କଂଗ୍ରେସ ମୁକ୍ତ ହେଲା ବଙ୍ଗଳା ବିଧାନସଭା, ଟିଏମସିରେ ଯୋଗ ଦେଲେ ଏକାକୀ ବିଧାୟକ

କୋଲକାତା : କଂଗ୍ରେସକୁ ବଡ଼ ଝଟକା । ବଙ୍ଗଳା ବିଧାନସଭା ହେଲା କଂଗ୍ରେସ ମୁକ୍ତ । ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ଏକମାତ୍ର କଂଗ୍ରେସ ବିଧାୟକ ବେରୋନ ବିଶ୍ୱାସ ଚିଏମସିରେ ସାମିଲ ହୋଇଛନ୍ତି । ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ବିଶ୍ୱାସ ସୋମବାର (ମେ 29) ଦଳରେ ଯୋଗ ଦେଇଛନ୍ତି ।
ନିର୍ବାଚନ ଜିତିବାର ତିନି ମାସ ମଧ୍ୟରେ ସେ ଟିଏମସିରେ ସାମିଲ ହୋଇଛନ୍ତି । ବୋରୋନ ବିଧାନସଭାରୁ ଏକମାତ୍ର କଂଗ୍ରେସ ବିଧାୟକ ଥିଲେ । ଏଭଳି ପରିସ୍ଥିତିରେ ସେ ଦଳ ବଦଳ ବିରୋଧୀ ଆଇନର ଅଧୀନରେ ଆସିବେ ନାହିଁ । କଂଗ୍ରେସ ବିଧାୟକ ଟିଏମସିରେ ଯୋଗଦେବା ପରେ ଦଳ ତାଙ୍କୁ ହୃଦୟ ସହିତ ସ୍ୱାଗତ କରିଛି । ଟିଏମସି କହିଛି, "ବିଜେପିର ବିଭାଜନକାରୀ ତଥା ଭେଦଭାବକାରୀ ରାଜନୀତି ବିରୁଦ୍ଧରେ ଲଢିବା ପାଇଁ ଆପଣଙ୍କର ସଂକଳ୍ପକୁ ଦୃଢ କରିବା ପାଇଁ ଆପଣ ସଠିକ୍ ପ୍ଲାଟଫର୍ମ ବାଛିଛନ୍ତି । ମିଳିତ ଭାବେ ଆମେ ଜିତିବୁ ।"
କଂଗ୍ରେସ ବିଧାୟକ ଟିଏମସିରେ ଯୋଗଦେବା ବିଷୟରେ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ସେ ଆମ ଦଳରେ ଯୋଗ ଦେଇଛନ୍ତି କାରଣ ସେ ଅନୁଭବ କରିଛନ୍ତି ଯେ ଟିଏମସି ହେଉଛି ଏକମାତ୍ର ଶକ୍ତି ଯାହା ବଙ୍ଗଳାରେ ବିଜେପି ସହ ଲଢି ପାରିବ । ସାଗର୍ଦି ବିଧାନସଭା ଉପ-ନିର୍ବାଚନ ସମୟରେ ଟିଏମସି ପ୍ରାର୍ଥୀଙ୍କୁ ପରାସ୍ତ କରି କଂଗ୍ରେସରୁ ବେରୋନ ବିଶ୍ୱାସ ବିଜୟୀ ହୋଇଥିଲେ । କଂଗ୍ରେସର ବିଜୟ ଟିଏମସି ପାଇଁ ଏକ ବଡ଼ ପରାଜୟ ବୋଲି ବିବେଚନା କରାଯାଉଥିଲା ।












Click it and Unblock the Notifications