'ମୋଦୀ' ସରନେମ୍ ବିବାଦ କ'ଣ, ରାହୁଲ ଗାନ୍ଧୀ କାହିଁକି ହେଲେ ଦୋଷୀ... ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ । ଗୋଟିଏ ପଟେ ଲଣ୍ଡନରେ ଦେଇଥିବା ବିବୃତ୍ତିକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଦିଲ୍ଲୀ ପୋଲିସ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବାକୁ କହିଛି । ଏଥି ସହିତ ବର୍ତ୍ତମାନ ସୁରଟ କୋର୍ଟ ଗୁରୁବାର ଦିନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ 'ମୋଦୀ' ସରନେମ୍ ବିବାଦ ମାମଲାରେ ଦୋଷୀ ସାବ୍ୟସ୍ତ କରିଛି । ରାହୁଲଙ୍କ ନାମରେ ଥିବା ଏକ ଅପରାଧିକ ମାନହାନୀ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ତେବେ ଏହି ମାମଲା କଣ, କାହିଁକି ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, କଣ ରହିଛି ପୁରା ଘଟଣା.... ଆସନ୍ତୁ ସେ ବିଷୟରେ ଜାଣିବା
ଗୁରୁବାର ଦିନ ସୁରଟ ଅଧିବେଶନ କୋର୍ଟ ରାହୁଲଙ୍କୁ ମାନହାନୀ ମାମଲାରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କିନ୍ତୁ ଏହା ପରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ବର୍ତ୍ତମାନ ରାହୁଲ ଗାନ୍ଧୀ ଏହି ମାମଲାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ । ଯଦି ହାଇକୋର୍ଟ ଏହି ମାମଲାରେ ରାହୁଲଙ୍କୁ ଦୋଷୀ ବୋଲି ରାୟ ଦିଅନ୍ତି ତେବେ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ବଢିବ ।
4 ବର୍ଷ ପୁରୁଣା ମାମଲା
ରାହୁଲ ଗାନ୍ଧୀଙ୍କ ବିରୋଧରେ ଏହି ବଦନାମ ମାମଲା ଚାରି ବର୍ଷ ପୁରୁଣା । 2019 ଲୋକସଭା ନିର୍ବାଚନ ପ୍ରଚାର ସମୟରେ କର୍ଣ୍ଣାଟକର କୋଲାରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ 'ସବୁ ଚୋରଙ୍କ ଉପନାମ ମୋଦୀ କାହିଁକି ?' ଏହାକୁ ନେଇ ବିଜେପି ଆକ୍ରମଣାତ୍ମକ ହୋଇ ଉଠିଥିଲା । ସୁରଟ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଏହାକୁ ଏକ ପ୍ରସଙ୍ଗ କରି ମାନହାନି ମକଦ୍ଦମା ଦାୟର କରିଥିଲେ । ବିଜେପି ବିଧାୟକ ରାହୁଲଙ୍କ ବିବୃତ୍ତିକୁ ମୋଦୀ ସମ୍ପ୍ରଦାୟକୁ ଅପମାନ ବୋଲି କହିଥିଲେ ।
2021 ମସିହାରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ପଠାଇଥିଲେ । ଏହା ପରେ ସେ କୋର୍ଟରେ ହାଜର ହୋଇ ତାଙ୍କ ବିବୃତ୍ତି ରେକର୍ଡ କରିଥିଲେ । ଗତ ସପ୍ତାହରେ ମୁଖ୍ୟ ବିଚାରପତି ମାଜିଷ୍ଟ୍ରେଟ୍ ଏଚ୍ ଏଚ୍ ବର୍ମାଙ୍କ କୋର୍ଟ ଶୁଣାଣି ଶେଷ କରି ମାର୍ଚ୍ଚ 23 ରେ ଏହି ରାୟ ଶୁଣାଇବାକୁ ନିଷ୍ପତ୍ତି ନେଇଥିଲେ ।
ବର୍ତ୍ତମାନ ଏହି ମାମଲାରେ ରାହୁଲଙ୍କୁ 2 ବର୍ଷ ଜେଲ୍ ଦଣ୍ଡ ମିଳିଥିଲା । ଏହା ପରେ ରାହୁଲ ଗାନ୍ଧୀଙ୍କୁ କୋର୍ଟ 30 ଦିନ ପାଇଁ ଜାମିନ୍ ଦେଇଛନ୍ତି । ଏହି ସମୟରେ ରାହୁଲ ହାଇକୋର୍ଟରେ ଅପିଲ୍ କରିପାରିବେ । ଯଦି ହାଇକୋର୍ଟ ଜାମିନ ମଞ୍ଜୁର କରନ୍ତି, ତେବେ ତଳ କୋର୍ଟ ଏହି ଜାମିନ୍ ବୃଦ୍ଧି କରିବେ ।












Click it and Unblock the Notifications