West Bengal Assembly Election : ମମତାଙ୍କୁ ବଡ଼ ଝଟକା, ଟିଏମସି ଛାଡ଼ି ପାଞ୍ଚ ବିଧାୟକ ଧରିଲେ ପଦ୍ମ
ସୋମବାର ସିଙ୍ଗୁରର ବିଧାୟକ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ହବିବପୁର ଟିଏମସି ପ୍ରାର୍ଥୀ ସରଲା ମୁର୍ମୁ, ବିଧାୟକ ସୋନାଲି ଗୁହା, ବିଧାୟକ ଜୁଟୁ ଲାହିଡ଼ି, ବିଧାୟକ ଶିତଲ ସର୍ଦ୍ଦାର, ବିଧାୟକ ଦୀପେନ୍ଦ୍ର ବିଶ୍ୱାସଙ୍କ ସହ ଅନେକ ଲୋକ ବିଜେପିରେ ଯୋଗ ଦେଇଛନ୍ତି ।
କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଦେଖାଦେଉଛି ଦଳବଦଳ ରାଜନୀତି । ଏହି ଦଳବଦଳ ରାଜନୀତିରେ ରାଜ୍ୟରେ ଶାସନାଧିନ ତୃଣମୂଳ କଂଗ୍ରେସରୁ ଜଣକ ପରେ ଜଣେ ଟାଣୁଆ ନେତା ଦଳ ଛାଡ଼ୁଥିବାର ନଜରକୁ ଆସୁଛି । ଦଳ ଛାଡ଼ି ରାଜ୍ୟରେ ଟିଏମସିର ମୁଖ୍ୟ ପ୍ରତିଦ୍ୱନ୍ଦୀ କୁହାଯାଉଥିବା ଭାରତୀୟ ଜନାତ ପାର୍ଟିର ପଦ୍ମ ଧରୁଥିବା ବେଳେ ବିଜେପିର ପଲା ଭାରି ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସୋମବାର ସିଙ୍ଗୁରର ବିଧାୟକ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ହବିବପୁର ଟିଏମସି ପ୍ରାର୍ଥୀ ସରଲା ମୁର୍ମୁ, ବିଧାୟକ ସୋନାଲି ଗୁହା, ବିଧାୟକ ଜୁଟୁ ଲାହିଡ଼ି, ବିଧାୟକ ଶିତଲ ସର୍ଦ୍ଦାର, ବିଧାୟକ ଦୀପେନ୍ଦ୍ର ବିଶ୍ୱାସଙ୍କ ସହ ଅନେକ ଲୋକ ବିଜେପିରେ ଯୋଗ ଦେଇଛନ୍ତି ।
ଏଠାରେ ଗୋଟିଏ କଥା ଉଲ୍ଲେଖ କରିବା ଆବଶ୍ୟକ, ଏସବୁ ହେଉଛି ଟିଏମସିର ବିଧାୟକ ତଥା ନେତା, ଯେଉଁମାନେ ଏହି ବିଧାନସଭା ନିର୍ବାଚନରେ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହା ପରେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ବିଜେପିରେ ଯୋଗ ଦେଇଛନ୍ତି । ନିକଟରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଟିଏମସି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ଅନେକ ଟିଏମସି ବିଧାୟକଙ୍କୁ ଆସନ୍ତା ନିର୍ହାଚନରେ ପ୍ରାର୍ଥୀ କରାଯାଇନଥିଲା । ଏହା ପରେ ଦଳରେ ଅସନ୍ତୋଷ ଦେଖାଦେଇଥିଲା ।
ଅପରପକ୍ଷରେ, ହରିବପୁର ବିଧାନସଭା ଆସନରୁ ସରଲା ମୁର୍ମୁଙ୍କୁ ମନୋନୀତ କରାଯାଇଥିଲା, କିନ୍ତୁ ଏହା ପରେ ଦଳ ଏକ ବିବୃତ୍ତି ଜାରି କରି କହିଛି ଯେ ମାଲଦା ଜିଲ୍ଲାର ହାବିବପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ସରଲା ମୁର୍ମୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ବଦଳି କରାଯାଇଛି । ପ୍ରଦିପ ବାସ୍କି ଏହି ନିର୍ବାଚନମଣ୍ଡଳୀରୁ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଟିଏମସିର ଏହି ଘୋଷଣା ପରେ ଟିକେଟରୁ ବଞ୍ଚିତ ହେବା ନେଇ ଅସନ୍ତୋଷ ଜାହିର କରି ଦଳ ଛାଡ଼ିଛନ୍ତି ।












Click it and Unblock the Notifications