦ୍ରାବାଦ ସ୍ଥିତ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆକୁ ଏହି ଦାୟିତ୍ୱ ଦିଆଯାଇଥିଲା ଏବଂ ଇଭିଏମ୍ ର ଡିଜାଇନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+