ପଶ୍ଚିମବଙ୍ଗରେ 7ଟି ଓ ଆସାମରେ 3ଟି ପର୍ଯ୍ୟାୟରେ ହୋଇପାରେ ବିଧାନସଭା ନିର୍ବାଚନର ଭୋଟ୍ ଗ୍ରହଣ
ନିର୍ବାଚନ ଆୟୋଗର ସୂଚନା ଅନୁସାରେ, ବିଧାନସଭା ନିର୍ବାଚନ ପଶ୍ଚିମବଙ୍ଗରେ 6 ରୁ 7 ଟା ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାନେଇ ପ୍ରସ୍ତୁତ କରାଯାଉଛି । ଏ ନେଇ ଫେବୃଆରୀ 15 ତାରିଖରେ ଅନୁଷ୍ଠାନିକ ଘୋଷଣା କରିପାରେ ନିର୍ବାଚନ ଆୟୋଗ ।
ନୂଆଦିଲ୍ଲୀ : ଚଳିତ ବର୍ଷ ଆସନ୍ତା ମେ ମାସରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, କେରଳ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ କରାଇବା ଲାଗି ନିର୍ବାଚନ ଆୟୋଗ ପ୍ରସ୍ତୁତ କରୁଛି । ନିର୍ବାଚନ ଆୟୋଗର ସୂଚନା ଅନୁସାରେ, ବିଧାନସଭା ନିର୍ବାଚନ ପଶ୍ଚିମବଙ୍ଗରେ 6 ରୁ 7 ଟା ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାନେଇ ପ୍ରସ୍ତୁତ କରାଯାଉଛି । ଏ ନେଇ ଫେବୃଆରୀ 15 ତାରିଖରେ ଅନୁଷ୍ଠାନିକ ଘୋଷଣା କରିପାରେ ନିର୍ବାଚନ ଆୟୋଗ ।

ସେହିପରି ଆସାମରେ ଦୁଇରୁ ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନର ଭୋଟ୍ ଗ୍ରହଣ ହେବା ସହ ତାମିଲନାଡ଼ୁ, କେରଳ ଓ ପୁଡ଼ୁଚେରୀରେ ଗୋଟିଏ ଲେଖାଏଁ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇପାରେ ବୋଲି ସୂଚନା ମିଳିଛି । ବୁଧବାର ଠାରୁ ନିର୍ବାଚନ ଆୟୋଗର ସର୍ବୋଚ୍ଚ ଅଧିକାରୀମାନେ ତାମିଲନାଡୁ, ପୁଡୁଚେରୀ ଏବଂ କେରଳ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ଆକଳନ କରିବେ । ଏବା ପୂର୍ବରୁ ନିର୍ବାଚନ ଆୟୋଗ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିସାରିଛନ୍ତି ।
ନିର୍ବାଚନ କମିଶନଙ୍କ ଅନୁସାରେ ତାମିଲନାଡୁରେ ମେ 24, ପଶ୍ଚିମବଙ୍ଗରେ ମେ ୩୦, ଆସାମରେ ମେ 31, ପୁଡୁଚେରୀରେ ଜୁନ୍ 8 ଓ କେରଳରେ ଜୁନ୍ 1 ତାରିଖ ଦିନ ସରକାରଙ୍କ କାର୍ଯ୍ୟକାଳ ସରୁଛି । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏବଂ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ଏବଂ ରାଜୀବ କୁମାରଙ୍କୁ ନେଇ ଗଠିତ କମିଶନ ଫେବୃଆରୀ 10 ଏବଂ 11 ରେ ତାମିଲନାଡୁରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ନେଇ ସେଠାରେ ରହିବେ ।
ସେମାନେ ଫେବୃଆରୀ 12 ରେ ପଡୋଶୀ ପୁଡୁଚେରୀ ଏବଂ ଫେବୃଆରୀ 13 ଏବଂ 14 ରେ କେରଳ ପରିଦର୍ଶନ କରିବେ । ନିର୍ବାଚନ ପ୍ରସ୍ତୁତିର ଆକଳନ କରିବାକୁ ପୋଲ ଅଧିକାରୀ ତଥା ନାଗରିକ ତଥା ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ। ଆୟୋଗ ରାଜନୈତିକ ଦଳ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପୂର୍ବରୁ ଆୟୋଗ ସାଧାରଣତଃ ନିର୍ବାଚନ ହେବାକୁ ଥିବା ରାଜ୍ୟ ଗସ୍ତ କରିଥାନ୍ତି ।












Click it and Unblock the Notifications