ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା, ଦେଶୀ ବମରେ 6 ବିଜେପି କର୍ମୀ ଆହତ

କୋଲକାତା : ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ହିଂସା । ଗତକାଲି ରାତିରେ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣାରେ ହୋଇଥିବା ବିସ୍ଫୋରଣରେ 6 ଜଣ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହି ବିସ୍ଫୋରଣରେ ଆହତ ହୋଇଥିବା ବିଜେପି କର୍ମୀମାନେ ଏହି ବିସ୍ଫୋରଣ ପାଇଁ ତୃଣମୂଳ କଂଗ୍ରେସକୁ ଦାୟୀ କରିଛନ୍ତି ।

west-bengal-violence

ଆପଣଙ୍କୁ କହିରଖୁଛୁ ଯେ, ଏହି ବିଜେପି କର୍ମୀମାନେ ଶୁକ୍ରବାର ଦିନ ଏକ ବିବାହ ଉତ୍ସବରୁ ଫେରୁଥିବାବେଳେ କିଛି ବ୍ୟକ୍ତି ସେମାନଙ୍କ ଉପରକୁ ବୋମା ଫିଙ୍ଗିଥିଲେ । ଯେଉଁଥିରେ ସେମାନେ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଲୋକମାନେ ବିବାହ ଫତ୍ସବରୁ ଫଏରିବା ସମୟରେ ତାଙଅକ ଉପରେ ବୋମା ଆକ୍ରମଣ ହୋଇଥିବା ନେଇ ପୋଲିସକୁ କହିଛନ୍ତି ।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ ଆହତମାନେ ଏବେବି ଚିକିତ୍ସିତ ହେଉଛନ୍ତି । ଗୋସାବା ବିଧାନସଭା ଆସନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ନାସ୍କାର ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ବିଜେପି ନେତା ବରୁଣ ପ୍ରାମାଣିକ କିଛି ଅସାମାଜିକ ଲୋକଙ୍କ ସହ ମିଶି ଏହି ଘଟଣା ଘଟାଇଛନ୍ତି ।

ସୂଚନା ଯୋଗ୍ୟ, 27 ମାର୍ଚ୍ଚରୁ 8 ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ବିଜେପି ଏବଂ ଟିଏମସି ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଇବା ଆରମ୍ଭ କରିଛନ୍ତି । ଅନେକ ଥର ଉଭୟ ଦଳର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମଧ୍ୟ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+