ଯାହା ହେଉନା କାହିଁକି ଭାରତ ଯୋଡୋ ଯାତ୍ରା ଜାରି ରହିବ - ଜାମ୍ମୁ ବିସ୍ଫୋରଣ ଉପରେ କଂଗ୍ରେସ
ଜାମ୍ମୁ କାଶ୍ମୀରର ଆମର ସମସ୍ତ ନେତା ସୁରକ୍ଷା କର୍ମୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ଏଭଳି ଘଟଣା ପ୍ରତି ଧ୍ୟାନ ଦେବା ସେମାନଙ୍କର ଦାୟିତ୍ୱ । ସେ ଯାହା ହେଲେ ମଧ୍ୟ, ଭାରତ ଯୋଡୋ ଯାତ୍ରା ଜାରି ରହିବ ।

ଶ୍ରୀନଗର : କଂଗ୍ରେସ ସାଂସଦ ତଥା ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ବର୍ତ୍ତମାନ ଜମ୍ମୁରେ ଚାଲିଛି । ଏହି ସମୟ ମଧ୍ୟରେ ଶନିବାର ସକାଳେ ଜମ୍ମୁରେ ଦୁଇଟି ବିସ୍ପୋରଣ ହୋଇଛି । ଏଥିରେ 7 ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ଥିବା ନେଇ ଆଶଙ୍କା କରି ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି ଏହାର ତଦନ୍ତ ଦାୟିତ୍ୱ ନେଇଛି । ଏହି ବିସ୍ପରୋଣ ପରଠାରୁ ଭରାତ ଯୋଡ଼ୋ ଯାତ୍ରା ର କଣ ହେବ ସେ ନେଇ ଅନେକ ପ୍ରଶ୍ନ ଉଠୁଛି । ଏହା ପରେ କଂଗ୍ରେସ ପକ୍ଷରୁ ଯାତ୍ରାକୁ ନେଇ ବିବୃତ୍ତି ପ୍ରକାଶ ପାଇଛି ।
ଏହି ପ୍ରସଙ୍ଗରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ ଯାତ୍ରା ଆରମ୍ଭ ହେବାର ଦୁଇ ସପ୍ତାହ ପୂର୍ବରୁ ମୁଁ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଭେଟିଥିଲି । ଯାତ୍ରା ବିଷୟରେ ବିସ୍ତୃତ ସୂଚନା ମଧ୍ୟ ଦେଇଥିଲି । ଜାମ୍ମୁ କାଶ୍ମୀରର ଆମର ସମସ୍ତ ନେତା ସୁରକ୍ଷା କର୍ମୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ଏଭଳି ଘଟଣା ପ୍ରତି ଧ୍ୟାନ ଦେବା ସେମାନଙ୍କର ଦାୟିତ୍ୱ । ସେ ଯାହା ହେଲେ ମଧ୍ୟ, ଭାରତ ଯୋଡୋ ଯାତ୍ରା ଜାରି ରହିବ ।
ଉଲ୍ଲେଖଯୋଗ୍ୟ, ଶନିବାର ସକାଳେ ଜାମ୍ମୁର ନରୱାଲରେ ଦୁଇଟି ବିସ୍ଫୋରଣ ହୋଇଛି । ସୁରକ୍ଷା ଏଜେନ୍ସି ଅନୁଯାୟୀ, ପ୍ରଥମ ବିସ୍ଫୋରଣ ପ୍ରାୟ 11 ଟା ସମୟରେ ହୋଇଥିଲା । ଏହା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । କିଛି ବୁଝିବା ପୂର୍ବରୁ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା । ଏନଆଇଏ ଟିମ୍ ତଦନ୍ତ କରୁଛି ।
ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀର ଏଲଜି ମନୋଜ ସିହ୍ନା ନରୱାଲରେ ହୋଇଥିବା ବିସ୍ଫୋରଣକୁ ଦୃଢ ନିନ୍ଦା କରିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀମାନେ ବିସ୍ଫୋରଣ ଏବଂ ତଦନ୍ତର ସ୍ଥିତି ବିଷୟରେ ମଧ୍ୟ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ସୂଚନା ଦେଇଥିଲେ । ଏହା ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମଧ୍ୟ ଆହତଙ୍କ ପ୍ରତି ସମବେଦନା ଜଣାଇବା ସହ ସେମାନଙ୍କୁ 50-50 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications