Get Updates
Get notified of breaking news, exclusive insights, and must-see stories!

ତିନି ରାଜ୍ୟରେ ଆରମ୍ଭ ହୋଇଛି ଭୋଟ୍ ଗଣନା

ଉତ୍ତର-ପୂର୍ବର ତିନି ରାଜ୍ୟ ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରା ରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ସକାଳ 8 ଟାରୁ ତିନି ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଛି ।

Counting

ନୂଆଦିଲ୍ଲୀ: ଉତ୍ତର-ପୂର୍ବର ତିନି ରାଜ୍ୟ ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରା ରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ସକାଳ 8 ଟାରୁ ତିନି ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଛି । କେଉଁ ରାଜ୍ୟରେ କେଉଁ ଦଳକୁ ବହୁମତ ମିଳୁଛି ଏବଂ କେଉଁ ରାଜ୍ୟରେ କେଉଁ ଦଳ ସରକାର ଗଠନ କରିବାକୁ ସକ୍ଷଣ ହେଉଛି ତାହା ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ ।

16 ଫେବୃଆରୀରେ ତ୍ରିପୁରାର ସମସ୍ତ 60 ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ, 27 ଫେବୃଆରୀରେ ନାଗାଲାଣ୍ଡ ଓ ମେଘାଳୟରେ 59-59 ଆସନ ପାଇଁ ଭୋଟ୍ ଗ୍ରହଣ ହୋଇସାରିଛି । ଏହା ସହିତ ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ, ଝାଡ଼ଖଣ୍ଡ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଲାକ୍ଷାଦ୍ୱୀପର ଉପନିର୍ବାଚନ ଫଳ ପ୍ରକାଶ ପାଇବ ।

ତିନିଟି ରାଜ୍ୟର ଭୋଟ୍‌ ଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତ୍ରିପୁରାର ପ୍ରାୟ 25000 ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି ।

ଆସାମର ମୁଖ୍ୟମନ୍ତ୍ରୀ ତଥା ଉତ୍ତରପୂର୍ବାଞ୍ଚଳରେ 'ବିଜେପି'ର ମୁଖ୍ୟ ନିର୍ବାଚନ ରଣନୀତିଜ୍ଞ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ତ୍ରିପୁରାରେ 'ବିଜେପି'ର ମୁଖ୍ୟମନ୍ତ୍ରୀ ହେବେ, ନାଗାଲାଣ୍ଡ୍‌ରେ ମେଣ୍ଟ ସରକାର ଏବଂ 'ବିଜେପି' ଜିଣିଥିବା ଆସନକୁ ଆଧାର କରି ମେଘାଳୟରେ ସରକାର ନିର୍ଦ୍ଧାରଣ କରାଯିବ ।

ଏହାଛଡ଼ା, କ‌େତେଗୁଡ଼ିଏ ଆସନରେ ହୋଇଥିବା ଉପନିର୍ବାଚନ‌ର ଫଳାଫଳ ମଧ୍ୟ ଆଜି ପ୍ରକାଶ ପାଇବ। ସେ ଆସନଗୁଡ଼ିକ ହେଉଛି, ତାମିଲନାଡୁର ଏରୋଡ଼ (ପୂର୍ବ), ପଶ୍ଚିମବଙ୍ଗର ସାଗରଦିଘି, ଝାଡ଼ଖଣ୍ଡର ରାମଗଡ଼ ଏବଂ ମହାରାଷ୍ଟ୍ରର କସ୍‌ବା ପେଥ ଏବଂ ଚିନ୍‌ହ୍ବାଡ୍‌, ଅରୁଣାଚଳ ପ୍ରଦେଶର ତୁମଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+