Get Updates
Get notified of breaking news, exclusive insights, and must-see stories!

'ମୋତେ ଭୋଟ୍ ଦିଅ, ନହେଲେ ତୁମ କାମ କରିବି ନାହିଁ ...', ମୁସଲିମ୍ ଭୋଟରଙ୍କୁ ଏପରି କହିଲେ ବିଧାୟକ

"ଯଦି ମୁଁ କାମ କରିଛି, କିନ୍ତୁ ତୁମେ ମାନେ ସାହାଯ୍ୟ ନ କର, ତେବେ ମତେ ଲାଗିବ କି ତୁମ ମାନଙ୍କର ସାହାଯ୍ୟ କରି କିଛି ଲାଭ ନାହିଁ । ମତେ ଭୋଟ୍ ଦିଅ, ନହେଲେ ତୁମ କାମ କରିବି ନାହିଁ ।"

ବେଙ୍ଗଲୁରୁ: "ଯଦି ମୁଁ କାମ କରିଛି, କିନ୍ତୁ ତୁମେ ମାନେ ସାହାଯ୍ୟ ନ କର, ତେବେ ମତେ ଲାଗିବ କି ତୁମ ମାନଙ୍କର ସାହାଯ୍ୟ କରି କିଛି ଲାଭ ନାହିଁ । ମତେ ଭୋଟ୍ ଦିଅ, ନହେଲେ ତୁମ କାମ କରିବି ନାହିଁ ।" ଏପରି କହୁଥିବା ଜଣେ ବିଧାୟକଙ୍କ ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହେଉଛି ।

preetham gowda

କର୍ଣ୍ଣାଟକ ବିଧାୟକ ପ୍ରୀତମ ଗୌଡାଙ୍କର ଏପରି ଏକ ବିବୃତ୍ତି ଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଧାୟକ ପ୍ରୀତମ ଗୌଡା ମୁସଲିମ ଭୋଟରଙ୍କୁ କହୁଛନ୍ତି ଯେ ସେମାନେ ତାଙ୍କୁ ଭୋଟ୍ ନ ଦେଲେ, ସେ ସେମାନଙ୍କର ବ୍ୟକ୍ତିଗତ କାମ କରିବେ ନାହିଁ । ଏହି ଭିଡିଓରେ ବିଜେପି ନେତା ପ୍ରୀତମ ଗୌଡା କହିଛନ୍ତି ଯେ ଯଦି ମୁଁ କାମ କରିସାରିଛି ଏବଂ ଯଦି ଆପଣ ସାହାଯ୍ୟ କରନ୍ତି ନାହିଁ, ତେବେ ମୁଁ ଭାବୁଛି ସାହାଯ୍ୟ କରି କିଛି ଲାଭ ନାହିଁ । ମୋତେ ଭୋଟ୍ ଦିଅ, ନହେଲେ ମୁଁ ତୁମର କାମ କରିବି ନାହିଁ ।

ବିଧାୟକ ପ୍ରୀତମ ଗୌଡା ଆହୁରି କହିଛନ୍ତି, "ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମୁସଲମାନ ଭାଇମାନଙ୍କୁ ମୋର ଭାଇ ଭାବରେ ଦେଖିଛି ଏବଂ ଭବିଷ୍ୟତରେ ମଧ୍ୟ ତାହା କରିବି । ଯଦି ମୁଁ କାମ କରିସାରିଛି ଏବଂ ଯଦି ଆପଣ ସାହାଯ୍ୟ ନକରନ୍ତି, ମୁଁ ଭାବୁଛି ସାହାଯ୍ୟ କରି କୌଣସି ଲାଭ ନାହିଁ । ମୁଁ ଯେମିତି ଏପରି ନିଷ୍ପତ୍ତି ନ ନିଏ ତାବା ନିଶ୍ଚିତ କରିବା ଆପଣମାନଙ୍କର ଦାୟିତ୍ୱ ।''

ବିଧାୟକ ଏହି ଭିଡ଼ିଓ ରେ କହୁଥିବା ଦେଖିବାକୁ ମିଳିଛି ଯେ, "ତୁମେମାନେ ତିନୋଟି ନିର୍ବାଚନରେ ଭୋଟ୍ ନ ଦେଇ ମୋତେ ପ୍ରତାରଣା କରିଛ । ଛଅ ମାସ ମଧ୍ୟରେ ପୁଣି ନିର୍ବାଚନ ହେବ । ଯଦି ତୁମେ ମୋତେ ପୁଣି ପ୍ରତାରଣା କରିବ, ମୁଁ ବି ସେମିତି ରହିବି ଏବଂ ମୁଁ ତୁମ କାମ କରିବି ନାହିଁ । ଯଦି ତୁମେ ମୋ ଘରକୁ ଆସ, ମୁଁ କଫି ଦେବି ଏବଂ ତୁମକୁ ଫେରାଇଦେବି । ମୁଁ କୌଣସି କାମ କରିବି ନାହିଁ । ଜଳ, ରାସ୍ତା ଏବଂ ଡ୍ରେନେଜ କାମ ହେବେ କାରଣ ଏହା ମୋ କର୍ତ୍ତବ୍ୟ, କିନ୍ତୁ ମୁଁ କୌଣସି ବ୍ୟକ୍ତିଗତ କାମ କରିବି ନାହିଁ ।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+