ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଓ ଟିଏମସି ମଧ୍ୟରେ ଟକ୍କର, ଜାଣନ୍ତୁ କେଉଁ ପ୍ରାର୍ଥୀ ଅଛନ୍ତି ଲୋକଙ୍କ ନଜରରେ
ଏହି ସମୟରେ ବଙ୍ଗଳାରେ କେତେକ ଆସନରେ ବିଜେପି, ଟିଏମସି, କଂଗ୍ରେସ ଓ ବାମପନ୍ଥୀଙ୍କ କତେକ ପ୍ରାର୍ଥୀଙ୍କ ଉପରେ ସାରା ଦେଶର ନଜର ରହିଛି । ଏହା କେଉଁ ଆସନ ଏବଂ ଏଥିରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରିଛି ତାହାର ଏକ ତାଲିକା ଆପଣଙ୍କ ନିକଟରେ ଉପସ୍ଥାପନ କରୁଛୁ ।
କୋଲକାତା : ଆସନ୍ତା କାଲି (ଶନିବାର) ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥର ପ୍ରଥମ ପର୍ଯ୍ୟାୟରେ 5ଟି ଜିଲ୍ଲାର 30 ଟି ଆସନରେ ମତଦାନ ହେବ । ଏଥିରେ କେନ୍ଦ୍ରରେ ସତ୍ତାଧାରୀ ଭାରତୀୟ ଜନତା ପାର୍ଟି ଏବଂ ବଙ୍ଗଳାରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏଥିସହିତ ବାମପନ୍ଥୀ ସହ ଜାତୀୟ କଂଗ୍ରେସ ନିଜର ନିର୍ବାଚନ ଚୁକ୍ତି ସ୍ୱାକ୍ଷର କରି କ୍ଷମତାକୁ ଆସିବା ପାଇଁ ଚେଷ୍ଟା କରୁଛି ।

ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବାର ପୂର୍ବାନୁମାନ କରାଯାଇଛି । 2016 ରେ ଅନୁଷ୍ଠିତ ପୂର୍ବ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର 3 ଟି ଆସନ ଜିତିଥିବାବେଳେ ଟିଏମସି 211 ଆସନ ଅକ୍ତିଆର କରି କ୍ଷମତାରେ ରହିଥିଲା । ଏପରପକ୍ଷରେ କଂଗ୍ରେସ 44 ଟି ଆସନ ଜିତିବା ସହ ସିପିଆଇକୁ (ଏମ) 26 ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।
ଏହି ସମୟରେ ବଙ୍ଗଳାରେ କେତେକ ଆସନରେ ବିଜେପି, ଟିଏମସି, କଂଗ୍ରେସ ଓ ବାମପନ୍ଥୀଙ୍କ କତେକ ପ୍ରାର୍ଥୀଙ୍କ ଉପରେ ସାରା ଦେଶର ନଜର ରହିଛି । ଏହା କେଉଁ ଆସନ ଏବଂ ଏଥିରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରିଛି ତାହାର ଏକ ତାଲିକା ଆପଣଙ୍କ ନିକଟରେ ଉପସ୍ଥାପନ କରୁଛୁ ।
ବେଙ୍ଗଲ ପୋଲ 2021 ର ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ ଏବଂ ସେମାନେ ପ୍ରତିଦ୍ୱନ୍ଦିତା କରୁଥିବା ନିର୍ବାଚନମଣ୍ଡଳୀ
- ପୁରୁଲିଆରୁ ତୃଣମୂଳ କଂଗ୍ରେସ ସୁଜୟ ବାନାର୍ଜୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବେ ସୁଦୀପ ମୁଖାର୍ଜୀ । ଏହି ଆସନରୁ କଂଗ୍ରେସ ପାର୍ଥ ପ୍ରତୀମ ବାନାର୍ଜୀଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇଛି ।
- ସେହିପରି ମେଦିନୀପୁର ନିର୍ବାଚନ ମଣ୍ଡଳୀରୁ ଜୁନେ ମାଲିଆ ତୃଣମୂଳ କଂଗ୍ରେସରୁ ଶମିତ ଦାଶ ବିଜେପିରୁ ଏବଂ ତରୁଣ କୁମାର ଘୋଷଙ୍କୁ ସିପିଆଇଏମ୍ ଟିକେଟ୍ ଦେଇଛି ।
- ଖଡ଼ଗପୁରରୁ ତୃଣମୂଳ କଂଗ୍ରେସ ଦିନେନ ରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବେ ତପନ ଭୁୟା । ସଦ୍ଦାମ ଅଲିଙ୍କୁ ଟିକେଟ୍ ଦେଇଛି ସିପିଆଇଏମ୍ ।
- କାନ୍ଥୀ ଉତ୍ତର ଆସନରୁ ତରୁଣ କୁମାର ଜନ ଟିଏମସି ପାର୍ଥ ଥିବାବେଳେ ତାଙ୍କ ବିପକ୍ଷରେ ବିଜେପିରୁ ସୁନୀତା ସିଙ୍ଗା ସିପିଆଇଏମରୁ ସୁତନୁ ମୈତୀ ପ୍ରତିଦ୍ୱନ୍ଦତିତା କରୁଛନ୍ତି ।
- କାନ୍ଥୀ ଦକ୍ଷିଣରୁ ଜ୍ୟୋତିର୍ମୟ କର ଟିଏମସି ପ୍ରାର୍ଥୀ ହୋଇଥିବା ବେଳେ ଅରୁପ କୁମାର ଦାସଙ୍କୁ ଟିକେଟ୍ ଦେଇଛି ବିଜେପି । ସିପିଆଇଏମ ପକ୍ଷରୁ ଲଢୁଛନ୍ତି ଅନୁଲୁପ ପଣ୍ଡା ।
- ବାଗମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଟିଏମସିର ସୁଶାନ୍ତ ମହୋତା ଏବଂ AJSUରୁ ଆଶୁତୋଷ ମହୋତା ଏବଂ କଂଗ୍ରେସରୁ ପ୍ରତିଦ୍ୱନ୍ଦିତା କରିବେ ନେପାଳ ମହତା ।












Click it and Unblock the Notifications