West Bengal Assembly Election : ଟିଏମସିର ନିର୍ବାଚନୀ ନାରା 'ବଙ୍ଗଳା ନିଜେର ମେୟକଇ ଚାଏ', ଜାଣନ୍ତୁ କଣ ରହିଛି ଏହାର ଅର୍ଥ

ଶନିବାର ଟିଏମସି କୋଲକାତାର ପାର୍ଟି ମୁଖ୍ୟାଳୟରୁ ନିଜର ନିର୍ବାଚନ ସ୍ଲୋଗାନ 'ବଙ୍ଗଳା ନିଜେର ମେୟକଇ ଚାଏ' ପ୍ରକାଶ କରିଛି । ଯାହାର ଅର୍ଥ ରହିଛି 'ବଙ୍ଗଳା ତାର ଝିଅକୁ ହିଁ ଚାହେଁ' ।

କୋଲକାତା : ପଶ୍ଚିମବଙ୍ଗରେ ଆଉ କିଛି ମାସ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ନିଜର ପ୍ରସ୍ତୁତି ଆରମ୍ଭ କରିବା ସହ ଜୋରଦାର ନିର୍ବାଚନ ପ୍ରଚାର ଜାରି ରଖିଛି । ଶନିବାର ଟିଏମସି କୋଲକାତାର ପାର୍ଟି ମୁଖ୍ୟାଳୟରୁ ନିଜର ନିର୍ବାଚନ ସ୍ଲୋଗାନ 'ବଙ୍ଗଳା ନିଜେର ମେୟକଇ ଚାଏ' ପ୍ରକାଶ କରିଛି । ଯାହାର ଅର୍ଥ ରହିଛି 'ବଙ୍ଗଳା ତାର ଝିଅକୁ ହିଁ ଚାହେଁ' । ଏହି ନିର୍ବାଚନ ସ୍ଲୋଗାନ ଦେଇ ଟିଏମସି ପୁଣି ଥରେ ମମତା ବାନାର୍ଜୀଙ୍କୁ ବଙ୍ଗଳାର ଝିଅ କହିବା ସହ ସ୍ଥାନୀୟ ବନାମ ବାହାର ଲୋକଙ୍କର ବିତର୍କର ନାରା ଲଗାଇଛି ।

Mamata-Banerjee

ସମଗ୍ର କୋଲକାତାରେ ଲାଗିଲା ସ୍ଲୋଗାନ ସହ ମମତାଙ୍କ ଫଟୋ ଥିବା ପୋଷ୍ଟର

ଟିଏମସି ଏହାର ସ୍ଲୋଗାନକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ସହିତ ସମଗ୍ର କୋଲକାତାରେ ହୋର୍ଡିଂ କରି ଲଗାଇଛି । ଟିଏମସି ସାଧାରଣ ସମ୍ପାଦକ ପାର୍ଥ ଚାଟ୍ଟାର୍ଜୀ ଏହି ଅବସରରେ କହିଛନ୍ତି, 'ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ଭାବରେ ସେମାନଙ୍କ ଝିଅକୁ ଦେଖିବାକୁ ଚାହାଁନ୍ତି, ଯେଉଁ ଝିଅ ଗତ କିଛି ବର୍ଷ ଧରି ସେମାନଙ୍କ ସେବା କରିଆସୁଛି । ଆମ ବଙ୍ଗଳାରେ କୌଣସି ବିଦେଶୀ ବ୍ୟକ୍ତି ଶାସନ କରିବାକୁ ଆମେ ଚାହୁଁନାହୁଁ। '

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଜେପି ନେତାମାନେ ନିର୍ବାଚନ ପର୍ଯ୍ୟଟନ ଉପରେ ରହିଆସିଛନ୍ତି ବୋଲି କହି ଟିଏମସି ଲଗାତାର ସ୍ଥାନୀୟ ବନାମ ବାହ୍ୟ ପ୍ରସଙ୍ଗ ଉଠାଉଛି ।

ବଙ୍ଗଳାରେ ମମତାଙ୍କ ନାଁରେ ହେଉଛି ଚର୍ଚ୍ଚା - ଅଭିଷେକ ବାନାର୍ଜୀ

ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଟ୍ୱିଟ କରି କହିଛନ୍ତି, ଏହି ସମୟରେ ସାରା ରାଜ୍ୟରେ ମମତା ବାନାର୍ଜୀଙ୍କ ନାଁର ଚର୍ଚ୍ଚା ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି, 'ବାର୍ତ୍ତା ଅତ୍ୟନ୍ତ ସ୍ପଷ୍ଟ - ମମତା ବାନାର୍ଜୀଙ୍କ ନାମ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ଯାଏଁ ବଙ୍ଗଳାବାସୀଙ୍କ ମଧ୍ୟରେ ମମତା ବାନାର୍ଜୀଙ୍କ ନାଁ ଚର୍ଚ୍ଚା ହେଉଛି । କେବଳ ସେ ଜଣେ ଯିଏ ସର୍ବଦା ଲୋକଙ୍କ ସହିତ ଛିଡା ହୁଅନ୍ତି, ଲୋକଙ୍କ ସ୍ୱରରେ ପରିଣତ ହୁଅନ୍ତି ଏବଂ ଯିଏ ବଙ୍ଗଳାକୁ ଆଗକୁ ନେଇଯିବେ ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+