Get Updates
Get notified of breaking news, exclusive insights, and must-see stories!

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ଯିବା ପରେ ଖାଲି ପଡ଼ିଛି ୱାୟନାଡ଼ ଆସନ, କେବେ ହେବ ଉପ ନିର୍ବାଚନ ?

Wayanad

ନୂଆଦିଲ୍ଲୀ : ବୁଧବାର ନିର୍ବାଚନ ଆୟୋଗ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । 224 ବିଧାନସଭା ଆସନ ବିଶିଷ୍ଟ କର୍ଣ୍ଣାଟକରେ ଆସନ୍ତା 10 ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଏହା ପରେ ମେ 13 ରେ ଫଳାଫଳ ପ୍ରକାଶ ପାଇବ ।

ଏହାସହିତ ସେହି ଦିନ ଅର୍ଥାତ୍ ମେ 10 ରେ ଗୋଟିଏ ଲୋକସଭା ଓ 4 ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବ । ଓଡିଶାର ଝାରସୁଗୁଡା ବିଧାନସଭା ଆସନ, ଉତ୍ତରପ୍ରଦେଶର ଛାନବେ ବିଧାନସଭା ଆସନ, ସୁଆର ବିଧାନସଭା ଆସନ, ମେଘାଳୟର ସୋହଲଙ୍ଗ ବିଧାନସଭା ଆସନ ଏବଂ ପଞ୍ଜାବର ଜଲନ୍ଦର ଲୋକସଭା ଆସନ ପାଇଁ ଉପ ନିର୍ବାଚନ ଘୋଷଣା କରିଛନ୍ତି ।

ଏହି ସମୟ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭାରୁ ଅଯୋଗ୍ୟତା କାରଣରୁ ଖାଲି ପଡ଼ିଥିବା କେରଳର ୱାୟନାଡ଼ ଲୋକସଭା ଆସନରେ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସୁରଟ କୋର୍ଟ ଦ୍ୱାରା 'ମୋଦୀ ସରନେମ୍' ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ 2 ବର୍ଷ ଦଣ୍ଡିତ କରାଯାଇଛି । ଏହା ପରେ ତାଙ୍କର ସଂସଦର ସଦସ୍ୟତା ପଦ ରଦ୍ଦ ହୋଇଯାଇଛି ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, 'ଯେତେବେଳେ ଗୋଟିଏ ଆସନ ଖାଲି ଅଛି, ସେତେବେଳେ ସେଠାରେ ଉପ-ନିର୍ବାଚନ କରିବାକୁ 6 ମାସ ସମୟ ଅଛି । ଏହି ମାମଲାରେ ହାଇକୋର୍ଟରେ ଆବେଦନ କରିବାକୁ ଟ୍ରାଏଲ କୋର୍ଟ 30 ଦିନ ସମୟ ଦେଇଛନ୍ତି । ତେଣୁ ୱାୟନାଡ ଆସନ ପାଇଁ ଉପ-ନିର୍ବାଚନ ଘୋଷଣାକୁ ଅପେକ୍ଷା କରିବାକୁ ହେବ ।

ସୂଚନାଥାଉ କି, ରାହୁଲ ଗାନ୍ଧୀଙ୍କୁ ମୋଦୀ ସରନେମ୍ ମାମଲାରେ ସୁରଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ 30 ଦିନ ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ଦଣ୍ଡ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ପାଇଁ ଲୋକସଭା ସଚିବାଳୟ ବିଜ୍ଞପ୍ତି ଜାରି କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+