For Quick Alerts
Turn On Notification  
For Daily Alerts
Oneindia App Download

ରାଲି କଲେ ମୋଦୀ, ଗଡ଼ ଜିତିଲେ ମମତା : ଜାଣନ୍ତୁ ମୋଦୀ ରାଲି କରିଥିବା କେଉଁ ଆସନକୁ ଅକ୍ତିଆର କଲା ଟିଏମସି

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି 18 ଟି ସ୍ଥାନରୁ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ବଙ୍ଗଳାରେ ନିର୍ବାଚନ ରାଲି କରିଥିଲେ, ଟିଏମସି 10 ଟି ସିଟ୍ ଜିତିଛି, ଯାହା ଏକ ବିଶେଷ କଥା ।

|

କୋଲକାତା : ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ପୁଣି ଆଉ ଥରେ ସରକାର ଗଢିବାକୁ ଯାଉଛନ୍ତି । ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ 213 ଆସନ ଜିତି ବହୁମତ ହାସଲ କରିଛି । ସେହିପରି ରାଜ୍ୟରେ ସତ୍ତା ନଥିବା ବିଜେପି ରାଜ୍ୟରେ ମାତ୍ର 77 ଟି ଆସନ ହାସଲ କରିବାରେ ସକ୍ଷମ ହୋଇଛି । ନିର୍ବାଚନ ପ୍ରଚାର ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଦାବି କରିଥିଲେ ଯେ ବଙ୍ଗଳାରେ ବିଜେପି 200 ଆସନ ହାସଲ କରିବ, ସେହପିରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦାବି କରିଥିଲେ ଯେ, 'ମେ 2 ରେ ବଙ୍ଗଳାରୁ ଦିଦିଙ୍କ ବିଦାୟ' । କିନ୍ତୁ ଫଳାଫଳଗୁଡିକ ସମ୍ପୂର୍ଣ୍ଣ ଓଲଟା ହୋଇଗଲା । ବେଙ୍ଗଲରେ ଦିଦି 200 ରୁ ଅଧିକ ଆସନ ଜିତି ସଫଳତାର ଏକ ନୂଆ ଇତିହାସ ଲେଖିଥିବାବେଳେ ବିଜେପି 100 ଆସନ ଅତିକ୍ରମ କରିପାରିନଥିଲା । ଏହାପରେ 2016 ନିର୍ବାଚନକୁ ଦର୍ଶାଇ ବିଜେପି କହିଛି ଯେ, ଦଳ 3 ରୁ 80 ଆସନକୁ ବୃଦ୍ଧି ହୋଇଛି ଏବଂ ଦଳର ଭୋଟ୍ ପ୍ରତିଶତ ବୃଦ୍ଧି ପାଇଛି ।

Narendra-Modi-mamata

ରାଲି କଲେ ମୋଦୀ, ଗଡ଼ ଜିତିଲେ ମମତା

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି 18 ଟି ସ୍ଥାନରୁ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ବଙ୍ଗଳାରେ ନିର୍ବାଚନ ରାଲି କରିଥିଲେ, ଟିଏମସି 10 ଟି ସିଟ୍ ଜିତିଛି, ଯାହା ଏକ ବିଶେଷ କଥା । ଚାଲନ୍ତୁ ଏହି ସବୁ ଆସନ ଉପରେ ନଜର ପକାଇବା ଏବଂ ଜାଣିବା ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ରାଲିରେ କ'ଣ କହିଥିଲେ ?

ଚୌରଙ୍ଗୀ ବିଧାନସଭା ଆସନ : ଟିଏମସିର ବିଜୟ

ଟିଏମସିର ନୟନା ବାନ୍ଦୋପାଧ୍ୟାୟ ଏହି ଆସନରୁ 70 ହଜାର 101 ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ଦେବଦତ୍ତ ମାଜି ମାତ୍ର 24 ହଜାର 757 ଭୋଟ୍ ପାଇଛନ୍ତି । ଏହି ଆସନ ପାଇଁ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, 'ବଙ୍ଗଳାରେ ପରିବର୍ତ୍ତନ ଆସିବ ଏବଂ ଦିଦିଙ୍କୁ ବିଦାୟ ଦିଆଯିବ' ।

ଜୟନଗର : ଟିଏମସିର ଜିତ୍

ତୃଣମୂଳ କଂଗ୍ରେସର ପ୍ରାର୍ଥୀ ବିଶ୍ୱନାଥ ଦାସ 1 ଲକ୍ଷ 4 ହଜାର 952 ଖଣ୍ଡ ଭୋଟ୍ ପାଇ 66 ହଜାର 269 ଖଣ୍ଡ ଭୋଟ୍ ପାଇଥିବା ବିଜେପିର ରବିନ ସର୍ଦ୍ଦାରଙ୍କୁ ପରାସ୍ତ କରିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ କହିଥିଲେ, 'ମୁଁ ଏହି ଅଞ୍ଚଳରେ ଅସଲ ପରିବର୍ତ୍ତନ ଲହର ଦେଖିପାରୁଛି ।' କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏତେଟା ପ୍ରଭାବ ପକାଇପାରିନଥିଲା ।

ଉଲୁବେରିଆ ପୂର୍ବ :

ଟିଏମସିର ବିଦେଶ ରଂଜନ ବୋଷଙ୍କୁ 86 ହଜାର 526 ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ପ୍ରତ୍ୟୁଷ ମଣ୍ଡଳଙ୍କୁ ମିଳିଛି 69 ହଡାର 400 ଖଣ୍ଡ ଭୋଟ୍ । ଏଠାରେ ରାଲି ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ, 'ବଙ୍ଗଳାବାସୀ ନିଷ୍ପତ୍ତି ନେଇଛନ୍ତି, ଦିଦି ନିଶ୍ଚୟ ଯିବେ ।'

narendra modi

ସୋନାରପୁର ଦକ୍ଷିଣ :

ଟିଏମସିର ଲଭଲି ମିତ୍ରାଙ୍କୁ 96 ହଜାର 822 ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିର ଅଞ୍ଜନା ବସୁ 76 ହଜାର 432 ଭୋଟ୍ ପାଇ ପରାସ୍ତ ହୋଇଛନ୍ତି । ବଙ୍ଗଳାରେ କୌଣସି ବାହାର ଲୋକ ନୁହିଁ, ଯଦି ମେ 2ରେ ବିଜେପି ଏଠାରେ ସରକାର ଗଠନ କରେ, ତେବେ ଏହି ମାଟିର ଏକ ପୁଅ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ହାୱଡ଼ା ସେଣ୍ଟ୍ରାଲ୍ :

ଏହି ଆସନରୁ ଟିଏମସିର ଅରୁପ ରୟ 96,465 ଭୋଟ୍ ପାଇ 55,340 ଭୋଟ୍ ପାଇଥଇବା ବିଜେପିର ସଞ୍ଜୟ ସିଂ ଙ୍କୁ ପରାସ୍ତ କରିଛନ୍ତି । ମମତାଙ୍କୁ ଟାର୍ଗେଟ୍ କରି ମୋଦୀ ଏଠାରେ ରାଲିରେ କହିଥିଲେ, 'ଦିଦିଙ୍କ ଦୁର୍ନୀତିଗ୍ରସ୍ତ ସରକାର ଏଠାରେ ଅପରାଧ ଏବଂ ଲୁଟ୍ ଉପରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି, ଯଦି ବିଜେପି କ୍ଷମତାକୁ ଆସେ ତେବେ ଏଠାରେ ବ୍ୟବସାୟ କରିବା ସହଜ ହେବ ଏବଂ ଜୀବନ ସହଜ ହେବ'।

କୃଷ୍ଣନଗର ଦକ୍ଷିଣ :

ଟିଏମସିର ଉଜୱାଲ ବିଶ୍ୱାସଙ୍କୁ ଏଠାରେ 91,738 ଭୋଟ୍ ଏବଂ ବିଜେପିର ମହାଦେବ ସରକାରକୁ 82,433 ଭୋଟ୍ ମିଳିଛି । ମୋଦୀ ଏଠାରେ ଜାତିବାଦକୁ ନେଇ ମମତାଙ୍କୁ ଟାର୍ଗେଟ୍ କରିବା ସହ କହିଥିଲେ, 'ଦିଦି ଏବଂ ତାଙ୍କ ଦଳ ସବୁ ସୀମା ଅତିକ୍ରମ କରିଛନ୍ତି । ତାଙ୍କ ଲୋକମାନେ ଏସସି, ଏସଟି, ଓବିସିକୁ ଗାଳି ଦେଉଛନ୍ତି । ଏହା ହେଉଛି ଦିଦିଙ୍କ ଦଳର ରଣନୀତି ।'

ବର୍ଦ୍ଧମାନ ଉତ୍ତର :

ଏଠାରେ ଟିଏମସିର ନିଶିଥ କୁମାର ମଲିକ 1 ଲକ୍ଷ 11 ହଜାର 211 ଖଣ୍ଡ ପାଇ ବିଜେପିର ରାଧାକାନ୍ତ ରାୟ (93,943) କୁ ପରାସ୍ତ କରିଛନ୍ତି । ରାଲି ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ, 'ମାଟି' କୁ ଲୁଟିବା ଏବଂ ମଣିଷ ମାରିବା ଦିଦିଙ୍କ ସ୍ଲୋଗାନର ବାସ୍ତବତା । '

ବରାସାତ ବିଧାନସଭା ଆସନ :

ଟିଏମସି ଚିରଞ୍ଜିତ ଚକ୍ରବର୍ତ୍ତୀ ଏଠାରେ 1 ଲକ୍ଷ 4 ହଜାର 431 ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ସେହିପରି ବିଜେପିର ଶଙ୍କର ଚାଟ୍ଟାର୍ଜୀ 80,648 ଭୋଟ୍ ପାଇଛନ୍ତି । ପ୍ରଧାନମନ୍ତ୍ରୀ ଏଠାରେ ମମତାଙ୍କୁ ଆକ୍ଷେପ କରି କହିଥିଲେ, ଫଳାଫଳ ଦିନ ଯେତିକି ପାଖେଇ ଆସୁଛି ଦିଦିଙ୍କ ନିରାଶା ବଢୁଛି । ରାଲିରେ 'ଦିଦି ଓ ଦିଦି ' କହିଲେ ସେ ରାଗିଯାଉଛନ୍ତି ।'

ଜମୁରିଆ :

71 ହଜାର 2ଖଣ୍ଡ ଭୋଟ୍ ପାଇ ଟିଏମସିର ବର୍ଦ୍ଧମାନ ହରେରାମ 62 ହଜାର 951 ଭୋଟ୍ ପାଇଥଇବା ବିଜେପିର ତାପସ ରୟଙ୍କୁ ପରାସ୍ତ କରିଛନ୍ତି । ରୋଜଗାରକୁ ନେଇ ସେଠାରେ ପ୍ରଧାନମନ୍ତ୍ରୀ କହିଥିଲେ, 'ଲୋକମାନେ ଚାକିରୀ ପାଇଁ ଏଠାକୁ ଆସୁଥିଲେ କିନ୍ତୁ ଆଜି ଲୋକମାନେ ଏଠାରୁ ପଳାଉଛନ୍ତି । ମାଫିଆ ରାଜ୍ ଏଠାରେ ବ୍ୟାପିଛି ।

ପୁରୁଲିଆ :

ବିଜେପିର ସୁଦୀପ କୁମାର ମୁଖାର୍ଜୀ 89,733 ଭୋଟ୍ ପାଇ 82 ହଡାର 751 ଭୋଟ୍ ପାଇଥିବା ଟିଏମସିର ସୁଜୟ ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି । ଏଠାରେ ଲଢେଇ ଜୋରଜାର ହୋଇଥିବା ସତ୍ତ୍ୱେ ଟିଏମସି ହାତରୁ ଆହି ଆସନ ଖସିଯାଇଛି । ଏଠାରେ ପ୍ରଧାନମନ୍ତ୍ରୀ କହିଥିଲେ, 'ଟିଏମସି' ଖେଲା ହୋବ 'କହୁଛି, ବିଜେପି କହୁଛି' ବିକାଶ ହବ । ଟିଏମସି ଦିନ ସମାପ୍ତ ହୋଇଛି ଏପରିକି ମମତା-ଦିଦି ଏହା ଜାଣିଛନ୍ତି।'

ସିଲିଗୁରି :

ବିଜେପି ପ୍ରାର୍ତୀ ଶଙ୍କର ଘୋଷ 89 ହଜାର 370 ଭୋଟ୍ ପାଇ 53 ହଜାର 784 ଭୋଟ୍ ପାଇଥିବା ଟିଏମସିର ଡକ୍ଟର ଓମ ପ୍ରକାଶ ମିଶ୍ରଙ୍କୁ ପରାସ୍ତ କରିଛନ୍ତି । ଏଠାରେ ରାଲି ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ, 'କେନ୍ଦ୍ରୀୟ ବଳ ବିରୁଦ୍ଧରେ ଲୋକଙ୍କୁ ଉତ୍ସାହିତ କରିବା କୌଣସି ପ୍ରକାରେ ସାହାଯ୍ୟ କରିବ ନାହିଁ । ଟିଏମସି ବଙ୍ଗଳାରେ ହିଂସା ସଂସ୍କୃତି ସୃଷ୍ଟି କରୁଛି ।'

ଖଡ଼ଗପୁର ସଦର :

ବିଜେପିର ହିରାମନମୟ ଚଟ୍ଟୋପାଧ୍ୟାୟ 79,607 ଭୋଟ୍ ପାଇଥିବା ବେଳେ ଟିଏମସିର ପ୍ରଦୀପ ସରକାର 75 ହଜାର ଭୋଟ୍ ପାଇ ପରାସ୍ତ ହୋଇଛନ୍ତି । 'ଖଡ଼ଗପୁରର ଏହି ଅଞ୍ଚଳ ଆମକୁ ମିନି ଇଣ୍ଡିଆର ଝକ ଦିଏ, ଭୋଟ୍ ବ୍ୟାଙ୍କ ରାଜନୀତିରେ ମମତା ବାନାର୍ଜୀ ତୁଷ୍ଟିକରଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ପ୍ରଧାନମନ୍ତ୍ରୀ ।

କୋଚ ବିହାର ଦକ୍ଷିଣ :

ବିଜେପିର ନିଖିଲ ରଂଜନ ଦେ 91 ହଜାର 560 ଖଣ୍ଡ ଭୋଟ୍ ପାଇ ଟିଏମସିର ଅଭିଜିତ ଡି ଭୌମିକଙ୍କୁ ପରାସ୍ତ କରିଛନ୍ତି । ଏହି ନିର୍ବାଚନ ରାଲିରେ ମୋଦୀ କହିଥିଲେ ନନ୍ଦିଗ୍ରାମରେ ମମତା ପ୍ରତିଷ୍ଠାର ଲଢେଇ ହାରିବେ ।

Narendra-Modi

ବାଙ୍କୁରା :

ବିଜେପି ବିଜେତା ନୀଲାଦ୍ରି ଶେଖର ଦାବା 95 ହଜାର 466 ଭୋଟ୍ ପାଇଥିବା ବେଳେ ଟିଏମସିର ସାୟନ୍ତିକା ବାନାର୍ଜୀ 93 ହଜାର 993 ଭୋଟ୍ ପାଇଛନ୍ତି । ଏଠାରେ ମୋଦୀ ଟିଏମସିକୁ ଟାର୍ଗେଟ୍ କରି କହିଥିଲେ, ଟିଏମସି କେବଳ ମିଛ ପ୍ରତିଶୃତି ଦେଉଛି ଏବଂ ଦାଦାଗିରି କରୁଥିବା ଲୋକଙ୍କ ରାକେଟ୍ ଚଲାଉଛି ।

କାନ୍ଥି ଦକ୍ଷିଣ:

ଟିଏମସିର ଜ୍ୟୋତିର୍ମୟ କର 88 ହଜାର 184 ଭୋଟ୍ ପାଇଥିବା ବେଳେ ବିପକ୍ଷରେ ବିଜେପିର ଅରୁପ କୁମାର ଦାସ 98 ହଜାର 477 ଭୋଟ୍ ପାଇ ବିଜେତା ହୋଇଛନ୍ତି । ମମତାଙ୍କୁ ନେଇ ମୋଦୀ କହିଥିଲେ, ମେ 2 ରେ ଦିଦି ଯାଉଛନ୍ତି, ଏବମ ଅସଲ ପରିବର୍ତ୍ତନ ଆସୁଛି । ସୂଚନାଯୋଗ୍ୟ, ନନ୍ଦିଗ୍ରାମରୁ ଜିତିଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିତା ଶିଶିର ଆଦିକାରୀ ଏହି ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ ଅଟନ୍ତି ।

କଲ୍ୟାଣୀ :

ବିଜେପିର ଅମ୍ବିକା ରୟ 76,724 ଭୋଟ୍ ପାଇ ଟିଏମସିର ଅନିରୁଦ୍ଧ ବିଶ୍ୱାସଙ୍କୁ ପରାସ୍ତ କରିଛନ୍ତି । ସୋନାର ବଙ୍ଗଳାକୁ ନେଇ ମୋଦୀ ଏଠାରେ କହିଥିଲେ, ବଙ୍ଗଳାର ଲୋକ ସୋନାର ବଙ୍ଗଳା ଚାହାଁନ୍ତି, ବର୍ତ୍ତମାନ ବଙ୍ଗଳାର ଅସଲ ପରିବର୍ତ୍ତନ ଆବଶ୍ୟକ ।

ଗଙ୍ଗରାମପୁର :

ବିଜେପିର ସତ୍ୟେନ୍ଦ୍ରନାଥ ରାୟ 88 ହଜାର 724 ଭୋଟ୍ ପାଇଥିବା ବେଳେ ଟିଏମସିର ଗୌତମ ଦାସ 84 ହଡାର 132 ଭୋଟ୍ ପାଇଛନ୍ତି । ଏଠାରେ ମୋଦୀ କହିଥିଲେ, ମା ଗଙ୍ଗା ସବୁବେଳେ ବିଜେପିକୁ ଆଶୀର୍ବାଦ ଦେଇଛନ୍ତି, ମେ 2 ରେ ବଙ୍ଗଳା ମଧ୍ୟ ସେହି ଆଶୀର୍ବାଦ ପାଇବା ତାଲିକାରେ ସାମିଲ ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
West Bengal Assembly Election 2021 : PM Modi Addressed 18 Public Meetings Didi Won 10 Of Those
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X