ଆଜି ଖୋଲିବ ମମତାଙ୍କ ଭାଗ୍ୟ ପେଡ଼ି, ନିର୍ବାଚନ ହାରିଲେ ହାତରୁ ଯିବ ମୁଖ୍ୟମନ୍ତ୍ରୀ ପଦ
ଆଜି ପ୍ରକାଶ ପାଇବ ପଶ୍ଚିମବଙ୍ଗର ଭବାନୀପୁର ଉପ ନିର୍ବାଚନର ଫଳାଫଳ । ସକାଳ 8 ଟାରୁ ହେବ ଭୋଟ୍ ଗଣତି ପ୍ରକ୍ରିୟା । ଏନେଇ ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନର ସମ୍ବେଦନଶୀଳତାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
କୋଲକାତା : ଆଜି ପ୍ରକାଶ ପାଇବ ପଶ୍ଚିମବଙ୍ଗର ଭବାନୀପୁର ଉପ ନିର୍ବାଚନର ଫଳାଫଳ । ସକାଳ 8 ଟାରୁ ହେବ ଭୋଟ୍ ଗଣତି ପ୍ରକ୍ରିୟା । ଏନେଇ ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଆସନର ସମ୍ବେଦନଶୀଳତାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଭବାନୀପୁର ହେଉଛି ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାରମ୍ପରିକ ଆସନ । ଗତ ବିଧାନସଭା ନିର୍ବାଚନରେ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଟକ୍କର ଦେବା ପାଇଁ ମମତା ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦିତା କରି ପରାସ୍ତ ହୋଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ସେ ପୁଣି ନିଜ ପାରମ୍ପରିକ ଆସନରୁ ନିର୍ବାଚନ ଲଢୁଛନ୍ତି । ଏହି ଆସନରେ ତାଙ୍କ ବିପକ୍ଷରେ ବିଜେପିରୁ ପ୍ରିୟଙ୍କା ଟିବରେୱାଲ ଏବଂ ସିପିଏମରୁ ସୃଜୀବ ବିଶ୍ୱାସ ନିର୍ବାଚନ ଲଢିଛନ୍ତି । କଂଗ୍ରେସ ଏହି ଆସନରୁ କୌଣସି ପ୍ରାର୍ଥୀ ଦେଇନଥିଲା ।
30 ସେପ୍ଟେମ୍ବରରେ ଭବାନୀପୁରରେ ହୋଇଥିବା ଉପ ନିର୍ବାଚନରେ 53.32 ପ୍ରତିଶତ ମତଦାନ ହୋଇଥିଲା ।












Click it and Unblock the Notifications