''ପିଏମ ମୋଦୀ ଦେଶର ସବୁଠାରୁ ବଡ 'ଦଙ୍ଗାକାରୀ', ବିଜେପି ହେଉଛି 'ବ୍ୟବସାୟୀ' ଦଳ'' : ମମତା ବାନାର୍ଜୀ

ପ୍ରତ୍ୟେକ ଥର ବିଜେପି କହୁଛି ଯେ ତୃଣମୂଳ କଂଗ୍ରେସ ଏକ 'ତୋଲାବାଜ' । କିନ୍ତୁ ମୁଁ କହୁଛି ତୁମେ (ବିଜେପି) 'ଦଙ୍ଗାକାରୀ ଏବଂ 'ବ୍ୟବସାୟୀ' । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ସବୁଠାରୁ ବଡ 'ଦଙ୍ଗାକାରୀ' ।

ହୁଗୁଳୀ : ଚଳିତ ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ରାଜ୍ୟରେ ଶାସନାଧୀନ ତୃଣମୂଳ କଂଗ୍ରେସ ଏବଂ କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନାତ ପାର୍ଟି ମଧ୍ୟରେ ଦଳ ପରସ୍ପର ମଧ୍ୟରେ ମତଭେଦ କରିଆସୁଛନ୍ତି । ବିଭିନ୍ନ ସମାବେଶରେ ପରସ୍ପରକୁ ଟାର୍ଗେଟ୍ କରିବା ସହ ଦୁଇ ଦଳ ମଧ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦିତା ଲାଗି ରହିଛି । ଏହା ମଧ୍ୟରେ ବୁଧବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ହୁଗଳୀରେ ଅନୁଷ୍ଠିତ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ବିଜେପିକୁ 'ଦଙ୍ଗାବାଜ୍' ଦଳ କହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁଠାରୁ ବଡ଼ 'ଦଙ୍ଗା ସୃଷ୍ଚିକାରୀ' ବୋଲି କହିଛନ୍ତି ।

Mamata-Banerjee

ମମତା ହେବେ 'ଗୋଲକିପର'

ହୁଗୁଳୀର ସହାରାଙ୍ଗଞ୍ଜରେ ଅନୁଷ୍ଠିତ ଏହି ସମାବେଶକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ପ୍ରତ୍ୟେକ ଥର ବିଜେପି କହୁଛି ଯେ ତୃଣମୂଳ କଂଗ୍ରେସ ଏକ 'ତୋଲାବାଜ' । କିନ୍ତୁ ମୁଁ କହୁଛି ତୁମେ (ବିଜେପି) 'ଦଙ୍ଗାକାରୀ ଏବଂ 'ବ୍ୟବସାୟୀ' । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ସବୁଠାରୁ ବଡ 'ଦଙ୍ଗାକାରୀ' । ସେ ଆହୁରି ମଧ୍ୟ କହିଛନ୍ତି, ''ବିଧାନସଭା ନିର୍ବାଚନରେ ​​ମୁଁ ଗୋଲକିପର ହେବି ଏବଂ ବିଜେପି ଗୋଟିଏ ବି ଗୋଲ ସ୍କୋର କରିପାରିବ ନାହିଁ ।''

ଏହି ସମାବେଶକୁ ସମ୍ବୋଧିତ କରିବା ସମୟରେ ମମତା ବାନାର୍ଜୀ କହିଛନ୍ତି, ବଙ୍ଗଳାରେ ବଙ୍ଗାଳା ଶାସନ କରିବ । ଗୁଜୁରାଟ ବଙ୍ଗଳା ଉପରେ ଶାସନ କରିବ ନାହିଁ । ମୋଦୀ ବଙ୍ଗଳା ଉପରେ ରାଜ କରିପାରିବେ ନାହିଁ । ଗୁଣ୍ଡା ଏବଂ ବଦମାସ୍ ବଙ୍ଗଳା ଉପରେ ରାଜ କରିପାରିବେ ନାହିଁ । ନିକଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହୋଇଥିବା ପରାଜୟ ସମ୍ପର୍କରେ ମମତା କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅପେକ୍ଷା ଖରାପ ଭାଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପେକ୍ଷା କରିଛି ।

ଟିଏମସିରେ ସାମିଲ ହେଲେ କ୍ରିକେଟର ମନୋଜ ଟିଓ୍ୱାରୀ

ହୁଗୁଲିରେ ଅନୁଷ୍ଠିତ ଏହି ରାଲିରେ ଭାରତୀୟ କ୍ରିକେଟ୍ ଦଳର କ୍ରିକେଟର ମନୋଜ ତିୱାରୀ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ମନୋଜ ତିୱାରୀ ଟିଏମସିରେ ଯୋଗଦେବା ପରେ ଟ୍ୱିଟରରେ ଲୋକଙ୍କ ସମର୍ଥନ ଲୋଡିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, 'ଆଜିଠାରୁ ଏକ ନୂଆ ଯାତ୍ରା ଆରମ୍ଭ ହୋଇଛି । ଆପଣଙ୍କର ପ୍ରେମ ଏବଂ ସମର୍ଥନ ଆବଶ୍ୟକ ।' ନିକଟରେ ସେ ପେଟ୍ରୋଲର ମୂଲ୍ୟ ବୃଦ୍ଧିକୁ ମଧ୍ୟ ସମାଲୋଚନା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+