Get Updates
Get notified of breaking news, exclusive insights, and must-see stories!

ଭବାନୀପୁରରେ ଚାଲିଛି ମମତାଙ୍କ ଭାଗ୍ୟ ପରୀକ୍ଷା, ଜାରି ରହିଛି ମତଦାନ

ପଶ୍ଚିମବଙ୍ଗର ତିନୋଟି ବିଧାନସଭା ଆସନ ପାଇଁ ଆଜି ହେଉଛି ମତଦାନ । ଭବାନୀପୁର, ସମସେରଗଞ୍ଜ ଏବଂ ଜାଙ୍ଗୀପୁର ଆସନ ପାଇଁ ଉପ ନିର୍ବାଚନ କରାଯାଉଛି । ହେଲେ ସମସ୍ତଙ୍କ ନଜର ରହିଛି ଭବାନୀପୁର ଆସନ ଉପରେ ।

କୋଲକାତା : ପଶ୍ଚିମବଙ୍ଗର ତିନୋଟି ବିଧାନସଭା ଆସନ ପାଇଁ ଆଜି ହେଉଛି ମତଦାନ । ଭବାନୀପୁର, ସମସେରଗଞ୍ଜ ଏବଂ ଜାଙ୍ଗୀପୁର ଆସନ ପାଇଁ ଉପ ନିର୍ବାଚନ କରାଯାଉଛି । ହେଲେ ସମସ୍ତଙ୍କ ନଜର ରହିଛି ଭବାନୀପୁର ଆସନ ଉପରେ । ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାରମ୍ପରିକ ଆସନ ଭବାନୀପୁରରେ ସେ ନିଜର ସମ୍ମାନ ବଞ୍ଚାଇ ମୁଖ୍ୟମନ୍ତ୍ରୀ ପଦକୁ ସୁରକ୍ଷିତ ରଖି ପାରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।

ଭବାନୀପୁର ଆସନରୁ ତୃଣମୂଳ କଂଗ୍ରେସ ପକ୍ଷରୁ ଦଳର ସୁପ୍ରିମୋ ମମତା ବାନାର୍ଜୀ ଲଢୁଥିବା ବେଳେ, ଦିଦିଙ୍କୁ ଟକ୍କର ଦେବା ପାଇଁ ପ୍ରତିଦ୍ୱନ୍ଦୀ ବିଜେପି ପ୍ରିୟଙ୍କା ଟିବରେୱାଲଙ୍କୁ ପ୍ରାର୍ଥୀ କରିଛି ।

west Bengal

ସକାଳୁ ସକାଳୁ ମତଦାନ ଆରମ୍ଭ ହୋଇଥିବା ବେଳେ ଟିଏମ୍‌ସି ଉପରେ ଭୋଟିଂ ମେସିନ ବନ୍ଦ କରିଦେବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ପ୍ରିୟଙ୍କା । ଭବାନୀପୁରରେ ଆଜି ସକାଳ 7 ଟାରୁ ମତଦାନ ଆରମ୍ଭ ହୋଇଛି । ମତଦାନ ଆରମ୍ଭ ହେଉ ହେଉ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ଅଭିଯୋଗ ଅନୁଯାୟୀ, ଟିଏମ୍‌ସି ବିଧାୟକ ମଦନ ମିତ୍ର ଉଦ୍ଦେଶ୍ୟମୂଳକ ଭାବେ ୱାର୍ଡ ନଂ 72 ରେ ଥିବା ଭୋଟିଂ ମେସିନକୁ ବନ୍ଦ କରିଦେଇଛନ୍ତି । ଏଥିସହ ସେ କହିଛନ୍ତି, ମୁଁ ଆଜି ସକାଳୁ ବିଭିନ୍ନ ବୁଥ୍‌ ବୁଲୁଛି । ଅବାଧ ମତଦାନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଆବଶ୍ୟକ । ପଶ୍ଚିମବଙ୍ଗ ରାଜ୍ୟ ସରକାର ଭୟଭୀତ ଅବସ୍ଥାରେ ଅଛନ୍ତି ।

ଭବାନୀପୁର ହାଇପ୍ରୋଫାଇଲ୍ ସିଟ୍ ହୋଇଥିବାରୁ ଏହା ଉପରେ ବିଶେଷ ନଜର ରଖିଛନ୍ତି ନିର୍ବାଚନ କମିଶନ । ଗତ ଦୁଇ ଦିନ ତଳେ ଘଟିଥିବା ହିଂସାକାଣ୍ଡ ପରେ ସୁରକ୍ଷାକୁ ଅଧିକ ବଢ଼ାଯାଇଛି । ଯେପରି କୌଣସି ଅପ୍ରିତିକର ସ୍ଥିତି ଉପୁଜିବନି ସେ ନେଇ ବି ସତର୍କତା ଅବଲମ୍ବନ କରାଯାଇଛି । ସମ୍ବେଦନଶୀଳ ବୁଥ୍‌ରେ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି ।

ଭବାନୀପୁର ବିଧାନସଭା କ୍ଷେତ୍ରରେ 3 ଲକ୍ଷରୁ ଅଧିକ ମତଦାତା ଆଜି ମତଦାନ କରିବେ । ଏହି ସିଟ୍‌ର ସମୁଦାୟ 269 ବୁଥ୍‌କୁ ସମ୍ବେଦନଶୀଳ ଘୋଷଣା କରାଯାଇଛି । ଭବାନୀପୁର ଛଡ଼ା ପଶ୍ଚିମବଙ୍ଗର ଜାଙ୍ଗିପୁର ଓ ସମଶେରଗଞ୍ଜ ନିର୍ବାଚନ ମଣ୍ଡଳୀରେ ବି ଭୋଟ୍ ଗ୍ରହଣ ହେଉଛି ।

ଭବାନୀପୁରରେ କେନ୍ଦ୍ରୀୟ ସୁରକ୍ଷା ବଳର 72 କମ୍ପାନୀ ଫୋର୍ସ ମୁତୟନ କରାଯାଇଛି । ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ଅତିରିକ୍ତ ସିଏପିଏଫ ଯବାନଙ୍କୁ ମୁତୟନ କରାଯାଇଛି। ସିଏପିଏଫ ବ୍ୟତୀତ ସମସ୍ତ 3 ନିର୍ବାଚନ ମଣ୍ଡଳରେ 52 କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି । ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ସିଆରପିଏଫ, ବିଏସ୍‌ଏଫ, ଏସଏସବି, ସିଆଇଏସଏଫ ଓ ଆଇଟିବିପି ଯବାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ପୋଲିଂ ବୁଥ ବାହାରେ ସୁରକ୍ଷା ଦାୟିତ୍ୱ କୋଲକାତା ପୁଲିସ୍‌ ହାତରେ ଥିବା ବେଳେ ଭବାନୀପୁରର 97 ପୋଲିଂ କେନ୍ଦ୍ରର 287 ବୁଥ ଭିତରେ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନେ ଜଗି ରହିଛନ୍ତି । ଇଭିଏମଗୁଡ଼ିକର ସୁରକ୍ଷା ପାଇଁ 141ଟି ସ୍ୱତନ୍ତ୍ର ଏର୍ସ୍କଟ ଗାଡ଼ିର ବ୍ୟବସ୍ଥା ହୋଇଛି ।

ସେହିଭଳି ସମସେରଗଞ୍ଜ ଆସନ ପାଇଁ ମଧ୍ୟ ଆଜି ମତଦାନ ହେଉଛି । ଗତ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ପ୍ରାର୍ଥୀଙ୍କର କରୋନାରେ ମୃତ୍ୟୁ ହେବା ପରେ ମତଦାନ ସ୍ଥଗିତ ରହିଥିଲା । ଏଠାରେ କଂଗ୍ରେସ ଓ ସିପିଆଇଏମର ଗଡ଼ ହୋଇଥିବା ବେଳେ ଏଥର କିନ୍ତୁ ଟିଏମସି ଫାଇଦା ନେବାକୁ ଉଦ୍ୟମ କରୁଛି । ଏହି ଆସନରୁ ଭାରତୀୟ ଜନତା ପାର୍ଟି ମିଲନ ଘୋଷ ପ୍ରାର୍ଥି ଥିବା ବେଳେ କଂଗ୍ରେସର ଜୟଦୁର ରେହେମାନ ପାର୍ଥି ଅଛନ୍ତି ।

ଜାଙ୍ଗୀପୁର ଆସନରୁ ଏଥର ତ୍ରିକୋଣୀୟ ଲଢେଇ ହେଉଛି । ଟିଏମସିର ଜାକିର ହୋସେନ ଏଠାରୁ ପ୍ରାର୍ଥି ହୋଇଥିବା ବେଳେ ବିଜେପିର ସୁଜିତ ଦାସ ଏଠାରେ ନିର୍ବାଚନ ଲଢୁଛନ୍ତି । ଜାଙ୍ଗୀପୁର ଆସନରେ କଂଗ୍ରେସ ନିଜର କବଜା କରିଆସିଛି । 1951ରୁ 11 ଥର କଂଗ୍ରେସ ପ୍ରାର୍ଥୀ ଏଠାରୁ ଜିତିଛନ୍ତି । ଆରଏସପିରୁ ଜାନେ ଆଲାମ ମିଆଁ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି । ତାଙ୍କୁ କଂଗ୍ରେସର ସମର୍ଥନ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+