Get Updates
Get notified of breaking news, exclusive insights, and must-see stories!

ପଦବୀ ମିଳୁ ମିଳୁ ବଡ଼ ଘୋଷଣା, ବିଜୁଳି ବିଲ୍ ଛାଡ଼ କଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ । ସାମ୍ବାଦିକ ସମ୍ମିଳନୀରେ ଚରଣଜିତ ସିଂ କହିଛନ୍ତି ଯେ "ଆମେ ଚାଷୀଙ୍କ ଜଳ ଏବଂ ବିଦ୍ୟୁତ୍ ବିଲ୍ ଛାଡ କରିବୁ ।

ଚଣ୍ଡୀଗଡ଼ : ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ । ସାମ୍ବାଦିକ ସମ୍ମିଳନୀରେ ଚରଣଜିତ ସିଂ କହିଛନ୍ତି ଯେ "ଆମେ ଚାଷୀଙ୍କ ଜଳ ଏବଂ ବିଦ୍ୟୁତ୍ ବିଲ୍ ଛାଡ କରିବୁ । ପଞ୍ଜାବ ସରକାର ଚାଷୀଙ୍କ ସହ ଅଛନ୍ତି । ଆମେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ । ଏହା ଏକ ସାଧାରଣ ଲୋକର ସରକାର । କ୍ୟାପ୍ଟେନ ଅମରିନ୍ଦର ସିଂ ପଞ୍ଜାବରେ ବହୁତ ଭଲ କାମ କରିଛନ୍ତି ଏବଂ ଆମେ ମଧ୍ୟ ତାଙ୍କ ପଥ ଅନୁସରଣ କରିବୁ ।"

Charanjit Singh Channi

ଚଣ୍ଡୀଗଡ଼ରେ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ପଞ୍ଜାବର ସିଏମ୍ ଚରଣଜିତ୍ ସିଂ ଭାବପ୍ରବଣ ହୋଇପଡିଛନ୍ତି । ଚରଣଜିତ ସିଂ କଂଗ୍ରେସ ଜଣେ ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ମୁଁ କଂଗ୍ରେସ ଦଳକୁ ଧନ୍ୟବାଦ ଦେଉଛି । ପଞ୍ଜାବ ସରକାର ଦଳର ଆଦର୍ଶ ଅନୁଯାୟୀ କାର୍ଯ୍ୟ କରିବି ।

ପଞ୍ଜାବର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ କୃଷି ଆଇନକୁ ରଦ୍ଦ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଏବଂ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ସହ ତାଙ୍କ ଦଳ ଦୃଢ ଭାବରେ ଠିଆ ହୋଇଥିବା କହିଛନ୍ତି । ପଞ୍ଜାବ ସରକାର ଚାଷୀଙ୍କ ସହ ଛିଡା ହୋଇଛନ୍ତି ବୋଲି ସେ କହିଛନ୍ତି ପଞ୍ଜାବ କଂଗ୍ରେସ ସରକାର ବିକାଶ ପାଇଁ ପ୍ରତିବଦ୍ଧ ବୋଲି କହିଛନ୍ତି ଚରଣଜିତ୍ ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ କହିଛନ୍ତି ଯେ ସେ ପଞ୍ଜାବର ସାଧାରଣ ଲୋକଙ୍କ ସ୍ୱର ହେବେ ଏବଂ ସର୍ବଦା ଲୋକଙ୍କ ପାଖରେ ରହିବେ । ଚରଣଜିତ ସିଂ ରାହୁଲ ଗାନ୍ଧୀଙ୍କୁ 'କ୍ରାନ୍ତିକାରୀ ନେତା' ବୋଲି କହିଛନ୍ତି । ପଞ୍ଜାବ ପ୍ରଦେଶ କଂଗ୍ରେସ, କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବର ଲୋକଙ୍କ ନିକଟରେ ସେ କୃତଜ୍ଞ ବୋଲି ମଧ୍ୟ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+