ପଶ୍ଚିମବଙ୍ଗରେ ରାଜନୈତିକ ନିଯୁକ୍ତି ଉପରେ ନିର୍ବାଚନ ଆୟୋଗର ପ୍ରତିବନ୍ଧକ, ସଂସ୍ଥାର ବୈଠକରେ ସାମିଲ ହେବେନାହିଁ ରାଜନେତା

ପଶ୍ଚିମବଙ୍ଗରେ ରାଜନୈତିକ ନିଯୁକ୍ତି ଉପରେ ନିର୍ବାଚନ ଆୟୋଗ ସାମୟିକ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିସହିତ ମ୍ୟୁନିସିପାଲିଟି ସଂସ୍ଥାଗୁଡ଼ିକରେ ପ୍ରଶାସନିକ କାର୍ଯ୍ୟାଳୟରେ ନିଯୁକ୍ତ ରାଜନେତାମାନଙ୍କୁ ମଧ୍ୟ ବୋର୍ଡ ବୈଠକ ଏବଂ କାର୍ଯ୍ୟକ୍ରମରେ ଯୋଗଦେବାକୁ ମନା କରାଯାଇଛି

କୋଲକାତା : ପଶ୍ଚିମବଙ୍ଗରେ ରାଜନୈତିକ ନିଯୁକ୍ତି ଉପରେ ନିର୍ବାଚନ ଆୟୋଗ ସାମୟିକ ପ୍ରତିବନ୍ଧକ ଲଗାଇଛନ୍ତି । ଏଥି ସହିତ ମ୍ୟୁନିସିପାଲିଟି ସଂସ୍ଥାଗୁଡ଼ିକରେ ପ୍ରଶାସନିକ କାର୍ଯ୍ୟାଳୟରେ ନିଯୁକ୍ତ ରାଜନେତାମାନଙ୍କୁ ମଧ୍ୟ ବୋର୍ଡ ବୈଠକ ଏବଂ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାରଣ କରାଯାଇଛି । ସୋମବାର ନିର୍ବାଚନ କମିଶନ ଏ ବାବଦରେ ଏକ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେତୁ ଆଚରଣ ବିଧି ବଳବତ୍ତର ରହିଛି, ଆୟୋଗ ଏହାର କ୍ଷମତା ବ୍ୟବହାର କରି ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

Election-commission-India

ଆଚରଣ ବିଧି ବଳବତ୍ତର ରହିବା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ରାଜନୈତିକ ନିଯୁକ୍ତି ଉପରେ ଅସ୍ଥାୟୀ ପ୍ରତିବନ୍ଧକ ରହିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ଏଥି ସହିତ ପଶ୍ଚିମବଙ୍ଗର ପୌରସଂସ୍ଥାଗୁଡ଼ିକରେ ପ୍ରଶାସନିକ କାର୍ଯ୍ୟାଳୟରେ ନିଯୁକ୍ତ ରାଜନେତାମାନଙ୍କୁ ମଧ୍ୟ ବୋର୍ଡ ବୈଠକ ଏବଂ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାରଣ କରାଯାଇଛି । ଆୟୋଗ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ଯେ, ରାଜ୍ୟରେ ଆଚରଣ ବିଧି ବଳବତ୍ତର ରହିଛି, ଏଭଳି ପରିସ୍ଥିତିରେ ରାଜନୈତିକ ନିଯୁକ୍ତି ଲୋକଙ୍କୁ ବୋର୍ଡର କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଏବଂ ପ୍ରଶାସନିକ ଦାୟିତ୍ୱ ତୁଲାଇବା ଉପରେ ରୋକ୍ ଲଗାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗ ମଧ୍ୟ ଏକ କମିଟି ଗଠନ କରିଛନ୍ତି ଯିଏ ପ୍ରଶାସନିକ ବୋର୍ଡରେ ମୁଖ୍ୟ ଦାୟିତ୍ୱ ତୁଲାଇବା ପାଇଁ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ପ୍ରଶାସକମାନଙ୍କୁ ନିଯୁକ୍ତ କରିବେ ।

ଆୟୋଗଙ୍କ ନିର୍ଦ୍ଦେଶରେ ଫରହାଦ୍ ହାକିମଙ୍କ ଇସ୍ତଫା

ପଶ୍ଚିମବଙ୍ଗର ନଗର ଉନ୍ନୟନ ମନ୍ତ୍ରୀ ତୃଣମୂଳ କଂଗ୍ରେସ କଂଗ୍ରେସ ନେତା ଫରହାଦ ହାକିମ କୋଲକାତା ମ୍ୟୁନିସିପାଲ କର୍ପୋରେସନ (କେଏମସି) ର ପ୍ରଶାସକ ପଦରୁ ଇସ୍ତଫା ଦେଇଛନ୍ତି । ଫରହାଦ୍ ତାଙ୍କ ଇସ୍ତଫା ପତ୍ର କେଏମସି ସଚିବ ଖାଲିଲ ଅହମ୍ମଦଙ୍କ ନିକଟରେ ଦାଖଲ କରିଛନ୍ତି । କେଏମସିର ଆଡମିନିଷ୍ଟ୍ରେଟର ବୋର୍ଡରେ ଥିବା ଅତିନ ଘୋଷ ଏବଂ ଦେବାଶିଷ କୁମାର ମଧ୍ୟ ଇସ୍ତଫା ଦେଇଛନ୍ତି । ରାଜନୈତିକ ଦଳ ସହ ଜଡିତ ଲୋକଙ୍କୁ ନାଗରିକ ସଂସ୍ଥାର ପ୍ରଶାସନିକ ପଦବୀରୁ ହଟାଇବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ସମସ୍ତେ ଇସ୍ତଫା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+