ପଶ୍ଚିମବଙ୍ଗ ମୁର୍ସିଦାବାଦରେ ମିଳିଲା 14ଟି ବୋମା, ପଞ୍ଚମ ପର୍ଯ୍ୟାୟରେ ମତଦାନ ସମୟରେ ବିସ୍ପୋରଣ କରିବାର ସନ୍ଦେହ
ସୋମବାର ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ଶମଶେରଗଞ୍ଜ ଅଞ୍ଚଳରେ 14 ଟି ଅଫୁଟା ବୋମା ଜବତ କରାଯାଇଛି । ମତଦାନ ଦିନ ଏହି ବୋମା ବ୍ୟବହାର କରାଯାଇଥାନ୍ତା ବୋଲି ସୁରକ୍ଷା ବାହିନୀ ସନ୍ଦେହ କରୁଛନ୍ତି ।
କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଚାରିଟି ପର୍ଯ୍ୟାୟରେ ମତଦାନ ସରିଛି । ଆସନ୍ତା 17 ଅପ୍ରେଲରେ ପଶ୍ଚିମବଙ୍ଗରେ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ହେବ । ଏହାପୂର୍ବରୁ ସୋମବାର ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ଶମଶେରଗଞ୍ଜ ଅଞ୍ଚଳରେ 14 ଟି ଅଫୁଟା ବୋମା ଜବତ କରାଯାଇଛି । ମତଦାନ ଦିନ ଏହି ବୋମା ବ୍ୟବହାର କରାଯାଇଥାନ୍ତା ବୋଲି ସୁରକ୍ଷା ବାହିନୀ ସନ୍ଦେହ କରୁଛନ୍ତି । ମୁର୍ସିଦାବାଦରେ ମିଳିଥିବା 14 ଟି ବୋମାକୁ ବୋମା ନିଷ୍କ୍ରିୟ ସ୍କ୍ୱାର୍ଡ ଦ୍ୱାରା ନିଷ୍କ୍ରିୟ କରାଯାଇଛି ।

ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଚାଲିଥଇବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ତେବେ ମୁର୍ସିଦାବାଦରେ ଏହା ପ୍ରଥମ ଘଟଣା ନୁହେଁ । ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବେଳେ ମାର୍ଚ୍ଚ ମଧ୍ୟଭାଗରେ ମୁର୍ସିଦାବାଦର ସାଲାର ଅଞ୍ଚଳରୁ ମଧ୍ୟ 17 ଟି ବୋମା ଜବତ କରାଯାଇଥିଲା । ସେତେବେଳେ ପୋଲିସ କହିଥିଲା, ଗୁପ୍ତଚରଙ୍କ ସୂଚନା ଆଧାରରେ ଏହି ବୋମା ଜବତ କରାଯାଇଛି । ବିଧାନସଭା ନିର୍ବାଚନ ସମୟରେ ଏହି ବୋମା ବ୍ୟବହାର କରାଯିବ ବୋଲି ପୋଲିସ ଆଶଙ୍କା କରିଥିଲା ।
ଏହାପୂର୍ବରୁ ଏପ୍ରିଲ 10 ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ କୋଚ ବିହାରସ୍ଥିତ ଏକ ମତଦାନ କେନ୍ଦ୍ରରେ ହିଂସା ଦେଖାଦେଇଥିଲା । ଶାସକ ଟିଏମସି ଅଭିଯୋଗ କରିଛି ଯେ କୋଚ୍ ବିହାରସ୍ଥିତ ମତଦାନ କେନ୍ଦ୍ରରେ ଲୋକମାନେ ଭୋଟ ଦେବାକୁ ଛିଡ଼ା ହୋଇଥିବା ବେଳେ କେନ୍ଦ୍ରୀୟ ସୁରକ୍ଷା ସଶସ୍ତ୍ର ବାହିନୀ ଗୁଳି ଚଳାଇ ଥିଲ । ଏହି ଘଟଣାରେ 5ଜଣଙ୍କର ପ୍ରାଣହାନୀ ହୋଇଥିଲା । କିନ୍ତୁ କୋଚ ବିହାର ଅଧିକାରୀଙ୍କ ସରକାରୀ ସୂତ୍ର ଅନୁସାରେ ଜିଲ୍ଲାର ଚାରି ଜଣଙ୍କ ମୃତ୍ୟୁ ହୋଇଛି ।
ପର୍ଯ୍ୟବେକ୍ଷକଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଆଧାରରେ ସୀତାଲାକୁଚି ଏବଂ କୋଚବିହାରର 126 ଟି କେନ୍ଦ୍ରରେ ମତଦାନ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ଆୟୋଗ ଶନିବାର ଅପରାହ୍ନ 5 ଟା ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ଏହି ଘଟଣା ପରଠାରୁ ନିର୍ବାଚନ ଆୟୋଗ ପରବର୍ତ୍ତୀ 72 ଘଣ୍ଟା ପର୍ଯ୍ୟନ୍ତ କୋଚବିହାର ଜିଲ୍ଲାକୁ କୌଣସି ରାଜନୈତିକ ନେତାଙ୍କ ଗସ୍ତ ଉପରେ ରୋକ ଲଗାଇଛନ୍ତି ।












Click it and Unblock the Notifications