• search
For Quick Alerts
Turn On Notification  
For Daily Alerts

ଜନତା ଜନାର୍ଦ୍ଦନଙ୍କ ମହାପର୍ବ : ଦିନ ମଜୁରୀଆଙ୍କ ପତ୍ନୀ ହେଲେ ବିଧାୟକ

|

କୋଲକାତା : ଟ୍ୱିଟରରେ ହେଉ ଅବା ଅନ୍ୟ ସୋଶାଲ୍ ମିଡ଼ିଆ, ସବୁ ଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ । ସେ ପୁଣି ଜଣେ ଦିନ ମଜୁରୀଆଙ୍କ ପତ୍ନୀଙ୍କ ପାଇଁ । ଆମେ କହୁଛୁ ପଶ୍ଚିମବଙ୍ଗର ସଲତୋରା ନିର୍ବାଚନମଣ୍ଡଳୀରୁ ଜିତିଥିବା ବିଜେପି ପ୍ରାର୍ଥୀ ଚନ୍ଦନ ବାଉରୀ । ଜଣେ ସାଧାରଣ ଦିନ ମଜୁରୀଆଙ୍କ ସ୍ତ୍ରୀ ବଙ୍ଗଳାରେ ସତ୍ତାଧାରୀ ତୃଣମୂଳ କଂଗ୍ରେସର ସନ୍ତୋଷ କୁମାର ମଣ୍ଡଳଙ୍କୁ ହରାଇ ହୋଇଛନ୍ତି ବିଧାୟକ । ଭୋଟ୍ ବ୍ୟବଧାନ ରହିଛି 4 ହଜାର । ଏହା ପରେ ବିଭିନ୍ନ ଆଡ଼ୁ ତାଙ୍କ ପାଇଁ ଆସୁଛି ଶୁଭେଚ୍ଛାର ସୁଅ ।

Chandana-bauri

ଏହାକୁ ନେଇ ସେ କହିଛନ୍ତି, "ଟିକେଟ୍ ଘୋଷଣା ହେବା ପୂର୍ବରୁ ମୋର କୌଣସି ଧାରଣା ନଥିଲା ଯେ ମୁଁ ବିଧାନସଭା ନିର୍ବାଚନରେ ​​ପ୍ରାର୍ଥୀ ଭାବରେ ମନୋନୀତ ହେବି । ଅନେକ ଲୋକ ମୋତେ ଅନଲାଇନରେ ନାମାଙ୍କନପତ୍ର ଦାଖଲ କରିବାକୁ ଉତ୍ସାହିତ କରିଥିଲେ, କିନ୍ତୁ ମୁଁ ଭାବି ନଥିଲି ଯେ ମୁଁ ଏହି ସଫଳତା ହାସଲ କରିବି ।"

ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ଚନ୍ଦନା ବାଉରୀଙ୍କ ତିନି ସନ୍ତାନ ରହିଛନ୍ତି । ତାଙ୍କ ପାଖରେ 31 ହଜାର 985 ଟଙ୍କାର ସମ୍ପତ୍ତି ଥିବା ବେଳେ ସ୍ୱାମୀଙ୍କ ନାମରେ 30 ହଜାର 311 ଟଙ୍କାର ସମ୍ପତ୍ତି ରହିଛି । ଏହାବ୍ୟତୀତ ସେମାନଙ୍କ ପାଖରେ ସମ୍ପତ୍ତି କହିଲେ ରହିଛି ତିନୋଟି ଗାଈ ଓ ତିନୋଟି ଛେଳି ।

ଟ୍ୱିଟରରେ ଚନ୍ଦନା ବାଉରୀଙ୍କ ବିଜୟ ଖବର ସମର୍ଥକଙ୍କୁ ଖୁସି କରିଛି । କୌଣସି ରାଜନୈତିକ ସଂଯୋଗ ନଥିବା ଜଣେ ସାଧାରଣ ମହିଳାଙ୍କ ବିଜୟକୁ ନେଇ ଟ୍ୱଟିରେ ଲାଗି ରହିଛି ଉତ୍ସବ ପାଳନ ।

ସୂଚନାଯୋଗ୍ୟ ସଲତୋରାର ଆସନ ଲଗାତର ଦ୍ୱିତୀୟ ଥର ପାଇଁ ଟିଏମସି ପାଖରେ ଥିଲା । ଏବେ କିନ୍ତୁ ଶ୍ରୀମତି ବାଉରୀ ଏଠାରୁ ନିର୍ବାଚିତ ବେବାପରେ ଆସନ ବିଜେପି ହାତକୁ ଆସିଛି । ନିର୍ବାଚନ ବେଳେ ପ୍ରଚାର କରିବାକୁ ଚନ୍ଦନାଙ୍କ ପାଖରେ ସମ୍ୱଳ ନଥିବାରୁ ପ୍ରଚାର ପାଇଁ ବିଜେପି ଏକ କାର ଯୋଗାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
West Bengal Assembly Election : Wife Of Daily Labourer Wins Saltora Assembly
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X