Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀରୁ ଫେରିଲେ ପାଣ୍ଡିଆନ୍-ବବି, ମେଣ୍ଟ ନେଇ ଚର୍ଚ୍ଚା ହୋଇଥିବା ସୂଚନା

ଭୁବନେଶ୍ୱର: ଦିଲ୍ଲୀରୁ ଫେରିଲେ ଭି କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ । କାଲି ସଂଧ୍ୟାରେ ଦିଲ୍ଲୀ ଯାଇଥିଲେ । ଏହି ସମୟରେ ବିଜେପିର ବରିଷ୍ଠ ନେତୃତ୍ୱଙ୍କ ସହ ମେଣ୍ଟ ସଂପର୍କରେ ଆଲୋଚନା ହୋଇଥିବା ନେଇ ସୂଚନା ରହିଛି । ବିମାନ ବନ୍ଦରରୁ ସିଧାସଳଖ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଯାଇଛନ୍ତି ।

pandian - babi das

ତେବେ ମେଣ୍ଟ ହେବା ଏବଂ ଆସନ ବୁଝାମଣା ନେଇ କଣ ସ୍ପଷ୍ଟ ହୋଇଛି ସେ ନେଇ କୌଣସି ବି ଦଳ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ ।

ଏଥି ମଧ୍ୟରେ ମେଣ୍ଟ ଆଲୋଚନା ନେଇ ବିଜେପି ନେତା ପୃଥ୍ୱୀରାଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ସଭାପତି କେନ୍ଦ୍ରୀୟ ନେତୃତ୍ୱ ଆଗରେ ସ୍ପଷ୍ଟ ମତାମତ ରଖିଛନ୍ତି । ଆମେ ଏକାକୀ ଲଢ଼ିଲେ ଭଲ କରିବୁ ବୋଲି ରାଜ୍ୟ ସଭାପତି କହିଛନ୍ତି । ସଭାପତି ଯାହା ଜଣାଇଛନ୍ତି, ଭାରତୀୟ ଜନତା ପାର୍ଟି ସେଥିରେ ବିଶ୍ବାସ କରେ । ଯାହା କେନ୍ଦ୍ରୀୟ ନିଷ୍ପତ୍ତି ଆସିବ, ସେ ଅନୁସାରେ ଆମେ ଚାଲିବୁ । ଯେତେଦୂର ସମ୍ଭବ, ବିଜେପି ଏକା ଲଢ଼ିବାର ବହୁ ସମ୍ଭାବନା ଅଛି ବୋଲି କହିଛନ୍ତି ପୃଥ୍ୱୀରାଜ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+