West Bengal election 2021: ତୃଣମୂଳ କଂଗ୍ରେସର ପ୍ରଥମ ତାଲିକା ଘୋଷଣା କରିପାରନ୍ତି ମମତା ବାନାର୍ଜୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗେସର ପ୍ରାର୍ଥୀଙ୍କର ପ୍ରଥମ ତାଲିକା ଘୋଷଣା କରିପାରନ୍ତି ।
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗେସର ପ୍ରାର୍ଥୀଙ୍କର ପ୍ରଥମ ତାଲିକା ଘୋଷଣା କରିପାରନ୍ତି ।
ନିର୍ବାଚନ କଥା ଆସିଲେ ପ୍ରଥମେ ପ୍ରାର୍ଥୀ ତାଲିକା ଘୋଷଣା କରିବା ତାଲିକାରେ ଆଗରେ ରହନ୍ତି ତୃଣମୂଳ କଂଗ୍ରେସର ମୁଖ୍ୟ ମମତା । ମୁଖ୍ୟ ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ଦିନ ତୃଣମୂଳ କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଏହାକୁ ସୂଚାଉଛି ।

ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆଠଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟରେ 30ଟି ଆସନ ପାଇ ମାର୍ଚ୍ଚ 27 ଭୋଟ୍ ଗ୍ରହଣ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନ ତାରିଖ ଘୋଷଣା ବେଳେ ସୂଚନା ଦେଇଛନ୍ତି ।
ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ 1 ପାଇଁ ଧାର୍ଯ୍ୟ କରାଯାଇଛି ଏବଂ ଏହି ପର୍ଯ୍ୟାୟରେ 30 ଟି ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ । ସେହିପରି ତୃତୀୟ ପର୍ଯ୍ୟାୟରେ 31ଟି ଆସନ ପାଇଁ ଅପ୍ରେଲ 6 ତାରିଖରେ, 44ଟି ଆସନ ପାଇଁ ଅପ୍ରେଲ 10 ଚତୁର୍ଥ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଏଥିସହିତ 45 ନିର୍ବାଚନମଣ୍ଡଳୀ ପାଇଁ 17 ଅପ୍ରେଲରେ ଭୋଟ୍ ଗ୍ରହଣ ହେବା ସହ 22 ଏପ୍ରିଲରେ 43 ଟି ସିଟ୍ ପାଇଁ ଷଷ୍ଠ ପର୍ଯ୍ୟାୟ ଭୋଟ୍ ହେବ । ଏପ୍ରେଲ 26 ରେ ସପ୍ତମ ପର୍ଯ୍ୟାୟରେ 36 ଟି ସିଟ୍ ପାଇଁ ଏବଂ ଏପ୍ରିଲ୍ 29 ରେ 35 ଟି ସିଟ୍ ପାଇଁ ଶେଷ ତଥା ଅଷ୍ଟମ ପର୍ଯ୍ୟାୟ ବୋଲି ଆରୋରା କହିଛନ୍ତି ।
ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଦୁଇଜଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିବେ ଏବଂ ଆବଶ୍ୟକ ସ୍ଥଳେ ଆଉ ଅଧିକ ଲୋକ ପଠାଯିବ ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ସୁନିଲ ଆରୋରା ।
ଗତ ନିର୍ବାଚନରେ ପଶ୍ଚିମବଙ୍ଗରେ ସାତଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ଚଳିତ ବର୍ଷ ଆଠଟି ପର୍ଯ୍ୟାୟ ନେଇ ଏକ ପ୍ରଶ୍ନର ଉତ୍ତରରେ ସିଇସି କହିଛନ୍ତି ଅନେକ ମୂଲ୍ୟାଙ୍କନ ଆଧାରରେ ନିର୍ବାଚନ କମିଶନ ଆଇନ ଶୃଙ୍ଖଳା ପରିସ୍ଥିତି ଆକଳନ କରିଥାନ୍ତି ।
"2016 ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସାତୋଟି ପର୍ଯ୍ୟାୟରେ ହୋଇଥିଲା । ଲୋକସଭା 7 ଟି ପର୍ଯ୍ୟାୟରେ ଥିଲା । ତେଣୁ 7 ରୁ 8 ପର୍ଯ୍ୟାୟ ଏତେ ବଡ କଥା ନୁହେଁ କାରଣ ଆମକୁ ମଧ୍ୟ ସୁରକ୍ଷା ବାହିନୀର ଗତିବିଧି ଦେଖିବାକୁ ପଡିବ । ଆମକୁ ରାଜନୈତିକ ଦଳ ଗୁଡ଼ିକର ଆକ୍ଷେପ ପ୍ରତିଆକ୍ଷେପକୁ ମଧ୍ୟ ନଜରରେ ରଖିବାକୁ ହେବ ବୋଲି କହିଛନ୍ତି ନିର୍ବାଚନ କମିଶନ ।












Click it and Unblock the Notifications