ମାନହାନି ମାମଲାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୋର୍ଟଙ୍କ ନୋଟିସ୍
ତୃଣମୂଳ କଂଗ୍ରେସର ସାଂସଦ ଅଭିଶୋକ ବାନାର୍ଜାଙ୍କ ମାନହାନି ମାମଲାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନୋଟିସ୍ ଜାରି କରିଛନ୍ତି ପଶ୍ଚିମବଙ୍ଗର ସ୍ୱତନ୍ତ୍ର କୋର୍ଟ । ଆସନ୍ତା 22 ତାରିଖରେ ଅମିତ ଶାହାଙ୍କୁ କୋର୍ଟରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସର ସାଂସଦ ଅଭିଶେକ ବାନାର୍ଜାଙ୍କ ମାନହାନି ମାମଲାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନୋଟିସ୍ ଜାରି କରିଛନ୍ତି ପଶ୍ଚିମବଙ୍ଗର ସ୍ୱତନ୍ତ୍ର କୋର୍ଟ । ଆସନ୍ତା 22 ତାରିଖରେ ଅମିତ ଶାହାଙ୍କୁ କୋର୍ଟରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
ଏ ସଂପର୍କରେ ସୂଚନା ଦେଇ ସାଂସଦ ଅଭିଷେକ ବାନାର୍ଜୀଙ୍କ ଓକିଲ ସଞ୍ଜୟ ବସୁ ଗଣମାଧ୍ୟମକୁ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ 11 ଅଗଷ୍ଟ 2018 ରେ କୋଲକାତାର ମାୟୋ ରୋଡରେ ଆୟୋଜିତ ଏକ ରାଲିରେ ଅଂଶଗ୍ରହଣ କରି ଅମିତ ଶାହା ଟିଏମସି ସାଂସଦଙ୍କ ବିରୋଧରେ ବଦନାମ ଓ ଅପମାନ ସୂଚକ ମନ୍ତବ୍ୟ ଦେଇଥିଲେ । ଯାହା ପରେ ଟିଏମସି ସାଂସଦ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ମାନହାନୀ ମାମଲାରେ ସାଂସଦ ଏବଂ ବିଧାୟକଙ୍କ ପାଇଁ ଥିବା ସ୍ୱତନ୍ତ୍ର ଅଦାଲତ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ 22 ଫେବୃଆରୀରେ କୋର୍ଟରେ ହାଜର ହେବାକୁ ନୋଟିସ୍ ଜାରି କରିଛନ୍ତି । ଅଭିଷେକ ବାନାର୍ଜୀ କୋର୍ଟରେ ଦାଖଲ କରିଥିବା ମାନହାନି ମକଦ୍ଦମାରେ କୁହାଯାଇଛି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ରାଲିରେ କହିଛନ୍ତି ଯେ ନାରଦା, ଶାରଦା, ରୋଜ ଭ୍ୟାଲି, ସିଣ୍ଡିକେଟ୍ ଦୁର୍ନୀତି, ପୁତୁରା ଦୁର୍ନୀତି, ମମତା ବାନାର୍ଜୀଙ୍କ ଦୁର୍ନୀତି ଏକ ତାଲିକା । ଏଥିରେ ଅମିତ ଶାହାଙ୍କ ବିରୋଧରେ ଅନ୍ୟ ଏକ ଅଭିଯୋଗ ମଧ୍ୟ ଉଲ୍ଲେଖ କରାଯାଇଛି ।
ଏହି ସମାବେଶରେ ଅମିତ ଶାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ବଙ୍ଗଳାର ଗାଁ ଲୋକଙ୍କ ପାଖରେ ଟଙ୍କା ପହଞ୍ଚିଛି କି ? ଦୟାକରି ଉଚ୍ଚ ସ୍ୱରରେ କୁହନ୍ତୁ, ଟଙ୍କା ଆପଣଙ୍କ ଗାଁରେ ପହଞ୍ଚିଛି କି ? ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଟଙ୍କା ପଠାଇଥିଲେ ତାହା କୁଆଡ଼େ ଗଲା ? 3ଲକ୍ଷ 59 ହଜାର କୋଟି ଟଙ୍କା କୁଆଡେ ଗଲା ? ଏହା ପୁତୁରା ଏବଂ ସିଣ୍ଡିକେଟ୍ କୁ ଉପହାର ଦିଆଯାଇଛି । ଦୁର୍ନୀତିର ଯଜ୍ଞରେ ତୃଣମୂଳ କଂଗ୍ରେସ ଏହାକୁ ବଳି ଦେଇଛି । ଏହି ମାମଲାରେ ପଶ୍ଚିମବଙ୍ଗ ସାଂସଦ ଏବଂ ବିଧାୟକ ସ୍ୱତନ୍ତ୍ର ଅଦାଲତ ଅମିତ ଶାହାଙ୍କୁ ନୋଟିସ୍ ଜାରି କରିଛନ୍ତି ।












Click it and Unblock the Notifications