WesT Bengal Assembly Election : ପଶ୍ଚିମବଙ୍ଗ ଗସ୍ତରେ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା : ଆରମ୍ଭ କରିବେ ‘ପରିବର୍ତ୍ତନ ଯାତ୍ରା’

ଶନିବାର ବିଜେପିର ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତା କରିଛନ୍ତି । ସେ ଆଜିଠାରୁ ପଶ୍ଚିମବଙ୍ଗରେ ‘ପରିବର୍ତ୍ତନ ଯାତ୍ରା' ଆରମ୍ଭ କରିବେ ।

କୋଲକାତା : ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ରାଜନୈତିକ ଦଳ ମାନେ ଏଥିଲାଗି ପ୍ରସ୍ତୁତି କରିବା ସହ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି । ବିଶେଷ କରି ପଶ୍ଚିମବଙ୍ଗରେ ଶାସନାଧିନ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ କଡ଼ା ଟକ୍କର ଲାଗି ରହିଥିବା ଦେଖିବାକୁ ମିଳିଛି । ବିଜେପି ପଶ୍ଚିମବଙ୍ଗରେ ନିଜର ପତିଆରା ବଢାଇବା ସହ ଟିଏମସିକୁ ପଛରେ ପକାଇବା ପାଇଁ ଜୋରଦାର ପ୍ରୟାସ କରୁଛି । ଏହି ସମୟ ମଧ୍ୟରେ ଶନିବାର ବିଜେପିର ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ସେ ଆଜିଠାରୁ ପଶ୍ଚିମବଙ୍ଗରେ 'ପରିବର୍ତ୍ତନ ଯାତ୍ରା' ଆରମ୍ଭ କରିବେ । ଏହାପୂର୍ବରୁ ନଡ୍ଡା ମାଳଦାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ।

J-P-Nadda

ସାଧାରଣ ସଭାକୁ ସମ୍ବୋଧିତ କରି ନଡ୍ଡା କହିଛନ୍ତି, 'ଜାନୁଆରୀ 10 ରେ ମୁଁ କୃଷକ ସହଯୋଗ ଏବଂ ସୁରକ୍ଷା ଅଭିଯାନ ଆରମ୍ଭ କରିଥିଲି । ଆମେ କହିଥିଲୁ ଯେ ପ୍ରାୟ 40 ହଜାର ଗାଁରେ ଆମର ଏହି କାର୍ଯ୍ୟକ୍ରମ ହେବ । ମୁଁ ଖୁସି ଯେ ଆଜି 35 ଲକ୍ଷ କୃଷକ ଏହି କୃଷକ ସୁରକ୍ଷା ଅଭିଯାନରେ ଯୋଗ ଦେଇଛନ୍ତି ।'

ସେ ଆହୁରି ମଧ୍ୟ କହିଛନ୍ତି, 'ପଶ୍ଚିମବଙ୍ଗର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ଲାଭରୁ ବଞ୍ଚିତ କରାଯାଇଛି । ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ମମତା ବାନାର୍ଜୀ ପଶ୍ଚିମବଙ୍ଗର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଗାଇଦେବାକୁ କହୁଛନ୍ତି । ଆମେ ତାଙ୍କୁ ଅଟକାଇବୁ ନାହିଁ । ଏହା ବ୍ୟତୀତ ସେ ମମତାଙ୍କୁ ଟାର୍ଗେଟ୍ କରି କହିଛନ୍ତି, 'ଦିଦି, ପକ୍ଷୀ କ୍ଷେତକୁ ଗ୍ରାସ କଲାପରେ କ'ଣ ତୁମେ ବର୍ତ୍ତମାନ ଅନୁତାପ କରୁଛ କି ?'

J P Nadda-West Bengal

ଏହାବ୍ୟତୀତ ନଡ୍ଡା ଆହୁରି କହିଛନ୍ତି, ଏଥର ପଶ୍ଚିମବଙ୍ଗରେ ନିଶ୍ଚିତ ଭାବରେ ପଦ୍ମ ଫୁଟିବ ଏବଂ ରାଜ୍ୟରେ ବିଜେପି ସରକାର ଗଠନ କରିବ । ପଶ୍ଚିମବଙ୍ଗର ଲୋକମାନେ ମମତା ଦିଦିଙ୍କୁ ଶାସନ ଗାଦିରୁ ବିଦା କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ସଭାରେ କହିଛନ୍ତି ।

ଅନ୍ୟପକ୍ଷରେ ଆଜିଛୁ ପଶ୍ଚିମବଙ୍ଗରେ ଜନ ସମର୍ଥନ ଯାତ୍ରାର ଶୁଭାରମ୍ଭ କରିଛି ତୃଣମୂଳ କଂଗ୍ରେସ । ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରୁ ଦୁଇ ଦିନିଆ ଜନ ସମର୍ଥନ ଯାତ୍ରା କରିଛି ତୃଣମୂଳ କଂଗ୍ରେସ । ଏହି ଜନ ସମର୍ଥନ ଯାତ୍ରା ଛପ୍ରାରୁ ଆରମ୍ଭ ହୋଇ ତ୍ରିବେଣୀ, କୃଷ୍ଣନଗର ଦେଇ ପଲାଶିରେ ଶେଷ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+