Get Updates
Get notified of breaking news, exclusive insights, and must-see stories!

2024 ରେ ଏକାଠି ରହିବେ କି କଂଗ୍ରେସ-ଶିବସେନା (ଉଦ୍ଧବ)-ଏନସିପି ? ପାୱାରଙ୍କ ବୟାନକୁ ନେଇ ଏମଭିଏ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ

MVA- sharad pawar

ମୁମ୍ବାଇ : ଶିବସେନାରୁ ସିନ୍ଦେ ଗୋଷ୍ଠୀର ବିଦ୍ରୋହ ପରେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାରର ପତନ ହେଲା । ଏହା ପରେ MVA ସରକାରରେ ଏକାଠି ହୋଇଥିବା କଂଗ୍ରେସ, ଶିବସେନା(ଉଦ୍ଧବ ଗୋଷ୍ଠୀ) ଏବଂ ଏନସିପି ମଧ୍ୟରେ ଅନେକ ଥର ମତଭେଦ ଦେଖିବାକୁ ମିଳିଛି । ଏପରିକି ବର୍ତ୍ତମାନ ମହାରାଷ୍ଟ୍ରରେ ପୁଣି ରାଜନୈତିକ ଅସ୍ଥିରତା ସାମ୍ନାକୁ ଆସିଛି । ଏନସିପି ନେତା ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ରାଜନୈତିକ କଳହ ସମୟରେ ଶରଦଙ୍କ ବୟାନ ମହା ବିକାଶ ଅଘାଡ଼ିର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

2024 ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ MVA ଦଳ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବେ କି ? ପ୍ରଶ୍ନରେ ଶରଦ ପାୱାର କହିଛନ୍ତି ଯେ ଏନସିପି ମହା ବିକାଶ ଅଘାଡିର ଏକ ଅଂଶ ଏବଂ ଏକାଠି ନିର୍ବାଚନ ଲଢିବାକୁ ଇଚ୍ଛା ଅଛି । କିନ୍ତୁ, ସେ ଏପରି ଏକ ବୟାନ ଦେଇଛନ୍ତି ଯାହାକି ଆଗାମୀ ରାଜନୀତି ଉପରେ ପ୍ରଭାବ ପକାଇପାରେ ।

ପାର୍ଟିର ଅନିର୍ଦ୍ଦିଷ୍ଟତାକୁ ସୂଚାଇ ସେ କହିଛନ୍ତି ଯେ 'ଆଜି ଆମେ ମହା ବିକାଶ ଅଘାଡ଼ିର ଅଂଶ ଅଛୁ ଏବଂ ଏକାଠି କାମ କରିବାର ଇଚ୍ଛା ଅଛି ... କିନ୍ତୁ, ସବୁବେଳେ ସ୍ଥିତି ସମାନ ରହିବ ନାହିଁ । ସେ କହିଛନ୍ତି, 'ଆସନ ବଣ୍ଟନ, କୌଣସି ପ୍ରକାରର ସମସ୍ୟା ଅଛି କି ନାହିଁ - ଏହା ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ । ତେବେ ମୁଁ ଏହା ବିଷୟରେ କିପରି କହିପାରିବି ?'

2019 ରେ କଣ ହୋଇଥିଲା ?

2019 ବିଧାନସଭା ନିର୍ବାଚନ ପରେ ମହା ବିକାଶ ଅଘାଡ଼ି ଗଠନ ହୋଇଥିଲା । ନିର୍ବାଚନରେ କଂଗ୍ରେସ (147 ଟି ଆସନ) -NCP (121 ଟି ଆସନ) ଏକାଠି ନିର୍ବାଚନ ଲଢିଥିଲେ । ଅପରପକ୍ଷରେ ତତ୍କାଳୀନ ଉଦ୍ଧବ ଠାକୁରଙ୍କ ନେତୃତ୍ୱାଧୀନ ଶିବସେନା (126 ଟି ସିଟ୍), ବିଜେପି (164 ଟି ସିଟ୍) ରେ ନିର୍ବାଚନ ଲଢିଥିଲେ । ପାୱାର ବର୍ତ୍ତମାନ ଏହି ପରିବର୍ତ୍ତିତ ପରିସ୍ଥିତି ବିଷୟରେ କହୁଛନ୍ତି ।

sanjay raut

MVA ଏକାଠି ନିର୍ବାଚନ ଲଢିବେ - ସଞ୍ଜୟ

ପାୱାରଙ୍କ ବିବୃତ୍ତି ପରେ ଉଦ୍ଧବ ଠାକରେ ଦଳର ନେତା ତଥା ସାଂସଦ ସଞ୍ଜୟ ରାଉତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି 'ମହା ବିକାଶ ଅଘାଡି ରହିବ ।' ଉଦ୍ଧବ ଠାକରେ ଏବଂ ଶରଦ ପାୱାର ଏହାର ମୁଖ୍ୟ ନେତା ଅଟନ୍ତି । 2024 ରେ MVA ଦଳ ଏକାଠି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

congress

ମିଳିତ ମଞ୍ଚ ଉପରେ କଂଗ୍ରେସର ପକ୍ଷ

ଅନ୍ୟପକ୍ଷରେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲ ପୱାରଙ୍କ ବିବୃତ୍ତି ପରେ କହିଛନ୍ତି, 'ବିଜେପି ବିରୋଧୀ ଦଳଗୁଡିକ ମିଳିତ ଭାବେ ଲଢିବା ନିଶ୍ଚିତ କରିବା କଂଗ୍ରେସର ଭୂମିକା । ମିଳିତ ମଞ୍ଚର ଅନ୍ୟ ଦଳର ଭୂମିକା ଭିନ୍ନ ହୋଇପାରେ । ଯେଉଁମାନେ ଆମ ସହିତ ରହିବେ ଆମେ ସେମାନଙ୍କ ସହିତ ମିଶି ଆଗକୁ ବଢିବୁ । ଆମେ କାହାର ମନରେ କ'ଣ ଅଛି ତାହା ପଚାରୁନାହୁଁ ।

କଣ କହୁଛି ବିଜେପି ?

ମହା ବିକାଶ ଅଘାଡ଼ି ଭିତରେ ଥିବା ଏହି ରାଜନୈତିକ ମତଭେଦ ଉପରେ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତି, 'ଶରଦ ପାୱାର ଯାହା କହିଛନ୍ତି ତାହା ହେଉଛି ବିକାଶ ବିକାଶ ଅଘାଡି ଉପରେ ତାଙ୍କର ବ୍ୟକ୍ତିଗତ ମତ । ପାୱାର ସାହେବ ଖୁବ୍ ଶୀଘ୍ର ଜାଣିବେ ଯେ ଯାହାକୁ ନିଜ ଲୋକମାନେ ଛାଡ଼ିଦେଲେ ସେ MVA ର ନେତୃତ୍ୱ ନେଇପାରିବ କି ? ମହା ବିକାଶ ଅଘାଡି କେତେ ଦୂର ପର୍ଯ୍ୟନ୍ତ ରହିବ ସେ ନେଇ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି ।

ମୋଟ ଉପରେ କହିବାକୁ ଗଲେ, ମହା ବିକାଶ ଅଘାଡ଼ିରେ ସବୁକିଛି ଠିକ୍ ଚାଲିନାହିଁ । ଅନ୍ତତଃପକ୍ଷେ ଏନସିପି ଏବଂ କଂଗ୍ରେସର କଥାବାର୍ତ୍ତାରୁ ଏହା ସ୍ପଷ୍ଟ ହୋଇଯାଉଛି । ଅପରପକ୍ଷରେ ଶିବସେନା(ଉଦ୍ଧବ ଗୋଷ୍ଠୀ) ନିଜ ଦଳର ନିର୍ବାଚନୀ ପ୍ରତୀକ ମାମଲାରେ ବ୍ୟସ୍ତ ରହିଛି ।

ଗତଥର ମହାରାଷ୍ଟ୍ର ବିଧାନସଭାରେ 288 ଟି ଆସନରୁ ବିଜେପି ସର୍ବାଧିକ 105 ଟି ଆସନ ପାଇଥିଲା । ଶିବସେନା 56 ଟି ସିଟ୍, ଏନସିପି 54 ଏବଂ କଂଗ୍ରେସ 44 ପାଇଥିଲା । କିନ୍ତୁ ଆଜି ଶିବସେନାରୁ ବିଦ୍ରୋହ କରି ଆସିଥିବା ଏକନାଥ ସିନ୍ଦେ ବିଜେପି ସହିତ ମିଶି ସରକାର ଚଳାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+