For Quick Alerts
Turn On Notification  
For Daily Alerts
Oneindia App Download

West Bengal Assembly Election 2021: ମମତାଙ୍କ ସହ ତେଜସ୍ୱୀ ଯାଦବଙ୍କ ସାକ୍ଷାତ, ଟିଏମସିକୁ ସମର୍ଥନ ନେଇ କଲେ ଘୋଷଣା

ବିହାରର ବିରୋଧୀ ଦଳର ନେତା ତଥା ରାଷ୍ଟ୍ରୀୟ ଜନତା ଦଳ ବିଧାୟକ ତେଜସ୍ୱୀ ଯାଦବ ସୋମବାର କୋଲକାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ।

|

କୋଲକାତା : ବିହାରର ବିରୋଧୀ ଦଳର ନେତା ତଥା ରାଷ୍ଟ୍ରୀୟ ଜନତା ଦଳ ବିଧାୟକ ତେଜସ୍ୱୀ ଯାଦବ ସୋମବାର କୋଲକାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ତେଜସ୍ୱୀ ଯାଦବ ମମତା ବାନାର୍ଜୀଙ୍କୁ ଭେଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେଜସ୍ୱୀ ଯାଦବ କହିଛନ୍ତି ଯେ ସେ ତାଙ୍କ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ନିର୍ଦ୍ଦେଶରେ ଏଠାକୁ ଆସିଛନ୍ତି, ସେ ମମତା ବାନାର୍ଜୀଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି ।

Tejashwi-Mamata

ମମତା ବାନାର୍ଜୀଙ୍କୁ ଭେଟିବା ପରେ କୋଲକାତାରେ ସାମ୍ବାଦିକମାନଙ୍କୁ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଯେଉଁଠାରେ ଆବଶ୍ୟକତା ପଡିବ ଆମେ ମମତା ବାନାର୍ଜୀଙ୍କ ସହ ଛିଡା ହେବୁ । ବିଜେପିକୁ ପଶ୍ଚିମବଙ୍ଗରେ ବଢିବାରେ ରୋକିବା ନେଇ ଆମର ପ୍ରଥମ ଏବଂ ମୁଖ୍ୟ ପ୍ରୟାସ । ମମତା ବାନାର୍ଜୀଙ୍କୁ ଜିତାଇବାରେ ଆମର ସମ୍ପୂର୍ଣ୍ଣ ଶକ୍ତି ଲଗାଇବୁ । ଦେଶର ଲୋକଙ୍କୁ ପ୍ରତାରଣା କରିବା ପାଇଁ ବିଜେପି କାର୍ଯ୍ୟ କରିଛି । ଆମେ ଚାହୁଁ ଏଠାରେ ବିଜେପିକୁ ଦୃଢ ନ ହେଉ ବୋଲି କହିଛନ୍ତି ତେଜସ୍ୱୀ ।

ତେଜସ୍ୱୀ ଯାଦବଙ୍କ କୋଲକାତାରେ ପହଞ୍ଚିବା ଏବଂ ଆରଜେଡିଙ୍କ ସମର୍ଥନ ଉପରେ ମମତା ବାନାର୍ଜୀ କହିଛନ୍ତି ଯେ ଆମେ ଲଢୁଛୁ ଅର୍ଥ ତେଜସ୍ୱୀ ଭାଇ ଲଢୁଛନ୍ତି । ଯଦି ତେଜସ୍ୱୀ ଲଢୁଛନ୍ତି ତାହାର ଅର୍ଥ ଆମେ ଲଢୁଛୁ । ଏହି ବାର୍ତ୍ତା ବିଜେପିକୁ ଯିବା ଉଚିତ୍ । ବିଜେପି ଜାଣିରଖିବା ଉଚିତ୍ ବିହାରରେ ଆପଣଙ୍କ ସରକାର ବେଶୀ ଦିନ ରହିବ ନାହିଁ, ଏପରିକି ପଶ୍ଚିମବଙ୍ଗରେ ମଧ୍ୟ କିଛି ପାଇବେ ନାହିଁ ।

ପଶ୍ଚିମବଙ୍ଗରେ କଂଗ୍ରେସ ସହିତ ନାହିଁ ଆରଜେଡି

ବିହାରରେ ଆରଜେଡି, କଂଗ୍ରେସ ଏବଂ ବାମ ଦଳ ସହ ଗହଠବନ୍ଧନ କରି 2020 ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ଦଳଗୁଡ଼ିକ ଏପର୍ଯ୍ୟନ୍ତ ମିଳିତ ଭାବେ ଅଛନ୍ତି । ପଶ୍ଚିମବଙ୍ଗରେ ମଧ୍ୟ କଂଗ୍ରେସ ଏବଂ ବାମଦଳ ମିଶି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, କିନ୍ତୁ ଏଠାରେ ଆରଜେଡି ଟିଏମସିକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି ।

ଆଠଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ନିର୍ବାଚନ

ଚଳିତ ମାସ ଏବଂ ଆସନ୍ତା ମାସରେ ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର 294 ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଭୋଟ୍ 27 ମାର୍ଚ୍ଚରେ ଏବଂ ଶେଷ ପର୍ଯ୍ୟାୟ 29 ଏପ୍ରିଲରେ ହେବ । ଭୋଟ୍ ଗଣନା ମେ 2 ରେ ହେବ । ରାଜ୍ୟରେ ବର୍ତ୍ତମାନ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକ ଟିଏମସି ସରକାର ଅଛି । ଏହି ନିର୍ବାଚନରେ ​​ମୁଖ୍ୟ ପ୍ରତିଯୋଗିତା ଟିଏମସି, ବିଜେପି ଏବଂ କଂଗ୍ରେସ-ବାମପନ୍ଥୀ ରହିଥିବା ଚର୍ଚ୍ଚା ହେଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
West Bengal Assembly Election 2021 : RJD Leader Tejashwi Yadav Met TMC Head Mamata Banerjee and announced to Support TMC in election.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X